Posted inଜାତୀୟ

୬୦ ନୁହେଁ ଏବେ ଏତିକି ସମୟ ଯାଏ ଚାକିରି କରିପାରିବେ ସରକାରୀ କର୍ମଚାରୀ! ଜାଣନ୍ତୁ ଭାଇରାଲ ଖବରର ସତ..

ନୂଆଦିଲ୍ଲୀ,୨୧।୧୧: ସରକାରୀ କର୍ମଚାରୀମାନଙ୍କର ବୟସସୀମା ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଏଣିକି ୬୦ ବର୍ଷରେ କର୍ମଚାରୀଙ୍କୁ ମିଳିବନି ଅବସର । ଚାକିରି କ୍ଷେତ୍ରରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ବୟସସୀମା ଆଉ ୨ ବର୍ଷ ବୃଦ୍ଧି କରାଇବାକୁ ସରକାର ଯୋଜନା କରୁଛନ୍ତି । ଏଣିକି କର୍ମଚାରୀ ୬୦ ବର୍ଷ ବଦଳରେ ୬୨ ବର୍ଷ ବୟସରେ ଅବସର ଗ୍ରହଣ କରିବେ । ଆସନ୍ତାବର୍ଷ ଏପ୍ରିଲ ମାସରୁ ଏହି ନୂଆ ନିୟମ ଲାଗୁ ହେବ ବୋଲି କୁହାଯାଉଛି । ଏ ନେଇ କ୍ୟାବିନେଟ ବୈଠକର ଏକ ଚିଠି ସୋସିଆଲ ମିଡିଆ ଭାଇରାଲ ହେଉଛି ।

ସୂଚନା ଅନୁସାରେ, କେନ୍ଦ୍ର କର୍ମଚାରୀଙ୍କ ଚାକିରି ବୟସକୁ ୨ ବର୍ଷ ବୃଦ୍ଧି କରାଇବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଉଛନ୍ତି । ଏ ନେଇ କ୍ୟାବିନେଟ ବୈଠକରେ ମଞ୍ଜୁରୀ ମିଳିଥିବା ଏକ ଲେଟର ବର୍ତ୍ତମାନ ଭାଇରାଲ ହେଉଛି । ଏଥିରେ କୁହାଯାଇଛି ଯେ, ଏହି ଯୋଜନାକୁ ‘ରିଟାୟାରମେଣ୍ଟ ଆୟୁ ବୃଦ୍ଧି ଯୋଜନା’ ନାମ ରଖାଯାଇଛି । ଏହି ଯୋଜନାରେ ୨୦୨୫ ଏପ୍ରିଲ ମାସରୁ ଅବସର ବୟସରେ ୨ ବର୍ଷ ବୃଦ୍ଧି ହେବ ବୋଲି କୁହାଯାଇଛି । ଏଣିକି ୬୦ ବର୍ଷ ପରିବର୍ତ୍ତେ ୬୨ ବର୍ଷ ବୟସରେ ଅବସର ନେବେ କର୍ମଚାରୀ । ଏହା ସମସ୍ତ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଲାଗୁ ହେବ ବୋଲି ଏହି ଭାଇରାଲ ଲେଟରରେ ଦେଖିବାକୁ ମିଳିଛି । କିନ୍ତୁ ପ୍ରକୃତ କଥା ହେଉଛି ଭାଇରାଲ ହେଉଥିବା ଲେଟର ହେଉଛି ସମ୍ପୂର୍ଣ୍ଣ ମିଛ ଓ ଗୁଜବ ।

ଏହି ଯୋଜନା ଏବଂ ଏହି ଖବରକୁ ମିଛ ଏବଂ ଗୁଜବ ବୋଲି କହିଛି ପ୍ରେସ ଇନଫରମେସନ ବ୍ୟୁରୋ । ସୋସିଆଲ ମିଡିଆରେ କରାଯାଉଥିବା ଏହି ଦାବି ଭିତ୍ତିହୀନ । ଭାରତ ସରକାର ଏଭଳି କୌଣସି ନିଷ୍ପତ୍ତି ନେଇନାହାନ୍ତି । ବର୍ତ୍ତମାନ ସୁଦ୍ଧା କର୍ମଚାରୀଙ୍କ ଅବସର ବୟସ ୬୦ ବର୍ଷ ରହିଛି । ଭାଇରାଲ ହେଉଥିବା ଏହି ତଥ୍ୟ ସମ୍ପୂର୍ଣ୍ଣ ମିଛ ଏବଂ ଗୁଜବ ବୋଲି ପିଆଇବି ପକ୍ଷରୁ ସ୍ପଷ୍ଟ ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ ଆହୁରି ଘନୀଭୂତ ହୋଇ ସୋମବାର ସକାଳ ୮ଟା ୩୦ରେ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?