ଅଧୁରା ଅଭିଯାନ

ଭାଜପା ସରକାର ବ୍ୟାପକ ଶକ୍ତି ଓ ସଂବେଗ ସହ ୨୦୧୯ରେ ପ୍ରବେଶ କରିଥିଲା। ସେହି ବର୍ଷ ମେ’ର ନିର୍ବାଚନୀ ବିଜୟ ଥିଲା ନିର୍ଣ୍ଣାୟକ ଓ ଏହା ୨୦୧୪ ତୁଳନାରେ ଅଧିକ ଆସନ ପ୍ରଧାନମନ୍ତ୍ରୀଙ୍କୁ ଭେଟିଦେଲା। ଦୃଢ ଜନାଦେଶ ଓ ତାଙ୍କ ଉପରେ ରହିଥିବା ଲୋକଙ୍କ ଅପରିବର୍ତ୍ତିତ ବିଚାରଧାରା ତାଙ୍କ ଆମତ୍ବିଶ୍ୱାସ ବଢ଼ାଇ ଦେଇଥିଲା। ଏହାକୁ ଆଧାରକରି ସେ ସାର୍ବଜନୀନ ସ୍ତରରେ ନିଜର ଭାବମୂର୍ତ୍ତି ବଢାଇବା ଲାଗି ନୀତି ବା ଆଇନ ସବୁ ଗଢ଼ିବାରେ ସମୟ ଦେଲେ। ଜୁନ୍‌ ୨୦୨୦ ପର୍ଯ୍ୟନ୍ତ ଏକ ବର୍ଷ ପାଇଁ ଉକ୍ତ ଅଭିଯାନ ଜାରି ରହିଲା ଓ ପରେ ଏହି ଧାରାରୁ ହଟିଗଲା। ଏହି ୧୨ ମାସରେ ଅନେକ ବିଷୟ ଘଟିଗଲା ଓ ସେଥିମଧ୍ୟରୁ ବହୁ ଅପ୍ରିୟ ଘଟଣାର ପରିଣାମ ଏବେ ସୁଦ୍ଧା ଆମ ସହିତ ରହିଛି ଓ ସେଗୁଡିକ ବାରମ୍ବାର ସାମ୍ନାକୁ ଆସୁଛି। ୨୦୧୯ ଜୁଲାଇ ୨୫ରେ ଲୋକ ସଭାରେ ତିନି ତଲାକ ବିଲ୍‌ ପାସ୍‌ ହୋଇଥିଲା; ଯାହାକୁ ପୂର୍ବରୁ ସୁପ୍ରିମକୋର୍ଟ ରଦ୍ଦ କରିସାରିଥିଲେ। କିନ୍ତୁ ଏହାକୁ ଦଣ୍ଡନୀୟ ଆପରାଧିକ ଆଇନ କରାଗଲା। ଏହାସହ ଭାଜପା ଶାସିତ ରାଜ୍ୟଗୁଡ଼ିକରେ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ବିବାହକୁ ବନ୍ଦ କରାଯିବା ସହ ଧର୍ମୀୟ ସ୍ବାଧୀନତାକୁ ନେଇ ଅନେକ ଆଇନ ଅଣାଗଲା। ଏହାପରେ ୫ ଅଗଷ୍ଟରେ ୩୭୦ ଧାରା ଉଚ୍ଛେଦ କରାଗଲା। ଅଗଷ୍ଟ ୩୧ରେ ଶେଷ ଜାତୀୟ ନାଗରିକ ପଞ୍ଜୀକରଣ(ଏନ୍‌ଆର୍‌ସି) ଆସାମ ଦ୍ୱାରା ପ୍ରକାଶ କରାଗଲା। ଯେଉଁମାନେ ସେମାନଙ୍କ ପୂର୍ବପୁରୁଷଙ୍କ ୧୯୭୧ ପୂର୍ବରୁ ରାଜ୍ୟରେ ରହିଆସୁଥିବା ପ୍ରମାଣ ଦେଇପାରିଲେ ନାହିଁ ସେମାନଙ୍କୁ ଜେଲରେ ରଖାଯିବା ପ୍ରକ୍ରିୟା ଆରମ୍ଭ ହୋଇଗଲା। ଏହା ପରେ ଭାଜପା ଲାଗି ଆଉ ଏକ ବିଜୟ କ୍ଷଣ ଆସିଲା ନଭେମ୍ବର ୯ରେ। ସୁପ୍ରିମକୋର୍ଟ ଅଯୋଧ୍ୟା ରାୟ ପ୍ରକାଶ କଲେ ଏବଂ ପୂରା ବିବାଦୀୟ ସ୍ଥଳୀକୁ ମନ୍ଦିରକୁ ଦେଇଦେଲେ। ତା’ପର ମାସ ୯ ଡିସେମ୍ବରରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଲୋକ ସଭାରେ ପାସ୍‌ ହେଲା। ସ୍ବରାଷ୍ଟ୍ର ମନ୍ତ୍ରୀ କହିଥିଲେ, ଏହା ଦୁଇଭାଗ ବିଶିଷ୍ଟ ଏକ ସଣ୍ଢୁଆଶିର ଗୋଟିଏ ପଞ୍ଝା ଓ ଅନ୍ୟ ପଞ୍ଝାଟି ଥିଲା ଏନ୍‌ଆର୍‌ସି। ସିଏଏ ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ ଦେଖାଦେଲା ଓ ଭାରତ ଯାହା କରୁଥିଲା ତା’ ବିରୋଧରେ ଅନ୍ତର୍ଜାତୀୟ ସ୍ତରରେ ବି ସ୍ବର ଉଠିଲା। ତା’ପର ମାସରେ ଦେଶବ୍ୟାପୀ ଲକ୍‌ଡାଉନ ଲାଗୁ ହୋଇଥିଲା। ଏହା ଥିଲା ବିଶ୍ୱର ସବୁଠୁ କଠିନ। ହେଲେ ଲକ୍‌ଡାଉନ ଭାରତରେ କୋଭିଡ୍‌ ମହାମାରୀର ସଂକ୍ରମଣ ଧାରାକ ପରିବର୍ତ୍ତନ କରିପାରିଲା ନାହିଁ। ଏହାର କିଛି ସପ୍ତାହ ପରେ ଲଦାଖରେ ଚାଇନା ସୈନ୍ୟଙ୍କ ସହ ସଂଘର୍ଷରେ ଭାରତର ୨୦ ଜଣ ଯବାନ ସହୀଦ ହେଲେ। ଫଳରେ ପଶ୍ଚିମରୁ ଆରମ୍ଭ କରି ପାକିସ୍ତାନ ବିରୋଧରେ ପୂର୍ବ ଯାଏ ଭାରତର ଜାତୀୟ ସୁରକ୍ଷା ଗତିଶୀଳତା ଏପାଖସେପାଖ ହୋଇଗଲା। କାହିଁକି ଏଭଳି ଘଟିଲା ଆମେ ଜାଣିନାହଁୁ। ବୈଦେଶିକ ମନ୍ତ୍ରୀ ବି କହିଛନ୍ତି ଯେ, ଚାଇନା କାହିଁକି ଓ କେଉଁଥିପାଇଁ ଏହା କଲା ସେ ବୁଝିପାରୁନାହାନ୍ତି।
୨୦୧୯ ନିର୍ବାଚନରେ ବିଜୟ ହାସଲ କରିବାର ଏକ ବର୍ଷ ପରେ ଅର୍ଥାତ୍‌ ୨୦୨୦ ଜୁନ ୫ରେ କୃଷି ଅଧ୍ୟାଦେଶ ଅଣାଗଲା। ଏହା ବିରୋଧରେ ତୀବ୍ର ପ୍ରତିବାଦ ହେବାରୁ ସରକାର ଆଗକୁ ବଢିପାରିଲେ ନାହିଁ। କଶ୍ମୀରରେ ୩୭୦ ଧାରା ଉଚ୍ଛେଦ କରି ତା’ପରେ କ’ଣ ଘଟିବ ଭାଜପା ଜାଣି ନ ଥିଲା କି ଏବେ ସୁଦ୍ଧା ଜାଣିପାରୁନାହିଁ। ଦକ୍ଷିଣ ଏସିଆରେ କଶ୍ମୀର ହେଉଛି ଏକ ସ୍ଥାନ ଯେଉଁଠି ନିର୍ବାଚିତ ସରକାର ନାହିଁ। ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ୩ ବର୍ଷ ଏବଂ ବିଧାନସଭା ଭଙ୍ଗ ହେବା ୪ ବର୍ଷ ବିତିଗଲାଣି। ୨୦୧୫ ପୂର୍ବ କିଛି ବର୍ଷ ମଧ୍ୟରେ ହିଂସା ଯାହା ଥିଲା ଏବେ ସେଠାରେ ତାହାଠୁ କିଛି କମ୍‌ ନାହିଁ। ସଂଖ୍ୟାଲଘୁମାନଙ୍କୁ ଟାର୍ଗେଟ କରି ଅଣାଯାଇଥିବା ଆଇନଗୁଡ଼ିକ ସମସ୍ୟା ଭିତରକୁ ଚାଲିଗଲା, କାରଣ ଚିନ୍ତା କରାଯାଇ ସେଗୁଡ଼ିକୁ ଗଢ଼ାଯାଇନାହିଁ। କୃଷି ଆଇନଗୁଡ଼ିକ ବିରୋଧରେ ଦେଶରେ ଦୀର୍ଘଦିନ ବ୍ୟାପୀ ସବୁଠୁ ବଡ଼ ଗଣ ଆନ୍ଦୋଳନ ହେବା ପରେ ପ୍ରଧାନମନ୍ତ୍ରୀ କ୍ଷମା ମାଗିଲେ ଓ ଉକ୍ତ ଆଇନଗୁଡ଼ିକ ଅଧୁରା ରହିଗଲା। ଏଭଳି ସ୍ଥିିତିକୁ ବି ଦେଶ ଦେଖିଛି। ସିଏଏ ଆଇନକୁ ତିନି ବର୍ଷ ହୋଇଯାଇଥିଲେ ମଧ୍ୟ କିଛି କାରଣ ପାଇଁ ସରକାର ଏହାକୁ ଲାଗୁ କରିପାରିନାହାନ୍ତି। ତାହା ମଧ୍ୟ ଅଧୁରା ରହିଛି। ଦେଶବ୍ୟାପୀ ଲାଗୁ କରିବାକୁ ଥିବା ଏନ୍‌ଆର୍‌ସି କଥା ବି ବନ୍ଦ ହୋଇଯାଇଛି।
ଶେଷରେ ଅର୍ଥ ବ୍ୟବସ୍ଥାରେ ସକାରାମତ୍କ ଦୃଷ୍ଟିରୁ ଅଧିକ କିଛି ସମ୍ଭାବନା ରହିଲା ନାହିଁ। ସରକାରୀ ତଥ୍ୟରୁ ଜଣାପଡ଼ିଛି, ୯ଟି ତ୍ରୈମାସିକରେ ଅର୍ଥାତ୍‌ ୨୦୧୮ ଜାନୁୟାରୀ ଆରମ୍ଭରୁ ୨ ବର୍ଷ ୩ ମାସ ଧରି ଜିଡିପି ଅଭିବୃଦ୍ଧି ମାନ୍ଦା ରହିଥିଲା। ଏହି କାରଣରୁ ମୁଣ୍ଡ ପିଛା ଜିଡିପିରେ ବାଂଲାଦେଶ ଭାରତକୁ ଟପିଗଲା। ଏହା କେବଳ ମହାମାରୀ ଯୋଗୁ ଘଟିଲା ବୋଲି କୁହାଯିିବ ନାହିଁ, ବରଂ ବାଂଲାଦେଶ ୨୦୧୫ଠାରୁ ତା’ଅର୍ଥ ବ୍ୟବସ୍ଥାର ଲକ୍ଷ୍ୟରେ ପହଞ୍ଚିବାକୁ ଚେଷ୍ଟା ଜାରି ରଖିଥିଲା। ଭାରତ ଅର୍ଥ ବ୍ୟବସ୍ଥାରେ ଅଭିବୃଦ୍ଧି ହାରକୁ ଫେରିବାକୁ ଆଖିଦୃଶିଆ ପଦକ୍ଷେପ ନ ନେବାରୁ ବାଂଲାଦେଶ ପଛରେ ପଡ଼ିଗଲା। ବେରୋଜଗାର ସମ୍ପର୍କିତ ସରକାରୀ ତଥ୍ୟରୁ ଜଣାଯାଏ, ୪ ବର୍ଷ ହେଲା ବେରୋଜଗାରୀ ରେକର୍ଡ ସ୍ତରରେ ରହିଛି। ୨୦୧୯ ନିର୍ବାଚନ ଇସ୍ତାହାରରେ ଭାଜପା ତା’ସରକାରର ଗୋଟିଏ ସୂଚକାଙ୍କ ସମ୍ପର୍କରେ କହିଥିଲା ଓ ଏଥିରେ ବିଶ୍ୱ ବ୍ୟାଙ୍କର ଡୁଇଂ ବିଜ୍‌ନେସ ର଼୍ୟାଙ୍କିଙ୍ଗ୍‌ରେ ଉନ୍ନତି ବିଷୟ ସୂଚାଇଥିଲା। ଦୁର୍ଭାଗ୍ୟର ବିଷୟ, କିଛି ଦେଶ ସୂକାଙ୍କରେ ସ୍କୋର୍‌ ବଢାଇବା ଲାଗି ହେର୍‌ଫେର କରୁଥିବା ଜଣାପଡ଼ିଲା ପରେ ୨୦୨୦ରେ ଏହି ର଼୍ୟାଙ୍କିଙ୍ଗ୍‌ ବନ୍ଦ ହୋଇଗଲା। ତେବେ ଗୋଟିଏ ବର୍ଷର ବିସ୍ଫୋରକ କାର୍ଯ୍ୟକଳାପ ପରେ ସରକାରଙ୍କ ପାଖରେ ଆଉ କିଛି ପ୍ରଦର୍ଶନ କରିବାକୁ ରହିନାହିଁ। ସରକାର ଦ୍ୱିତୀୟ ଲହରରେ ତାଙ୍କ କାର୍ଯ୍ୟକ୍ରମରେ କୌଣସି ଶ୍ରେୟ ନେଇପାରିଲେ ନାହିଁ। ଏହା ପଛରେ ଏକ କାରଣ ଥିଲା; ଯେଉଁଥିପାଇର୍ଁ ପ୍ରଚାର ପ୍ରସାର ପ୍ରିୟ ପ୍ରଧାନମନ୍ତ୍ରୀ ସାର୍ବଜନୀନ ରୂପେ ୨୦ ଦିନ ଲାଗି ସାମ୍‌ନାକୁ ଆସି ନ ଥିଲେ। ପ୍ରଦର୍ଶନକୁ ଅଧିକ ସୂଚିତ କରୁ ନ ଥିବା ଏବଂ କେବଳ କରିସ୍ମା ଦେଖାଇବା ଲାଗି କରାଯାଇଥିବା ଅସଂଖ୍ୟ ରାଜନୈତିକ ଅଭିଯାନ ମଧ୍ୟରେ ନିରୁତ୍ସାହ ଦେଖାଯାଇଛି। ଏଠାରେ ଅତୀତ ସମ୍ପର୍କରେ କିଛି କୁହାଯାଉନାହିଁ, କାରଣ ଏହା ଦୂରରେ ନାହିଁ। ଯେ କେହି ଅବଲୋକନ କଲେ ଜାଣିପାରିବେ। ବାସ୍ତବରେ ଭାଜପା ବୁମୁଦ୍ରୀକରଣକୁ ଭୁଲି ଯିବାକୁ ଚାହଁୁଥିବାବେଳେ ସୁପ୍ରିମକୋର୍ଟ ଦ୍ୱାରା ଏହାର ଶୁଣାଣି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ବିନା ମାଟି ଅର୍ଥାତ୍‌ କେବଳ ପାଣି (ହାଇଡ୍ରୋପୋନିକ୍ସ ପଦ୍ଧତି)ରେ ଚାଷକରି ପ୍ରଥମ ପର୍ଯ୍ୟାୟରେ ୫ ଟନ୍‌ ଷ୍ଟ୍ରବେରି ଉତ୍ପାଦନ କରିବାକୁ ସକ୍ଷମ ହୋଇଛନ୍ତି।…

ବିଶ୍ୱାସ ଅଛି, ଭରସା ନାହିଁ

ଆଗକୁ ଅନ୍ଧାରପକ୍ଷ ଆସୁଛି। କୁଞ୍ଜବଦଳିଆ, ଦାଆଗେଣ୍ଡାଳିଆ, ସାରସ, ପାତିହଂସ, ଜଡ଼ାହଂସ ସମସ୍ତଙ୍କ ମଧ୍ୟରେ ଭାଳେଣି, ମାଫିଆଙ୍କ ହାତରୁ ଏଥର ନିସ୍ତାର ନାହିଁ। କାକଟପୁର, ଅସ୍ତରଙ୍ଗ, ଦେବୀନଦୀ ମୁହାଣ,…

ଆତଙ୍କବାଦର ପୃଷ୍ଠପୋଷକ କିଏ

ୟୁରୋପୀୟ ପାର୍ଲାମେଣ୍ଟରେ ରୁଷିଆକୁ ‘ଆତଙ୍କବାଦ ପୃଷ୍ଠପୋଷକ ରାଷ୍ଟ୍ର’ ବୋଲି ଘୋଷଣା କରିଥିଲା ବେଳେ ଆମେରିକା ପାକିସ୍ତାନକୁ ସହଯୋଗର ହାତ ବଢ଼ାଇ ନିଜର ମିତ୍ର ରାଷ୍ଟ୍ରର ପରିଚୟ ଦେଇଥିଲା।…

ଆତ୍ମସମର୍ପଣ

ସାର୍ବଭୌମତ୍ୱ ଉଲ୍ଲଂଘନକୁ ଏକ ଦେଶର ଆଞ୍ଚଳିକ ଅଖଣ୍ଡତାର ଉଲ୍ଲଂଘନ କିମ୍ବା ସରକାରୀ କାର୍ଯ୍ୟରେ ହସ୍ତକ୍ଷେପ ବୋଲି କୁହାଯାଏ। ଜଣେ ଆତ୍ମସମର୍ପଣ କରେ ଯେତେବେଳେ ସେ ବିନା ପ୍ରତିରୋଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri