ବନ୍ଧା ହେଲେ ଆୟକର ଅଧିକାରୀ: ୪ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ…

ଭଦ୍ରକ, ୪।୬(ସନାତନ ରାଉତ): ଭଦ୍ରକ ଆୟକର ସୁପରିଟେଣ୍ଡେଣ୍ଟ ରମେଶ ମହାନ୍ତିଙ୍କୁ ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଛି ସିବିଆଇ। ଜଣେ ବ୍ୟକ୍ତିଙ୍କ ନକଲି ପାନ କାର୍ଡ ଡିଲିଟ କରିବାକୁ ଲାଞ୍ଚ ନେବାବେଳେ ଧରିଥିଲା ସିବିଆଇ। ବିଭିନ୍ନ କାଗଜ ପତ୍ର ତଦନ୍ତ ପରେ ବୁଧବାର ବିଳମ୍ବିତ ରାତିରେ ଗିରଫ କରିଛି ସିବିଆଇ।

ସୂଚନା ମୁତାବକ, ଆୟକର ବିଭାଗ କାର୍ଯ୍ୟାଳୟ, ଭଦ୍ରକର ଅଫିସ ସୁପରିଟେଣ୍ଡେଣ୍ଟ ମହାନ୍ତି ଅଭିଯୋଗକାରୀଙ୍କର ଏକ ଡୁପ୍ଲିକେଟ (ନକଲି) ପ୍ୟାନ କାର୍ଡକୁ ଡିଲିଟ କରିବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ବୁଧବାର ସନ୍ଧ୍ୟାରେ ଉକ୍ତ ବ୍ୟକ୍ତିଙ୍କ ଠାରୁ ୪ ହଜାର ଟଙ୍କା ନେଉଥିବାବେଳେ ପୂର୍ବରୁ ପ୍ରସ୍ତୁତି ଥିବା ସିବିଆଇ ଟିମ ମାଡି ବସିଥିଲା। ମହାନ୍ତିଙ୍କ ବିରୋଧରେ ମାମଲା ନମ୍ବର RC 04(A)/2026-BBS ରୁଜୁ କରାଯାଇଛି।

ତଦନ୍ତ ସମୟରେ ମହାନ୍ତି ଅଭିଯୋଗକାରୀଙ୍କଠାରୁ ଲାଞ୍ଚ ଟଙ୍କା ଗ୍ରହଣ କରିଥିଲେ ବୋଲି ସହମତି ପ୍ରକାଶ କରିଥିଲେ। ଏ ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି।

 

Dharitri – Odisha’s No.1 Odia Daily

 

Share