ଧାନର ଏମ୍‌ଏସ୍‌ପି ବୃଦ୍ଧି ଅର୍ଥନୀତି ପାଇଁ ଶୁଭ ସଙ୍କେତ

ଭୁବନେଶ୍ୱର,୧୪ା୬(ଅନୁରାଧା ମହାରଣା): ରାଜ୍ୟର କୃଷକମାନଙ୍କ ସଶକ୍ତୀକରଣ ପାଇଁ ଏକ ‘ସମୃଦ୍ଧ କୃଷକ ନୀତି’ ଆସିବ ଏବଂ ଚାଷୀମାନଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ଅନୁଯାୟୀ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) କୁଇଣ୍ଟାଲ ପିଛା ୩୧୦୦ ଟଙ୍କାକୁ ବୃଦ୍ଧି କରାଯିବ। ବୁଧବାର କ୍ୟାବିନେଟ୍‌ ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଆଗାମୀ ୧୦୦ ଦିନ ମଧ୍ୟରେ ଏହା କାର୍ଯ୍ୟକାରୀ କରାଯିବ।
ସୂଚନା ଥାଉ କି, ୨୦୨୩ ଜୁନ୍‌ ମାସରେ କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୨ହଜାର ୪୦ଟଙ୍କାରୁ ୨୧୮୩କୁ ବୃଦ୍ଧି କରିଥିଲେ। ଏ-ଗ୍ରେଡ୍‌ ଧାନର ମୂଲ୍ୟ କୁଇଣ୍ଟାଲ ପିଛା ୨୨୦୩ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଏହା ପୂର୍ବରୁ ତକତ୍ାଳୀନ ବିଜେଡି ସରକାର  ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା କରିବାକୁ ଦାବି କରିଆସୁଥିଲେ ମଧ୍ୟ ତାହା ଲାଗୁ ହୋଇପାରି ନ ଥିଲା। ବର୍ତ୍ତମାନ ନୂଆ ସରକାର ଗଠନର ଗୋଟିଏ ଦିନ ମଧ୍ୟରେ ଧାନର ଏମ୍‌ଏସ୍‌ପି ପ୍ରାୟ ୧୦୦୦ଟଙ୍କା ବୃଦ୍ଧି ନେଇ ଘୋଷଣା ଖବର ପ୍ରକାଶ ପରେ କୃଷକମାନଙ୍କ ମଧ୍ୟରେ ଉସତ୍ାହ ଦେଖିତ୍ବାକୁ ମିଳିଛି। ସରକାରଙ୍କ ତରଫରୁ ସବ୍‌ସିଡିରେ ବିହନ, ସାର, ଋଣ, ସମବାୟ, ବ୍ୟାଙ୍କ, ଭଣ୍ଡାରଣର ବ୍ୟବସ୍ଥା ଓ ସମୟକ୍ରମେ ସହାୟକ ମୂଲ୍ୟ ସ୍ଥିର ପାଇଁ କମିଟି ଗଠନ, ପ୍ରତିବର୍ଷ ସହାୟକ ମୂଲ୍ୟ ଘୋଷଣା ଓ ଫସଲ କ୍ରୟ, କ୍ରୟ ପାଇଁ ମଣ୍ଡି ଆଦି ପ୍ରତି ସରକାର ଗୁରୁତ୍ୱ ଦେବେ ବୋଲି ଆଲୋଚନା ହେଉଛି। ଏନେଇ ଧାନଚାଷୀ, ଚାଷୀ ନେତାଙ୍କ ଠାରୁ ଆରମ୍ଭ କରି ଅର୍ଥନୀତି ବିଶେଷଜ୍ଞମାନେ ନିଜର ପ୍ରତିକ୍ରିୟା ରଖିଛନ୍ତି।
ଅର୍ଥନୀତି ବିଶେଷଜ୍ଞ ଡ. ମିତାଲି ଚିନାରା କହିଛନ୍ତି, ରାଜ୍ୟର ଅର୍ଥନୀତି ସୁଦୃଢ଼ କରିବା ପାଇଁ  ଚାଷୀଙ୍କ ଆର୍ଥିକ ସ୍ଥିତି ସ୍ବଚ୍ଛଳ ହେବା ନିହାତି ଆବଶ୍ୟକ। ଏମ୍‌ଏସ୍‌ପି ବୃଦ୍ଧି ନ ହେବା ଦ୍ୱାରା ଚାଷୀମାନେ ବାଧ୍ୟହୋଇ କମ୍‌ ଦରରେ ଉପତ୍ାଦିତ ଧାନ ବିକନ୍ତି। ଫଳରେ ସେମାନେ ଲାଭବାନ ହୋଇପାରନ୍ତି ନାହିଁ। ଏହା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଅର୍ଥନୀତି ଉପରେ ହିଁ ପ୍ରଭାବ ପକାଇଥାଏ। ଏମ୍‌ଏସ୍‌ପି ବୃଦ୍ଧି ରାଜ୍ୟ ଅର୍ଥନୀତି ପାଇଁ ଶୁଭ ସଙ୍କେତ। ଏହାସହ ଅନ୍ୟାନ୍ୟ ଦିଗ ପ୍ରତି ଗୁରୁତ୍ୱ ଦିଆଯିବାର ଆବଶ୍ୟକତା ରହିଛି; ଯେପରିକି ମଣ୍ଡିରୁ ଧାନ ଉଠିବା ନେଇ ବ୍ୟାପକ ବନ୍ଦୋବସ୍ତ। ସରକାର ଓ ଚାଷୀଙ୍କ ମଝିରେ ଯେପରି ଦଲାଲମାନଙ୍କ ହସ୍ତକ୍ଷେପ ନ ରୁହେ ସେଥିପ୍ରତି ଗୁରୁତ୍ୱ ଦିଆଯିବା ଆବଶ୍ୟକ। ଆବଶ୍ୟକ ସଂଖ୍ୟାରେ ଶୀତଳ ଭଣ୍ଡାର ପ୍ରସ୍ତୁତ ରଖିବା।
ସରକାରଙ୍କ ପକ୍ଷରୁ ଲାଗୁ କରାଯିବାକୁ ଥିବା ସମୃଦ୍ଧ କୃଷକ ନୀତି ଲାଗୁ କରାଯିବା ପୂର୍ବରୁ ଏସବୁ ଦିଗ ପ୍ରତି ସରକାର ଦୃଷ୍ଟି ଦେଲେ ଚାଷ ତଥା ଅର୍ଥନୀତି ସୁଦୃଢ଼ ହୋଇପାରିବ। ଧାନ ଚାଷୀ ଅକ୍ଷୟ କୁମାର ପାଣିଗ୍ରାହୀ କହିଛନ୍ତି, ନୂଆ ସରକାରଙ୍କ ଏହି ପଦକ୍ଷେପକୁ ଆମେ ସ୍ବାଗତ ଚାଷୀକୁଳ ସ୍ବାଗତ କରୁଛୁ। ମାତ୍ର ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ ସରକାର ୧୦୦ ଦିନ ମାଗିଛନ୍ତି। ଏତେବର୍ଷର ଦାବି ପୂରଣ ପାଇଁ ସରକାର ଯେଉଁଠି ପ୍ରତିଶ୍ରୁତି ଦେଇଛନ୍ତି ଯଦି ଆଉ ୧୦୦ ଦିନ ଅପେକ୍ଷା କରିବା ବଡ଼ କଥା ନୁହେଁ। ନୂଆ ସମୃଦ୍ଧ କୃଷକ ନୀତିରେ କୃଷକମାନଙ୍କ ହିତକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ ବୋଲି ଆଶା କରାଯାଉଛି।

Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri