୫ କ୍ରଶରରେ ଆୟକର ଚଢ଼ାଉ

ଯାଜପୁର ଅଫିସ/ଧର୍ମଶାଳା, ୧୭ା୬(ଡି.ଏନ.ଏ.):ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନ ଡଙ୍କାରୀ ପାହାଡ଼ ପାଦଦେଶରେ ଥିବା କ୍ରଶର ୟୁନିଟ୍‌ କୋଣାର୍କ, ଅରୁଣୀ, କଲ୍ୟାଣୀ, ଏସ୍‌ଟି ମିନେରାଲ୍ସ ଓ ପିଜେ ମିନେରାଲ୍ସ ଉପରେ ଗୁରୁବାର ସକାଳେ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ୨ ପ୍ଲାଟୁନ ପୋଲିସ ଫୋର୍ସ ସହାୟତାରେ ଆୟକର ବିଭାଗ ଅଧିକାରୀ ମଙ୍ଗରାଜ ସେଠୀଙ୍କ ନେତୃତ୍ୱରେ ଏକ ଟିମ୍‌ ଏକ ସାଙ୍ଗରେ ସାରୋଇ, ଜାରକା ସମେତ ଡଙ୍କାରୀଠାରେ ବିଭିନ୍ନ କ୍ରଶର ୟୁନିଟ୍‌ରେ ଛାନଭିନ କରିଛନ୍ତି। ସେହିପରି ଡଙ୍କାରୀ ପାହାଡ଼ର ଲିଜ୍‌ଧାରୀ ଶ୍ରୀବାସ ଜେନାଙ୍କ ଭୁବନେଶ୍ୱର ଓ ସାରୋଇସ୍ଥିତ ବାସଭବନ, କାର୍ଯ୍ୟାଳୟରେ ମଧ୍ୟ ଆୟକର ବିଭାଗ ଟିମ୍‌ ଚଢ଼ାଉ କରି ଯାଞ୍ଚ ଚଳାଇଥିବା ଜଣାପଡ଼ିଛି। ଜିଏସ୍‌ଟି ଓ ଅନ୍ୟାନ୍ୟ ଆୟକର ଠକେଇ ଅଭିଯୋଗ କ୍ରମେ ଏହି ଚଢ଼ାଉ ହୋଇଥିବା ସୂଚନା ମିଳିଛି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ସରକାରୀ ଭାବେ କୌଣସି ତଥ୍ୟ ଜଣାପଡ଼ିନାହିଁ।
ରାଜସ୍ବ ଲୁଟ୍‌ ଏବଂ ଆୟକର ଫାଙ୍କି କରୁଥିବା ବ୍ୟକ୍ତିଙ୍କ ବାସ୍ତବତା ଲୋକ ଲୋଚନକୁ ଆସି ପାରିଲେ ତାହା ଧର୍ମଶାଳା ତହସିଲର ଡିମାଣ୍ଡ ନୋଟିସ ଏବଂ ଏନଜିଟିର ରାୟ ଉପରେ ପ୍ରଭାବ ପଡିପାରେ ବୋଲି ଆବେଦନକାରୀ ସର୍ବେଶ୍ୱର ବେହୁରା ଆଶାପ୍ରକାଶ କରିଛନ୍ତି। ୨୦୦୨ରୁ ୨୦୧୮ ମଧ୍ୟରେ ଡଙ୍କାରୀ ପାହାଡରୁ ବିପୁଳ ମୂଲ୍ୟବାନ କଳାପଥର ଲୁଟ ଅଭିଯୋଗ ହୋଇଥିଲା। ଏନେଇ ଖଣି ବିଭାଗ ପକ୍ଷରୁ ମାପଚୁପ କରି କ୍ଷୟକ୍ଷତିର ରିପୋର୍ଟ ଦାଖଲ କରାଯାଇଥିଲା। ଏହାପରେ ଧର୍ମଶାଳା ତହସିଲଦାର ୨୮ା୫ା୨୦୧୬ରେ ସାରୋଇ ଗ୍ରାମର ଲିଜଧାରୀ ଶ୍ରୀବାସ ଜେନାଙ୍କୁ ୫୮ କୋଟି ୬୨ ଲକ୍ଷ ୭୯ ହଜାର ୬୩୩ ଟଙ୍କା ଅତିରିକ୍ତ ରାଜସ୍ବ ଜମା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଲିଜଧାରୀ ଶ୍ରୀବାସ ଏହା ବିରୋଧରେ ହାଇକୋର୍ଟର ଦ୍ୱାରସ୍ଥ ହେବା ପରେ ତାହା ବିଚାରାଧୀନ ରହିଛି। ଏହାପରେ ଆବେଦନକାରୀ ସର୍ବେଶ୍ୱର ବେହୁରା ନ୍ୟାୟ ପାଇଁ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି)ର ଦ୍ୱାରସ୍ଥ ହୋଇଥିଲେ। ଏନ୍‌ଜିଟିରେ ଏନେଇ ୬୦୪/୨୦୧୮ ନମ୍ବରରେ ଏକ ମାମଲା ରୁଜୁ ହୋଇଥିଲା। ଏନ୍‌ଜିଟି ୨୦୧୯ ଫେବୃୟାରୀରେ ଏହି ମାମଲାର ଶୁଣାଣି କରି କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି) ପାଖରେ ମଧ୍ୟବର୍ତ୍ତିକାଳୀନ କ୍ଷତିପୂରଣ ବାବଦକୁ ୧ ମାସ ମଧ୍ୟରେ ୨୫ କୋଟି ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ପୃକ୍ତ ଅଧିକାରୀମାନଙ୍କଠାରୁ କିମ୍ବା ବେଆଇନ ଖାଦାନ ବ୍ୟବସାୟୀଙ୍କଠାରୁ ଉପରୋକ୍ତ ଅର୍ଥ ଆଦାୟ କରାଯିବ ବୋଲି ନିର୍ଦ୍ଦେଶରେ ଦର୍ଶାଯାଇଥିଲା।
ତେବେ ଏହା ବିରୋଧରେ ଯାଜପୁର ଜିଲା ପ୍ରଶାସନ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲା। ଆସନ୍ତା ଜୁଲାଇରେ ଏହାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଆବେଦନକାରୀ ବେହୁରା ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ ଏହି ବେଆଇନ କାର୍ଯ୍ୟକୁ ସହଯୋଗ କରିଥିବା ଡଙ୍କାରୀ ସର୍କଲର ୧୦ ଜଣ ରାଜସ୍ବ ନିରୀକ୍ଷକଙ୍କ ସମେତ ଧର୍ମଶାଳା ତହସିଲର ୧୦ ଜଣ ତହସିଲଦାର ଓ ୬ ଜଣ ଯାଜପୁର ଉପଜିଲାପାଳଙ୍କ ନାମରେ ୨୩ା୮ା୨୦୧୬ରେ ଓଡ଼ିଶା ସିଭିଲ ସର୍ଭିସ ଧାରା-୧୫ ଅନୁଯାୟୀ ତଦନ୍ତ କରିବାକୁ ତତ୍କାଳୀନ ଜିଲାପାଳ ଏବଂ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରିନ୍ସିପାଲ ସେକ୍ରେଟାରୀ ବିଜ୍ଞପ୍ତି ପ୍ରକାଶ କରିଥିଲେ। ତେବେ ଏହି ବିଜ୍ଞପ୍ତିର ୬ ବର୍ଷ ଅତିକ୍ରାନ୍ତ ହୋଇସାରିଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ହୋଇପାରିଲା ନାହିଁ। ତେବେ ଏନ୍‌ଜିଟି ନିର୍ଦ୍ଦେଶ ପରେ ଉପରୋକ୍ତ ଅଧିକାରୀମାନେ ଉତ୍ତରଦାୟୀ ରହିବା କଥା। ଏହି ବେଆଇନ ଉତ୍ତୋଳନରେ ପ୍ରାୟ ୬ ଜଣ ପଥର ବ୍ୟବସାୟୀ ସମ୍ପୃକ୍ତ ଥିବା କୁହାଯାଉଛି। ଏନ୍‌ଜିଟି ନିର୍ଦ୍ଦେଶ ଅନୁସାରେ ସେମାନଙ୍କଠାରୁ ୨୫ କୋଟି ଟଙ୍କା ଆଦାୟ କରି ଜମା କରିବା କଥା। କିନ୍ତୁ ରାଜ୍ୟ ସରକାର ଏହି ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ ପଥର ମାଫିଆଙ୍କୁ ସୁରକ୍ଷା ଦେବାକୁ ଯାଇ ଅଯଥା କୋର୍ଟକଚେରୀର ଦ୍ୱାରସ୍ଥ ହେଉଥିବା ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୨୪ ଘଣ୍ଟିଆ ଅନଶନ

ଗୁଣପୁର,୧୩ା୮(ସୁଜାତା ପାଢ଼ୀ): ଅଖିଳ ଭାରତୀୟ କୃଷି ଓ ଗ୍ରାମୀଣ ଶ୍ରମିକ ସଂଘ ତରଫରୁ ଦେଶ ବ୍ୟାପୀ ଅନଶନ ଓ ସତ୍ୟାଗ୍ରହ ଗୁରୁବାର କରାଯାଇଥିବାବେଳେ ଗୁଣପୁର ନୂଆ ବସ୍‌ଷ୍ଟାଣ୍ଡଠାରୁ…

କର୍ଲାମୁଣ୍ଡାରେ ହର୍‌ ଘର୍‌ ତ୍ରିରଙ୍ଗା ଶୋଭାଯାତ୍ରା, ଭାଜପା….

କର୍ଲାମୁଣ୍ଡା,୧୩ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ମଣ୍ଡଳ ଭାଜପା ପକ୍ଷରୁ ମଣ୍ଡଳ ସଭାପତି ଡୋଳା ମଣୀ ଭୋଇଙ୍କ ନେତୃତ୍ୱରେ ହର୍‌ ଘର୍‌ ତ୍ରିରଙ୍ଗା ଶୋଭାଯାତ୍ରା ଗୁରୁବାର…

‘ଫେକ ନ୍ୟୁଜ ଫେକ ଇଣ୍ଟଲିଜେନ୍ସ ଠାରୁ ମଧ୍ୟ ଖରାପ’: ହର୍ମୁଜକୁ ନିୟନ୍ତ୍ରଣ କରିବା ସମ୍ପର୍କରେ ଟ୍ରମ୍ପଙ୍କ ବୟାନ ଉପରେ ଇରାନର କଟାକ୍ଷ

ତେହରାନ,୧୩।୮: ଗୁରୁବାର ଇରାନର ବୈଦେଶିକ ମନ୍ତ୍ରୀ ସୈୟଦ ଆବାସ ଆରାଘଚି ଆମେରିକୀୟ ଗୁପ୍ତଚର ଉପରେ କଟାକ୍ଷ କରିଥିଲେ। ସେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ହର୍ମୁଜ ପ୍ରଣାଳୀ…

ସୁଇମିଂ ଷ୍ଟାର ସୌରଭ ପୁଟେଲଙ୍କୁ ସମ୍ମାନିତ କଲେ ବଲାଙ୍ଗୀର ଜିଲାପାଳ, ଅଭିନନ୍ଦନ ଜଣାଇ…

ବଲାଙ୍ଗୀର,୧୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ଇନ୍ଦିରାନଗରପଡ଼ାର ଉଦୟୀମାନ କ୍ରୀଡାବିତ୍‌ ସୌରଭ ପୁଟେଲ ଏବେ ଚର୍ଚ୍ଚାରେ ରହିଛନ୍ତି। ସେ ବଲାଙ୍ଗୀର ପତିତପାବନ ହାଇସ୍କୁଲ ଛାତ୍ର ଭାବେ ରାଜସ୍ଥାନର…

Air Indiaର ସମସ୍ତ ପାଇଲଟଙ୍କର ହେବ ଡ୍ରଗ୍ସ ଟେଷ୍ଟ, ଜାଣନ୍ତୁ ଏହାର କାରଣ…

ନୂଆଦିଲ୍ଲୀ,୧୩।୮: ‘ମାରିଜୁଆନା ଘଟଣା’ ପରେ, ଏୟାର ଇଣ୍ଡିଆ ଏହାର ସମସ୍ତ ପାଇଲଟଙ୍କ ପାଇଁ ବାଧ୍ୟତାମୂଳକ ସ୍କ୍ରିନିଂ ନିର୍ଦ୍ଦେଶ ଦେଇଛି। ନିଷିଦ୍ଧ ପଦାର୍ଥ ଏବଂ ଔଷଧର ଯାଞ୍ଚ ନିୟମ…

ଗମ୍ଭୀରଙ୍କୁ ନେଇ ଏଭଳି କହିଦେଲେ ହରଭଜନ ସିଂ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୧୩।୮: ଗୌତମ ଗମ୍ଭୀରଙ୍କୁ ନେଇ ପୂର୍ବତନ ଭାରତୀୟ ସ୍ପିନର୍ ହରଭଜନ ସିଂ ଏକ ବଡ଼ ବୟାନ ଦେଇଛନ୍ତି । ହରଭଜନଙ୍କ କହିବାନୁଯାୟୀ, ସେ ଯେଉଁ ଗୌତମ ଗମ୍ଭୀରଙ୍କୁ…

ଗଭୀର ଅବପାତ ରୂପ ନେଲା ଲଘୁଚାପ, ସମୁଦ୍ର ଅଶାନ୍ତ, ଦୀଘା ବେଳାଭୂମିରେ ଲାଗିଲା…

ଭୋଗରାଇ,୧୩ା୮(ପ୍ରଦୀପ ଦାସ): ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଗଭୀର ଅବପାତରେ ପରିଣତ ହୋଇଛି। ମୌସମୀ ସକ୍ରିୟ ସହ ଅବପାତ ହେବାରୁ ଉତ୍ତର ଓଡ଼ିଶା…

Sukhbir Badal: ସୁଖବୀର ସିଂହ ବାଦଲଙ୍କ ଉପରେ ଆକ୍ରମଣର ହେବ ତଦନ୍ତ; ମୁଖ୍ୟମନ୍ତ୍ରୀ ଫଡନାଭିସ ଦେଲେ ବଡ଼ ନିର୍ଦ୍ଦେଶ

ମୁମ୍ବାଇ,୧୩।୮: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଅକାଳି ଦଳର ମୁଖ୍ୟ ଏବଂ ପୂର୍ବତନ ପଞ୍ଜାବ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲଙ୍କ ଉପରେ ହୋଇଥିବା ଆକ୍ରମଣର ତଦନ୍ତ ନିର୍ଦ୍ଦେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri