ଅମଳ କମିବ, ଆୟ ପ୍ରଭାବିତ ହେବ

ରସୁଲପୁର,୬ା୧୨(ଡି.ଏନ.ଏ.): ବାତ୍ୟା ଜଓ୍ବାଦ ବିପଦ ଟଳିଥିବାରୁ ରସୁଲପୁର ବ୍ଲକ ଅଞ୍ଚଳରେ ପବନ ବେଗ କମ ପରିଲକ୍ଷିତ ହୋଇଛି। ଫଳରେ ମଞ୍ଚା ଜାତୀୟ ଫସଲ ବିଶେଷକରି ପାନବରଜ ଚାଷୀଙ୍କ ପାଇଁ ଆଶ୍ୱସ୍ତି ଆଣି ଦେଇଛି। ହେଲେ ପରିବା ଫସଲ କିଆରିରେ ବର୍ଷା ଜଳ ଲହଡ଼ି ମାରୁଛି। ଅଦିନିଆ ବର୍ଷା ଯୋଗୁ ରବି ଋତୁର ଶୀତଦିନିଆ ଫସଲରେ ବ୍ୟାପକ କ୍ଷତି ପହଞ୍ଚତ୍ବ ବୋଲି କୁହାଯାଉଛି। ଏହି ବର୍ଷା ଚାଷୀଙ୍କ ଆୟକୁ ପ୍ରଭାବିତ କରିବ ବୋଲି ଚାଷୀ ଶିଶିର ରାଉତ ମତ ରଖିଛନ୍ତି।

ରବି ଋତୁରେ ଚିନାବାଦାମ, ବିରି, କୋଳଥ, ହରଡ, କୋବି, ବାଇଗଣ, ଭେଣ୍ଡି, କଲରା, କାକୁଡି, ଆଳୁ, ଝୁଡଙ୍ଗ, ବିନ୍ସ ଆଦି ଫସଲକୁ ଚାଷୀ ଗୁରୁତ୍ୱ ଦେଇ ଚାଷ କରୁଛନ୍ତି। ଅକ୍ଟୋବର ଓ ନଭେମ୍ବର ରବି ଫସଲର ବୁଣାବୁଣି ହୋଇଥାଏ। ହେଲେ ଚଳିତବର୍ଷ ନଭେମ୍ବର ଶେଷ ସପ୍ତାହ ଓ ଡିସେମ୍ବର ପ୍ରଥମ ସପ୍ତାହରେ ବର୍ଷା ହେବାରୁ ବୁଣାବୁଣି ବାଧାପ୍ରାପ୍ତ ହୋଇଛି। ଯାହାକିଛି ବୁଣାଯାଇଛି ସେଥିରୁ ଅଧିକାଂଶ ବିହନ ପଚିଯିବ ବୋଲି ଆଶଙ୍କା କରାଯାଉଛି। ବାଦାମ ବିହନ, ପୋଟଳ ଚେର ଆଦି ପଚି ଯିବ ବୋଲି କୁହାଯାଉଛି। ବିହନ ବୁଣିବାକୁ ବାକି ଥିବା କ୍ଷେତର ଆର୍ଦ୍ରତା ଯୋଗୁ ଚାଷ ବିଳମ୍ବ ହେବା ଏକପ୍ରକାର ନିଶ୍ଚିତ ହୋଇଛି। ଏଭଳି ହେଲେ ଉପତ୍ାଦନ କମିଯିବା ସମ୍ଭାବନା ରହିଛି। ତେବେ ପରିବା କ୍ଷେତରେ ବର୍ଷାପାଣି ଲହଡି ମାରୁଥିବାରୁ ବିଶେଷ କ୍ଷତି ପହଞ୍ଚତ୍ବ। ବର୍ଷା ଜନିତ ସର୍ତକତା ସ୍ବରୂପ ଚାଷୀ ପରିବାଗୁଡିକୁ ଆଗୁଆ ତୋଳି କ୍ଷତି ସହିଛନ୍ତି। ବର୍ଷା ପରେ ଫସଲରେ ଝାଉଁଳା, ପତ୍ରଝଡ଼ା, ମୂଳଶଢ଼ା ରୋଗ ଦେଖାହେବ। ପରିବା ଗଛରେ ଧରିଥିବା ଫୁଲ, କଷି ଝଡ଼ିଯିବ। ପରିବାକ୍ଷେତକୁ ପୁରୁଣା ସ୍ଥିତିକୁ ଫେରାଇ ଆଣିବାକୁ ହେଲେ ଚାଷୀଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିବ।

ଏହାସତ୍ତ୍ୱେ ବି ଚାଷୀ ସଅଳ ଅମଳ କରିବା ଲକ୍ଷ୍ୟ ବାଧାପ୍ରାପ୍ତ ହେବ। ରବି ଫସଲରେ ଲାଭବାନ ହେବା ନେଇ ଚାଷୀ ରଖିଥିବା ଆଶା ମଉଳି ଯାଇଛି। ସେହିପରି ଆଳୁଚାଷୀ ସରକାରୀ ବିହନ ନେଇ ଗଜା କରିଛନ୍ତି। ଦିନେ ଦୁଇଦିନରେ ଆଳୁ ବିହନ ଲଗାଯାଇଥାନ୍ତା। ତାହା ଏବେ ଆହୁରି ବିଳମ୍ବ ହେବ ବୋଲି ଆଶଙ୍କା କରାଯାଉଛି। ବର୍ଷା ଯୋଗୁ ଆଳୁଚାଷ ବାଧାପ୍ରାପ୍ତ ହୋଇଛି। ଏଥିଯୋଗୁ ଆଳୁ ଉପତ୍ାଦନ କମିଯିବ ବୋଲି ଉଦ୍ୟାନ କୃଷି ବିଭାଗ ପକ୍ଷରୁ କୁହାଯାଉଛି। ତେଣୁ ଲଘୁଚାପ ଜନିତ କ୍ଷୟକ୍ଷତିକୁ ତୁରନ୍ତ ଆକଳନ କରି କ୍ଷତିପୂରଣ ପ୍ରଦାନ କରିବାକୁ ଚାଷୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri