ପିଆଜ ଦର ବୃଦ୍ଧି ନେଇ ଜିଲାପାଳଙ୍କୁ ଯୋଗାଣ ସଚିବଙ୍କ ଚିଠି

ଭୁବନେଶ୍ୱର,୨୩ା୧୦(ବ୍ୟୁରୋ): ରାଜ୍ୟରେ ପିଆଜ ଦର ଅହେତୁକ ବୃଦ୍ଧି ପାଇବା ନେଇ ରାଜ୍ୟ ସରକାର ଗୁରୁତର ସହ ବିଚାର କରିବା ଆରମ୍ଭ କରିଛନ୍ତି। ପ୍ରତିଦିନ ପିଆଜ ଦର ବୃଦ୍ଧି ପାଇ ବର୍ତ୍ତମାନ ୯୦ଟଙ୍କାରେ ପହଞ୍ଚତ୍ଲାଣି। ଏଥିପାଇଁ ସାଧାରଣ ଲୋକେ ଅସୁବିଧା ଭୋଗିବା ସାଙ୍ଗକୁ ଅସନ୍ତୋଷ ବ୍ୟକ୍ତି କରିବା ଆରମ୍ଭ କଲେଣି। ତେଣୁ କେତେ ପରିମାଣର ପିଆଜ ବର୍ତ୍ତମାନ ମହଜୁଦ ଅଛି ଏବଂ ସବୁ ସ୍ଥାନର ଦର ଉପରେ ନଜର ରଖିବା ପାଇଁ ସରକାର ଚେଷ୍ଟା କରିଛନ୍ତି। ଏନେଇ ସବୁ ଜିଲାପାଳଙ୍କୁ ଚିଠି ଲେଖି ଯୋଗାଣ ସଚିବ ଭି.ଭି. ଯାଦବ କହିଛନ୍ତି, ଖୋଲା ବଜାରରେ ପିଆଜ ଦର ବୃଦ୍ଧି ଉପରେ ଧ୍ୟାନ ଦିଅ। ଦୈନନ୍ଦିନଭାବେ ପିଆଜ ଦର ବୃଦ୍ଧି ପାଇବା ସାଧାରଣ ଲୋକଙ୍କୁ ହଇରାଣ କରୁଛି। ଉତ୍ପାଦିତ ରାଜ୍ୟଗୁଡିକରେ ଚାଷ କ୍ଷତି ହେବା ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ଉକ୍ତ ରାଜ୍ୟଗୁଡ଼ିକରୁ ଆମଦାନୀ ହ୍ରାସ ପାଇଛି। ଏହା ଜାତୀୟ ପ୍ରସଙ୍ଗ ପାଲଟିଥିବାରୁ ଅନେକ ବ୍ୟବସାୟୀ ଲାଭଖୋର ମନୋବୃତ୍ତି ନେଇ ଚଢା ଦରରେ ବିକ୍ରି କରୁଛନ୍ତି। ତେଣୁ ସବୁ ଜିଲାରେ ଏହା ଉପରେ ତୀକ୍ଷ୍ଣ ଦୃଷ୍ଟି ରଖି ପିଆଜ ଦର ଏବଂ ମହଜୁଦ ନେଇ ନଜର ରଖିବା ପାଇଁ ସେ କହିଛନ୍ତି। ଏହାସହ ଜନସାଧାରଣଙ୍କ ନିକଟରେ ଠିକ୍‌ ଦରରେ ପହଞ୍ଚାଇବାର ଦାୟିତ୍ୱ ନେବା ପାଇଁ ସେ କହିଛନ୍ତି।