ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ ସାଉଥ୍‌ର ସବୁ ଦେଶରେ ବିତର୍କର ଆଧାର ପାଲଟି ଥିବାବେଳେ ପାଶ୍ଚାତ୍ୟରେ ସମସ୍ତଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ବିକାଶଶୀଳ ଓ ବିକଶିତ ଅର୍ଥ ବ୍ୟବସ୍ଥାଗୁଡ଼ିକ ଦୀର୍ଘଦିନରୁ ଅନ୍ତର୍ଜାତୀୟ ଆଇନ୍‌ର କାର୍ଯ୍ୟକାରିତାରେ ଅସଙ୍ଗତି ଏବଂ ଅନ୍ତର୍ଜାତୀୟ ବ୍ୟବସ୍ଥାର କେନ୍ଦ୍ରରେ ଥିବା ଦୋମୁହାଁ ନୀତିକୁ ସମାଲୋଚନା କରିଆସୁଛନ୍ତି। ଏବେ ଜଣେ ପାଶ୍ଚାତ୍ୟ ନେତା ଏହି ଛଳନାକୁ ମଧ୍ୟ ସ୍ବୀକାର କରିଛନ୍ତି। ଏଭଳି ଅଭିଯୋଗ ପରିପ୍ରେକ୍ଷୀରେ ନିୟମ ଆଧାରିତ ବ୍ୟବସ୍ଥାର ସୁରକ୍ଷା ପାଇଁ କାର୍ନି ଅତ୍ୟଧିକ ରାଜନୈତିକ ପୁଞ୍ଜି ନିବେଶ କରିଥିଲେ। ଫେବୃଆରୀରେ ଅନୁଷ୍ଠିତ ମ୍ୟୁନିକ ସୁରକ୍ଷା ସମ୍ମିଳନୀରେ ସାଉଦିର ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଥିଲେ, ଶେଷରେ ବିଶ୍ୱରେ ଭାଙ୍ଗିଯାଉଥିବା ପୁରୁଣା ବ୍ୟବସ୍ଥାକୁ ଲକ୍ଷ୍ୟ କରି ଆମେ ସମସ୍ତେ ପରସ୍ପର ପ୍ରତି ସତ୍ୟନିଷ୍ଠ ବା ସଚ୍ଚୋଟ ହେବା ଉଚିତ। ହେଲେ ସଚ୍ଚୋଟତା ବା ଉତ୍ତରଦାୟିତ୍ୱ ଦିଗରେ ନିଆଯାଇଥିବା ପଦକ୍ଷେପରେ ଆମେ ବାସ୍ତବରେ ଖୁସି କି? ପୁରୁଣା ବ୍ୟବସ୍ଥା ଅବାସ୍ତବ ବୋଲି ପାଶ୍ଚାତ୍ୟ ନେତାମାନେ ଗ୍ରହଣ କରିଥିବାରୁ ଆଗକୁ କ’ଣ ଘଟିବ ତାହା ଜର୍ମାନୀ ଚାନ୍‌ସେଲର ଫେଡ୍‌ରିକ ମର୍ଜ ନିକଟରେ ଦର୍ଶାଇଛନ୍ତି?
ମୁଁ ଜଣେ ବ୍ୟକ୍ତି ଭାବେ ଏହିସବୁ ପ୍ରଶ୍ନ ପଚାରୁଛି ଏବଂ ବ୍ୟବସ୍ଥାର ଅସଙ୍ଗତି ଏବଂ ସେମାନେ ଉତ୍‌ଥାପନ କରିଥିବା ବୈଧ ସମସ୍ୟାଗୁଡ଼ିକ ସମ୍ପର୍କରେ ଏକ ଉଚିତ ଆଲୋଚନା ଲାଗି ଦାବି କରୁଛି। ମୁଁ ମଧ୍ୟ ଆଶାକରେ, ବ୍ୟବସ୍ଥାରେ ଦୋମୁହାଁ ନୀତି ଅଛି ବୋଲି ସ୍ବୀକାର କରାଯାଇଥିବାରୁ ତାହା ସମସ୍ୟାଗୁଡ଼ିକୁ ହ୍ରାସ କରିବା ସହ ଅନ୍ତର୍ଜାତୀୟ ନୀତି ନିୟମକୁ ଦୃଢ଼ କରିବା ସକାଶେ ଏକ ଗଠନମୂଳକ ବିତର୍କ ପାଇଁ ବାଟ ଫିଟାଇବ। ତଥାପି ମୁଁ ଚିନ୍ତିତ ଯେ, ଏବେ ଯେଉଁ ସଚ୍ଚୋଟତା ବିଷୟ ଉଠୁଛି ତାହା କୌଣସି ଉଦ୍ଦେଶ୍ୟ ପୂରଣ କରୁନାହିଁ। ଏବକାର ପ୍ରଚଳିତ ବ୍ୟବସ୍ଥାକୁ ଅଧିକ ନ୍ୟାୟୋଚିତ ଏବଂ ଅଧିକ ସଙ୍ଗତ କିମ୍ବା ପ୍ରେରଣାଦାୟୀ ସଂସ୍କାର ଭାବେ ନିଶ୍ଚିତ କରିବା ବଦଳରେ ନୂତନଭାବେ ଗ୍ରହଣ କରାଯାଇଥିବା ଉତ୍ତରଦାୟିତ୍ୱ ବିପରୀତ ଲକ୍ଷ୍ୟରେ ଯାଉଥିବା ଜଣାପଡ଼ୁଛି। ସମ୍ପୂର୍ଣ୍ଣ ଅସଙ୍ଗତିକୁ ଉଚିତ ବୋଲି ସାବ୍ୟସ୍ତ କରିବା ପାଇଁ ଏହାକୁ ବ୍ୟବହାର କରାଯାଉଛି ଏବଂ ଅଧିକ ସୁସଙ୍ଗତ ବୈଶ୍ୱିକ ନିୟମଗୁଡ଼ିକ ଦିଗରେ କରାଯାଉଥିବା ପ୍ରତ୍ୟେକ କାର୍ଯ୍ୟକୁ ବ୍ୟର୍ଥ ରୂପେ ଦର୍ଶାଉଛି।
ପୁରୁଣା ବ୍ୟବସ୍ଥାର ତ୍ରୁଟିକୁ ସାମ୍ନାକୁ ଆଣୁଥିବା ବ୍ୟକ୍ତିଙ୍କ ମଧ୍ୟରୁ ଅଧିକାଂଶ ସେମାନଙ୍କ ବ୍ୟବହାର ବଦଳାଇବା ସମ୍ଭାବନା ନାହିଁ। ବ୍ୟବସ୍ଥାରେ ଛଳନା ଥିବା ସେମାନେ କହିପାରନ୍ତି, କିନ୍ତୁ ଟ୍ରମ୍ପ ପ୍ରଶାସନର ଭେନେଜୁଆଲାରେ ହସ୍ତକ୍ଷେପ ଏବଂ ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣକୁ ନେଇ ସେମାନଙ୍କ ପ୍ରତିକ୍ରିୟା ନିଶ୍ଚିତ କରୁଛି ଯେ, ଅଧିକ କିଛି ପରିବର୍ତ୍ତନ ହୋଇନାହିଁ। ତ୍ରୁଟିପୂର୍ଣ୍ଣ ବ୍ୟବହାର କିମ୍ବା ଅତୀତରେ ସେମାନଙ୍କ ମେଣ୍ଟର ନିୟମ ଉଲ୍ଲଂଘନ ଜାରି ରଖିବା ପାଇଁ ସେମାନେ ଚାହୁଁଛନ୍ତି। ସ୍ପେନ ପ୍ରଧାନମନ୍ତ୍ରୀ ପେଟ୍ରୋ ସାଞ୍ଜେଜଙ୍କ ସମେତ କେତେକ ପାଶ୍ଚାତ୍ୟ ନେତା ଇରାନ ଉପରେ ଆମେରିକା ଓ ଇସ୍ରାଏଲର ଆକ୍ରମଣକୁ ଅନ୍ୟାୟ ବୋଲି କହିଛନ୍ତି। ହେଲେ ଦୀର୍ଘଦିନରୁ ଅନ୍ତର୍ଜାତୀୟ ଆଇନ ସପକ୍ଷରେ ପ୍ରଚାର କରି ଆସୁଥିବା ୟୁରୋପୀୟ ସଂଘ(ଇୟୁ) ଔପଚାରିକ ଭାବେ ଏହାକୁ ନିନ୍ଦା କରିନାହିଁ। ତେବେ ଔପଚାରିକ ଭାବେ ଦିଆଯାଇଥିବା ବିବୃତିଗୁଡ଼ିକୁ ସମୀକ୍ଷା କଲେ ଜଣାଯାଏ ଯେ, ପାଶ୍ଚାତ୍ୟରେ କେତେକେ ପୁରୁଣା ବ୍ୟବସ୍ଥାର ଦୋମୁହାଁ ନୀତିର କପଟତା ଉପରେ ଗୁରୁତ୍ୱ ଦେଇଥିବା ଜଣାପଡ଼ୁଛି। ଏହାସହ ୟୁରୋପ ଓ ଅନ୍ୟମାନେ ଦେଉଥିବା ନୈତିକ ଉପଦେଶ ଉଭୟ ଏକ ସମସ୍ୟାଗ୍ରସ୍ତ ମୁଦ୍ରାର ଦୁଇପାର୍ଶ୍ୱ ଭଳି।
ନିକଟରେ ମର୍ଜ ସ୍ପଷ୍ଟ କରିଛନ୍ତି ଯେ, ଇରାନ ଉପରେ ଆମ ସହଯୋଗୀ କରିଥିବା ଆକ୍ରମଣ ଉପରେ କିଛି କହିବେ ନାହିଁ। ଜର୍ମାନୀ ତା’ର ଯେଉଁ ସହଯୋଗୀଙ୍କୁ ନୈତିକ ଉପଦେଶ ଦେବାରେ ସଂଯମତା ରକ୍ଷାକରୁଛି, ସେମାନେ ସେହି ସହଯୋଗୀ ଯେଉଁମାନଙ୍କୁ ଜର୍ମାନୀ ସବୁବେଳେ ନୈତିକ ଉପଦେଶ ଦେବାରୁ ବରତ ରହିଆସିଛି। କିଛି ନେତା ଯେଉଁମାନେ ପୁରୁଣା ବ୍ୟବସ୍ଥାର ଅଭାବକୁ ସ୍ବୀକାର କରିଛନ୍ତି, ସେମାନେ କିଛି ଭଲ କରିବା ସକାଶେ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ କହୁଛନ୍ତି। ଅନ୍ୟପକ୍ଷରେ ସାଧାରଣ ଯୁକ୍ତି ହେଉଛି ଯେ, ପୁରୁଣା ବ୍ୟବସ୍ଥା ସମ୍ଭବତଃ ଶେଷ ହୋଇଯାଇଛି, ଦୁଃଖ କରିବାର କୌଣସି କାରଣ ନାହିଁ। ଏହାର ପ୍ରଭାବ ସ୍ବରୂପ, ପାଶ୍ଚାତ୍ୟ ଦେଶଗୁଡ଼ିକୁ ଏବେ କ୍ଷମତା ରାଜନୀତିର ପ୍ରାଧାନ୍ୟ ଥିବା ତଥା ଅନ୍ତର୍ଜାତୀୟ ନିୟମକୁ ସମ୍ମାନ ଦିଆଯାଉ ନ ଥିବା ଏକ ବିଶ୍ୱରେ ସେମାନଙ୍କ ନିଜସ୍ବ ରଣନୀତିକ ସ୍ବାର୍ଥ ରକ୍ଷାର ସୀମିତ ଲକ୍ଷ୍ୟ ଉପରେ ଧ୍ୟାନ ଦେବାକୁ ପଡ଼ୁଛି। ଏହା ଥିଲା ୟୁରୋପିଆନ୍‌ କମିଶନ ଅଧ୍ୟକ୍ଷ ଉର୍ସୁଲା ଭନ ଡେର୍‌ ଲିୟେନ ଇୟୁ ଆମ୍ବାସାଡାର ସମ୍ମିଳନୀରେ ଦେଇଥିବା ଭାଷଣର କିୟଦଂଶ। ସେ ସେଠାରେ ଯୁକ୍ତି ଉପସ୍ଥାପନ କରିଥିଲେ ଯେ, ଏକ ପୃଥିବୀ ପାଇଁ ପୁରୁଣା ବିଶ୍ୱ ବ୍ୟବସ୍ଥା ଲାଗି ୟୁରୋପୀୟ ସଂଘ ଆଉ ରକ୍ଷକ ହୋଇପାରିବ ନାହିଁ, ଯାହା ଶେଷ ହୋଇଯାଇଛି ତାହା ଫେରିବ ନାହିଁ। ସେହିଭଳି ମେର୍ଜ ବିଶ୍ୱାସ କରନ୍ତି ଯେ, ନିୟମ ଆଧାରିତ ବ୍ୟବସ୍ଥା ଆଉ ତିଷ୍ଠି ରହିନି। ଏପରି କି କାର୍ନେ ମଧ୍ୟ ପରାମର୍ଶ ଦେଇଥିଲେ ଯେ, କିଛି ବୃହତ୍‌, ଉତ୍ତମ, ଦୃଢ଼ ତଥା ଅଧିକ ବୈଧ ବିଷୟ ପୁରୁଣା ବ୍ୟବସ୍ଥାର ଧ୍ୱଂସାବଶେଷ ଉପରେ ଗଢ଼ାଯାଇପାରିବ ଏବଂ ଏହାକୁ କିଭଳି ଦେଖାଯାଇପାରିବ ସେ ସମ୍ପର୍କରେ କିଛି ବିବରଣୀ ପ୍ରଦାନ କରିଥିଲେ।
ଯେଉଁମାନେ ପୁରୁଣା ବ୍ୟବସ୍ଥା ଶେଷ ହୋଇଯାଇଛି ବୋଲି କହୁଛନ୍ତି ସେମାନଙ୍କୁ ସଚ୍ଚୋଟ ଓ ତତ୍ପର ମଧ୍ୟସ୍ଥ ଭାବେ ଦେଖାଯିବା ଉଚିତ। କିନ୍ତୁ ବୈଶ୍ୱିକ ନୀତିନିୟମ ଗଠନ କରିବା ପାଇଁ ସମସ୍ତ ଉଦ୍ଦେଶ୍ୟକୁ ଅଣଦେଖା କରି ସେମାନେ ବିବୃତି ଦେଇପାରୁଛନ୍ତି। ସେମାନେ ଗ୍ଲୋବାଲ ସାଉଥକୁ ଯେଭଳି ସମାଲୋଚନା କରୁଥିଲେ ଏବେ ପାଶ୍ଚାତ୍ୟ ନେତାମାନେ ଠିକ୍‌ ସମାନ ଶବ୍ଦ ପ୍ରୟୋଗ କରୁଛନ୍ତି। ସେମାନେ ସମସ୍ତଙ୍କ ସ୍ବାର୍ଥ ସହ ଜଡ଼ିତ ନୀତିଗୁଡ଼ିକୁ ସମର୍ଥନ କରିବା ବଦଳରେ ଜାତୀୟ ସ୍ବାର୍ଥ ଆଧାରିତ ଏକ ବୈଦେଶିକ-ନୀତି ଦୃଷ୍ଟିକୋଣ ଉପରେ ଏକମତ ହୋଇଛନ୍ତି। ଏକ ଅଧିକ ନ୍ୟାୟପୂର୍ଣ୍ଣ ବୈଶ୍ୱିକ ବ୍ୟବସ୍ଥାକୁ ଆଗେଇ ନେବା ସେମାନଙ୍କ ଲକ୍ଷ୍ୟ ନୁହେଁ। ବରଂ ଅନ୍ତର୍ଜାତୀୟ ନିୟମକୁ ଦୃଢ଼ କରିବା କିମ୍ବା ତାହାର ସୁରକ୍ଷା ପାଇଁ କୌଣସି ପ୍ରତିବଦ୍ଧତାରୁ ସେମାନଙ୍କୁ ମୁକ୍ତ କରୁଥିବା ଏକ ଦୃଷ୍ଟିକୋଣକୁ ପ୍ରୋତ୍ସାହିତ କରିବା ସେମାନଙ୍କ ଲକ୍ଷ୍ୟ ହୋଇଯାଇଛି।
ତେବେ ମଧ୍ୟମ ଶକ୍ତିଶାଳୀ ଦେଶଗୁଡ଼ିକ ଅନ୍ତର୍ଜତୀୟ ନିୟମକୁ ଧରି ରଖିପାରିବେ ନା ସାମରିକ ପ୍ରାଧାନ୍ୟ ଥିବା ଏକ ଦେଶ ସହଯୋଗ ବିନା ନୂଆ ଅନ୍ତର୍ଜାତୀୟ ନିୟମ ଗଢ଼ିବେ, ତାହାକୁ ନେଇ ପ୍ରଶ୍ନ ଉଠିବା ଯୁକ୍ତିଯୁକ୍ତ। କିନ୍ତୁ ଯଦି ଏଭଳି ଲକ୍ଷ୍ୟ ହାସଲ କରିବାରୁ ସେମାନେ ସମ୍ପୂର୍ଣ୍ଣ ଦୂରେଇ ରହନ୍ତି, ତଥାକଥିତ ନିୟମ ଆଧାରିତ ବ୍ୟବସ୍ଥା ଶେଷ ହୋଇଯିବ। ଆମେ ଯେଉଁ ସଚ୍ଚୋଟତାକୁ ଅପେକ୍ଷା କରିଆସିଛୁ ତାହା ଅସଙ୍ଗତି କିମ୍ବା ନେତୃତ୍ୱ ତ୍ୟାଗକୁ ନ୍ୟାୟସଙ୍ଗତ କରିବାରେ ବ୍ୟବହାର ହେବ। ଯଦି ଏହା ଆମ ଭବିଷ୍ୟତ ହୁଏ, ତେବେ ହରାଇ ସାରିଥିବା ‘କାଳ୍ପନିକ’ ବିଶ୍ୱକୁ ସ୍ମରଣ କରିବା।

ସୋଫି ଆଇଜେନ୍‌ଟ୍ରଟ୍‌
ଗବେଷଣା ଓ ପ୍ରକାଶନ ମୁଖ୍ୟ,
ମ୍ୟୁନିକ ସୁରକ୍ଷା ସମ୍ମିଳନୀ

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀରାମ ନବମୀ ପାଇଁ ଚଳଚଞ୍ଚଳ ଦିଗପହଣ୍ଡି: ଯୋଗଦେଲେ ଡ.ସିଦ୍ଧାନ୍ତ ମହାପାତ୍ର, ବିଶ୍ବହିନ୍ଦୁ ପରିଷଦ….

ଦିଗପହଣ୍ଡି,୨୭।୩(ଅଶେଷ ନାଥ ମିଶ୍ର): ଆଜି ପବିତ୍ର ଶ୍ରୀରାମ ନବମୀ। ଏ ନେଇ ଗଞ୍ଜାମ ଜିଲା ଦିଗପହଣ୍ଡି ଚଳଚଞ୍ଚଳ ହୋଇ ଉଠିଛି। ତେବେ ଗୁରୁବାର ସାରେ ଶ୍ରୀରାମ ନବମୀ…

ସିକ୍ରେଟ କ୍ୟାବିନରେ ଚାଲାଣ ହେଉଥିଲା ୧୮୭ କେଜି ଗଞ୍ଜେଇ, ମାଡ଼ିବସିଲା ସୁବଳୟା ପୋଲିସ

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ପୋଲିସ ଗୁରୁବାର ସୋନପୁର-ବୀରମହାରାଜପୁର ରାସ୍ତାର ଦୁରଦୁରା ନର୍ସରୀ ନିକଟରୁ ଏକ ପିକଅପରେ ଚାଲାଣ ହେଉଥିବା ୧୮୭ କେଜି ଗଞ୍ଜେଇ…

ପୂର୍ବ ଶତ୍ରୁତାରୁ ତୁମୁଳ କାଣ୍ଡ, ଗାଁଦାଣ୍ଡରେ ଯୁବକଙ୍କୁ ପିଟି ହତ୍ୟା

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହତ୍ୟାର ଶିକାର ହୋଇଛନ୍ତି…

ବଡ଼ବଡ଼ିଆ ଜବରଦଖଲକାରୀଙ୍କ ବଦଳରେ ଗରିବଙ୍କ କୁଡ଼ିଆ ଉଚ୍ଛେଦ, ପ୍ରତିବାଦରେ ତାତିଲେ ଲୋକେ

ବରଗଡ଼,୨୭।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଜବରଦଖଲ ଉଚ୍ଛେଦ ଅଭିଯାନ ଚାଲିଛି। ଏହି କ୍ରମରେ ବୁଲଡୋଜର ପର୍ଯ୍ୟାୟକ୍ରମେ ସହରର ଗୋଟିଏ ସ୍ଥାନରୁ ଅନ୍ୟ ଜବରଦଖଲ ସ୍ଥାନକୁ ମାଡ଼ି ବସିଛି।…

ସୃଜନଶୀଳତାକୁ ପ୍ରାଧାନ୍ୟ

ଖୋର୍ଦ୍ଧାସ୍ଥିତ ଆର୍ଯ୍ୟବର୍ତ୍ତ ଆନ୍‌ସିଏଣ୍ଟ ଏକାଡେମୀ (ଏଏଏ)ର ପ୍ରିନ୍ସିପାଲ ଭାବେ ଡ. ଦୀପ୍ତିମୟୀ ମହାନ୍ତି କାର୍ଯ୍ୟରତ ଥିବାବେଳେ ତାଙ୍କର ଶିକ୍ଷାକ୍ଷେତ୍ରରେ ୩୦ ବର୍ଷର ଅଭିଜ୍ଞତା ରହିଛି। ଅବିରତ ଉତ୍ସାହ…

ବଚସା ହେଲା କାଳ…ସ୍ତ୍ରୀକୁ ସିଲିଣ୍ଡର ଛେଚି ହତ୍ୟା କଲେ ସ୍ବାମୀ

ଚଣ୍ଡିଗଡ଼,୨୭।୩: ହରିୟାଣାର ଗୁରୁଗ୍ରାମ ଜିଲାରୁ ଏକ ହୃଦୟ ବିଦାରକ ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ, ଗୁରୁଗ୍ରାମର ଚୌମା ଗାଁରେ, ଗୁଞ୍ଜନ ନାମକ ଜଣେ ୨୨ ବର୍ଷୀୟା…

ଭାରତ୍ତୋଳନରେ ଦୀପାରାଣୀଙ୍କୁ ରୌପ୍ୟ

ଚିକିଟି, ୨୭ା୩ (ପ୍ରକାଶ ଚନ୍ଦ୍ର ସାହୁ ): ଛତିଶଗଡ ରାଇପୁର ସ୍ଥିତ ପଣ୍ଡିତ ରବି ଶଙ୍କର ବିଶ୍ୱ ବିଦ୍ୟାଳୟର ଖେଳ ପଡ଼ିଆ ପରିସରରେ ଗୁରୁବାର ଜାତୀୟସ୍ତରୀୟ ଉଦ୍‌ଘାଟିତ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri