Posted inଫୁରସତ

ଚିନ୍ତା ବଢ଼ାଇଛି ପରିବର୍ତ୍ତିତ ଜଳବାୟୁ

ଜାତୀୟ କୃଷକ ଦିବସ ବା କିଷାନ ଦିବସକୁ ପ୍ରତିବର୍ଷ ଡିସେମ୍ବର ୨୩ ତାରିଖରେ ପାଳନ କରାଯାଏ। ଏହି ଦିବସଟି ଆମ ଦେଶର ପଞ୍ଚମ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କ ଜନ୍ମ ଦିବସ, ଯିଏ ଜଣେ କୃଷକ ନେତା ରୂପେ ଭାରତୀୟ କୃଷକଙ୍କ ଉନ୍ନତି ଉଦ୍ଦେଶ୍ୟରେ ଅନେକ ଯୋଜନା ପ୍ରଣୟନରେ ଅଗ୍ରଣୀ ଭୂମିକା ନେଇଥିଲେ। ଏହି ଦିବସକୁ ଭାରତ ସରକାର ୨୦୦୧ରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ମାଧ୍ୟମରେ ପାଳନ କରି ଆସୁଛନ୍ତି। ଯଥା କୃଷିପ୍ରଧାନ ରାଜ୍ୟ ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା ଓ ମଧ୍ୟପ୍ରଦେଶରେ ବେଶ୍‌ ଭଲରୂପେ ପାଳିତ ହୋଇଥାଏ।
ବିଶ୍ୱରେ ଆମ ଦେଶ ଦ୍ୱିତୀୟ ବୃହତ୍ତମ କୃଷି ଅର୍ଥନୈତିକ ଦେଶ ରୂପେ ପରିଚିତ। ୧୯୬୮ରେ ସବୁଜ ବିପ୍ଳବର କାର୍ଯ୍ୟକାରୀ ହୋଇଥିବାରୁ ଆମେ ଖାଦ୍ୟଶସ୍ୟ ଉତ୍ପାଦନରେ ସ୍ବାବଲମ୍ବନଶୀଳ ହୋଇପାରିଲେ। ଫଳରେ ଅଧିକ ରାସାୟନିକ ସାର ଏବଂ କୀଟନାଶକ ଔଷଧର ବ୍ୟବହାର ଅପରିହାର୍ଯ୍ୟ ଥିଲା। ସାମ୍ପ୍ରତିକ କାଳରେ ରାସାୟନିକ ପଦାର୍ଥର ଭୟାନକ ପରିଣାମରୁ ମୁକ୍ତି ଓ ନିରାକରଣ ନିମନ୍ତେ ଉନ୍ନତ କୃଷି କାର୍ଯ୍ୟପ୍ରଣାଳୀ ଓ ମିତବ୍ୟୟୀ ଜୀବନାଶକ ତଥା ଜୈବିକ କୌଶଳ ଅବଲମ୍ବନ ମାଧ୍ୟମରେ ମାନବ ସମାଜ ଏବଂ ପରିବେଶକୁ ସୁସ୍ଥ ରଖାଯାଇପାରିବା ଦିଗରେ କାର୍ଯ୍ୟକ୍ରମ ସବୁ ସ୍ତରରେ କରାଯାଉଛି। ଦେଶ ତଥା ରାଜ୍ୟରେ ପରିବର୍ତ୍ତିତ ଜଳବାୟୁ ସହିତ ଭୂତଳ ଜଳସ୍ତରର ହ୍ରାସ ଆମକୁ ଚିନ୍ତାରେ ପକାଉଛି ଏବଂ ତାହାର ନିରାକରଣ ନିମନ୍ତେ ଚେଷ୍ଟା କରାଯାଉଛି। ଜଳର ସୁବିନିଯୋଗ ଓ ସଂରକ୍ଷଣ ଆଜିର ଆହ୍ବାନ ହୋଇଛି।
ଅନ୍ୟ ରାଜ୍ୟ ତୁଳନାରେ ଏବଂ ଆମ ରାଜ୍ୟର ବିଭିନ୍ନ ଜିଲାରେ ଫସଲ ଉତ୍ପାଦକତା ହାରରେ ତଫାତ୍‌ ବଢୁଛି। ଯାହାକୁ ହ୍ରାସ କରିବା ନିମନ୍ତେ କୃଷି ସମ୍ବଳର ସୁବିନିଯୋଗ, ଫସଲ ବିବିଧକରଣ, ଅତ୍ୟାଧୁନିକ କୃଷି ପ୍ରଯୁକ୍ତି ବିଦ୍ୟାରେ ପ୍ରବର୍ତ୍ତନ ଜରୁରୀ। ରାଜ୍ୟ ସରକାର ଓ କୃଷି ବିଭାଗ ବିଭିନ୍ନ ଯୋଜନା ଓ ପରିଯୋଜନା ମାଧ୍ୟମରେ କୃଷି ଓ କୃଷକ ସଶକ୍ତୀକରଣ ଉପରେ ପ୍ରାଧାନ୍ୟ ଦେଉଛନ୍ତି; ଯାହା ଦ୍ୱିତୀୟ ରାଜ୍ୟଭାବେ ସ୍ବତନ୍ତ୍ର କୃଷି ବଜେଟରେ ସ୍ଥାନ ପାଇଛି। ବର୍ତ୍ତମାନ ପ୍ରଧାନମନ୍ତ୍ରୀ କୃଷକଙ୍କର ଆୟ ୨୦୨୨ ମସିହା ସୁଦ୍ଧା ଦ୍ୱିଗୁଣିତ କରିବା ନିମନ୍ତେ ଦଶସୂତ୍ରୀ ଯୋଜନା ଆରମ୍ଭ କରିଛନ୍ତି। ଏହି ଲକ୍ଷ୍ୟ ହାସଲ ନିମନ୍ତେ ଅନେକ ବିଷୟକୁ କାର୍ଯ୍ୟକାରୀ କରିବା ପ୍ରୟୋଜନ। ସେସବୁ ମଧ୍ୟରେ କୃଷି ଉତ୍ପାଦକତାରେ ବୃଦ୍ଧି, କୃଷି ସମ୍ବଳଗୁଡିକର ଦକ୍ଷ ବ୍ୟବହାର, ଉତ୍ପାଦନ ଖର୍ଚ୍ଚ ହ୍ରାସ, ଉଚ୍ଚ ମୂଲ୍ୟଯୁକ୍ତ ଫସଲ ଦିଗରେ ବିବିଧକରଣ, ରୋଗପୋକ ପରିଚାଳନା କରି ଫସଲର କ୍ଷୟକ୍ଷତିକୁ କମାଇବା ଏବଂ ସର୍ବୋପରି କୃଷକଙ୍କୁ ଉନ୍ନତ ଜ୍ଞାନକୌଶଳ ବିଷୟରେ ଜଣାଇବା ଏବଂ ଯୋଗାଇଦେବା ଗୁରୁତ୍ୱପୂର୍ଣ୍ଣ।
କୃଷି ଉପାଦାନ କ୍ଷେତ୍ର କୃଷକର ଆୟ ବୃଦ୍ଧିରେ ସକଳ ଭୂମିକା ତୁଲାଇଥାଏ। ସେସବୁ ମଧ୍ୟରେ ଉନ୍ନତ, ବିଶୋଧିତ, ଗୁଣାତ୍ମକ ବିହନ, ମୃତ୍ତିକା ପରୀକ୍ଷା ଭିତ୍ତିରେ ରାସାୟନିକ ଓ ଜୈବିକ ସାର ପ୍ରୟୋଗ, କୃଷି ରସାୟନର ମିତବ୍ୟୟୀ ଓ ସଫଳ ବ୍ୟବହାର ଏବଂ ଉତ୍ପାଦର ସମ୍ଭାବ୍ୟ ବଜାରର ବିକାଶ ରହିଛି। କୃଷିରେ ଜଳର ଆବଶ୍ୟକତା, ଦେଶରେ ୫୪ ପ୍ରତିଶତ ଅଞ୍ଚଳ ଜଳକ୍ଳିଷ୍ଟ ରହିଥିବା ଏବଂ ଦେଶରେ ସତେଜ ଜଳର ୮୦ ପ୍ରତିଶତ କୃଷିକ୍ଷେତ୍ରରେ ବ୍ୟବହାରକୁ ଦୃଷ୍ଟିରେ ରଖି ସିଞ୍ଚନ ଓ ବୁନ୍ଦା ଜଳସେଚନ ଉପରେ ୫୦-୯୦ ପ୍ରତିଶତ ରିହାତି ଦେଇ ପ୍ରାଧାନ୍ୟ ଦିଆଯାଉଛି। ଫସଲ ବୀମା କରାଯାଇ ଚାଷୀଙ୍କୁ ଭରସା ଦିଆଯାଉଛି। ଏସବୁ କହିବାର ଉଦ୍ଦେଶ୍ୟ ରାଜ୍ୟରେ ପ୍ରଚଳିତ ନୂତନ କୃଷିନୀତି- ୨୦୧୩ରୁ ସହାୟତା ଓ ସାହାଯ୍ୟ ପାଇ ରାଜ୍ୟର କୃଷକ ଭାଇ ଓ ଭଉଣୀମାନେ କୃଷି ପ୍ରଗତିପଥେ ଆଗେଇ ନିଜର, ନିଜ ଅଞ୍ଚଳ ଓ ନିଜ ରାଜ୍ୟର ବିକାଶରେ ସକ୍ରିୟ ଭୂମିକା ତୁଲାଇପାରିବେ।

-ସରକାରୀ ବିହନ ପ୍ରମାଣନ ଅଧିକାରୀ
ଓସୋପ୍‌କା, ଭୁବନେଶ୍ୱର
ମୋ: ୭୨୦୫୦୯୬୦୮୦


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri