Posted inଜାତୀୟ

ଇନ୍‌କମ୍‌ ସାର୍ଟିଫିକେଟରେ ବାର୍ଷିକ ଆୟ ୩ ଟଙ୍କା: ସୋସିଆଲ ମିଡ଼ିଆରେ ଭାଇରାଲ

ସତ୍‌ନା,୨୮।୭ (ପି.ଟି.):ମଧ୍ୟପ୍ରଦେଶର ସତ୍‌ନା ଜିଲାର କୋଠି ତହସିଲ ଅନ୍ତର୍ଗତ ନାଓଗଁା ନିବାସୀ ରାମସ୍ବରୂପ (୪୫) ନାମକ ଜଣେ କୃଷକଙ୍କର ଆୟ ପ୍ରମାଣପତ୍ର ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି ପ୍ରମାଣପତ୍ରରେ ରାମସ୍ବରୂପଙ୍କ ବାର୍ଷିକ ଆୟ ମାତ୍ର ୩ ଟଙ୍କା ହୋଇଥିବା ଲେଖାହୋଇଛି। ଗତ ଜୁଲାଇ ୨୨ରେ ଜାରି କରାଯାଇଥିବା ଉକ୍ତ ଆୟ ପ୍ରମାଣପତ୍ରରେ କୋଠି ତହସିଲଦାର ସୌରଭ ଦ୍ୱିବେଦୀଙ୍କ ଦସ୍ତଖତ ରହିଛି। କଂଗ୍ରେସର ମଧ୍ୟପ୍ରଦେଶ ୟୁନିଟ୍‌ ପକ୍ଷରୁ ଏହି ପ୍ରମାଣପତ୍ରର ଏକ ଫଟୋକୁ ସୋସିଆଲ ମିଡିଆରେ ଶେୟାର କରାଯାଇ ରାଜ୍ୟର ଭାଜପା ସରକାରଙ୍କୁ ଟାର୍ଗେଟ କରାଯାଇଛି। କ୍ୟାପ୍‌ଶନ୍‌ରେ କଂଗ୍ରେସ ପକ୍ଷରୁ ଲେଖାଯାଇଛି, ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ଶାସନରେ ଭାରତର ସବୁଠାରୁ ଗରିବ ବ୍ୟକ୍ତି ମଧ୍ୟପ୍ରଦେଶରେ ରହୁଛନ୍ତି। ଏହା ତାଙ୍କ ଆୟ ପ୍ରମାଣପତ୍ର। ତାଙ୍କର ବାର୍ଷିକ ଆୟ ମାତ୍ର ୩ ଟଙ୍କା। ସେହିପରି ମାସିକ ଆୟ ମାତ୍ର ୨୫ ପଇସା ଏବଂ ଦିନକର ଆୟ ୧ ପଇସାରୁ ମଧ୍ୟ କମ୍‌। ସୋସିଆଲ ମିଡିଆରେ କଂଗ୍ରେସର ଉକ୍ତ ପୋଷ୍ଟ ଦ୍ରୁତଗତିରେ ଭାଇରାଲ ହେବାରେ ଲାଗିଛି। ଏହି ଇନ୍‌କମ୍‌ ସାର୍ଟିଫିକେଟ ଭାରତର ସବୁଠାରୁ ଗରିବ ବ୍ୟକ୍ତିଙ୍କୁ ଲୋକଲୋଚନକୁ ଆଣିଥିବା ନେଇ କେତେଜଣ ୟୁଜର୍ସ କହିଛନ୍ତି। କଂଗ୍ରେସର ଉକ୍ତ ପୋଷ୍ଟ ଭାଇରାଲ ହେବା ପରେ ଆୟ ପ୍ରମାଣପତ୍ର ଜାରି କରିଥିବା ତହସିଲଦାର ଦ୍ୱିବେଦୀ ନିଜ ସଫେଇରେ କହିଛନ୍ତି, ଏହା ଏକ ଟାଇପିଂଗତ ଭୁଲ୍‌ ଥିଲା। କିରାଣୀଙ୍କ ଦ୍ୱାରା ତ୍ରୁଟି ଯୋଗୁ ଏପରି ହୋଇଥିଲା। ଏବେ ଉକ୍ତ ତ୍ରୁଟିକୁ ସଂଶୋଧନ କରାଯାଇଛି। ତ୍ରୁଟି ସମ୍ପର୍କରେ ଜଣାପଡ଼ିବା ପରେ ଗତ ୨୫ ତାରିଖରେ ରାମସ୍ବରୂପଙ୍କ ପାଇଁ ଏକ ନୂତନ ଆୟ ପ୍ରମାଣପତ୍ର ଜାରି କରାଯାଇଥିଲା। ରାମସ୍ବରୂପଙ୍କ ବାର୍ଷିକ ଆୟ ୩ ଟଙ୍କା ନୁହେଁ ବରଂ ୩୦ ହଜାର ଟଙ୍କା ବୋଲି ତହସିଲଦାର କହିଛନ୍ତି। ତାଙ୍କର ମାସିକ ଆୟ ୨,୫୦୦ ଟଙ୍କା ହୋଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Budget 2026: ଲଗାତାର ୯ମ ଥର ବଜେଟ୍ ଆଗତ କରି ରେକର୍ଡ କଲେ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରି ଏକ ନୂତନ ଇତିହାସ ରଚିଛନ୍ତି। ସେ ଭାରତର ପ୍ରଥମ ଅର୍ଥମନ୍ତ୍ରୀ…

Budget 2026: ଭାରତ ହେବ ଚିପ୍ ମାନୁଫାକ୍ଚରିଂ ହବ୍; ୪୦,୦୦୦ କୋଟିର ବ୍ୟୟବରାଦ

ନୂଆଦିଲ୍ଲୀ,୧।୨: ଭାରତ ହେବ ଚିପ୍ ମାନୁଫାକ୍ଚରିଂ ହବ୍। ସେମିକଣ୍ଡକ୍ଟର କ୍ଷେତ୍ରରେ ପାଲଟିବା ବିଶ୍ୱସ୍ତରୀୟ ଶକ୍ତି। ଭାରତର ବୈଷୟିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ବଜେଟରେ ଇଣ୍ଡିଆ ସେମିକଣ୍ଡକ୍ଟର…

Budget 2026: ସାଧାରଣ ଜନତାଙ୍କୁ କ’ଣ ମିଳିଲା? ଚାଷୀ, ଯୁବପିଢ଼ି ଓ ମଧ୍ୟବିତ୍ତଙ୍କ ପାଇଁ ବଡ଼ ଘୋଷଣା

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ୨୦୨୬ ବଜେଟ୍‌ ଉପସ୍ଥାପନ କରିଛନ୍ତି। ଦେଶର ସାଧାରଣ ଜନତାଙ୍କ ଜୀବନଶୈଳୀରେ ସୁଧାର ଆଣିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଏଥିରେ ନିଆଯାଇଛି।…

ଏକାଗ୍ର ମନ, ତୀକ୍ଷ୍ଣ ଦୃଷ୍ଟି: ବଜେଟ ଭାଷଣ ସମୟରେ ଏମିତି ଟେବୁଲ ବାଡେଇଲେ ମୋଦି, ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧।୨: ସଂସଦୀୟ କାର୍ଯ୍ୟକାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତି ସର୍ବଦା ପ୍ରଭାବଶାଳୀ, କିନ୍ତୁ ବଜେଟ ଦିବସରେ ତାଙ୍କର ଗମ୍ଭୀରତା ଏକ ଭିନ୍ନ ସ୍ତରକୁ ପହଞ୍ଚେ। ଅର୍ଥମନ୍ତ୍ରୀ ନିର୍ମଳା…

ବଜେଟ୍‌କୁ ନେଇ ଏହି ବଡ଼ କଥା କହିଦେଲେ ପ୍ରିୟଙ୍କା ଗାନ୍ଧୀ, ମୋର କୌଣସି…

ନୂଆଦିଲ୍ଲୀ,୧ା୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଆଜି ଅର୍ଥାତ୍‌ ଫେବୃଆରୀ ୧ରେ ପାର୍ଲାମେଣ୍ଟରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ୍‌ ଉପସ୍ଥାପନ କରିଛନ୍ତି। ଏହା ତାଙ୍କର ଲଗାତର…

ରୋହିତ ସେଟ୍ଟୀଙ୍କ ଘର ବାହାରେ ଫାୟାରିଂ, ପହଞ୍ଚିଲା ମୁମ୍ବାଇ ପୋଲିସ 

ମୁମ୍ବାଇ: ବଲିଉଡର ଖ୍ୟାତନାମା ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଶନିବାର ବିଳମ୍ବିତ ରାତିରେ ତାଙ୍କ ଘର ବାହାରେ…

Budget 2026: ଶସ୍ତା ହେଲା ଜୋତା ମହଙ୍ଗା ହେଲା ମଦ, ଜାଣନ୍ତୁ ଏଥର ବଜେଟରେ କ’ଣ ହେଲା ଶସ୍ତା

ନୂଆଦିଲ୍ଲୀ,୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଉପସ୍ଥାପିତ କ୍ରମାଗତ ନବମ ବଜେଟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି। ସାଧାରଣ ଜନତାଙ୍କ ପାଇଁ ସବୁଠାରୁ ବଡ଼ ଏବଂ…

ବଜେଟ୍ ଝଟ୍‌କା: ଶେୟାର ବଜାରରେ ଭୟର ବାତାବରଣ, ସେନସେକ୍ସ ୧୫୦୦ ପଏଣ୍ଟ ଖସିଲା

ନୂଆଦିଲ୍ଲୀ,୧।୨: ଭାରତୀୟ ଶେୟାର ବଜାରକୁ ଲାଗିଛି ବଜେଟ୍ ଝଟ୍‌କା। ପ୍ରାରମ୍ଭିକ କାରବାରରେ ବଜାର ଲାଭରେ ଥିଲେ ହେଁ, ଅର୍ଥମନ୍ତ୍ରୀଙ୍କ ଭାଷଣ ପରେ ବଜାର ତଳମୁହଁ ହୋଇଥିଲା। ନିବେଶକମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri