ସ୍ଥାନୀୟ ଲୋକଙ୍କୁ ସାମିଲ କର

ରାଜ୍ୟର ବିଭିନ୍ନ ଅଞ୍ଚଳରେ ଜଙ୍ଗଲରେ ନିଆଁ ଲାଗି ହୁତୁ ହୁତୁ ହୋଇ ଜଳୁଛି। ଭୟଙ୍କର ବନାଗ୍ନି ଗତ ସପ୍ତାହେ ଧରି ଖବରର ଶୀର୍ଷକ ହେଇ ଆସିଛି ଏବଂ ଏହା ଏବେ ବି ଜାରି ରହିଛି। ଏହା ଦ୍ୱାରା ସୃଷ୍ଟି ହୋଇଥିତ୍ବା ଅତି ଭୟଙ୍କର ପରିସ୍ଥିତିକୁ ଆୟତ୍ତ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ସବୁଆଡ଼େ ସବୁ ଖବରକାଗଜର ମୁଖ୍ୟ ଖବର ହିଁ ରହିଛି ଶିମିଳିପାଳ ଅଭୟାରଣ୍ୟ। ଫେବୃୟାରୀ ୨୪ ରୁ ମାର୍ଚ୍ଚ ୨,ଏହି ଗୋଟିଏ ସପ୍ତାହ ମଧ୍ୟରେ ପାଖାପାଖି ୩୮୦ଟି ସ୍ଥାନରେ ନିଆଁ ଲାଗିଥିତ୍ବା ସୂଚନା ମିଳିଥିଲା। ଉକ୍ତ ବନାଗ୍ନି ଏବେ ରାଜ୍ୟର ଜୈବବିବିଧତାକୁ ବ୍ୟାପକ କ୍ଷତି କରିଛି ଓ ଏହାକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ଏକ ଟାସ୍କଫୋର୍ସ ଗଠନ କରିଛନ୍ତି। ବନାଗ୍ନି ପଛରେ ବହୁ ମନୁଷ୍ୟକୃତ କାରଣ ରହିଛି। ମହୁଲ ଫୁଲ ସଂଗ୍ରହଠାରୁ ଆରମ୍ଭ କରି ଶିକାର ଭଳି ଆହୁରି ଅନେକ ଏଭଳିି ଭୟଙ୍କର ବନାଗ୍ନିର କାରଣ ହୋଇ ଆସିଛି। ବନ ଉପାନ୍ତ ଅଞ୍ଚଳରେ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭରଶୀଳ ଲୋକମାନଙ୍କ ଦ୍ୱାରା ବହୁ ସମୟରେ ଏଭଳି ନିଆଁ ଲଗାଯାଉଛି। ଲୋକମାନେ ଜଙ୍ଗଲରେ ଏକ ଜାଗା ସଫା କରୁଛନ୍ତି। ଅନେକ ସମୟରେ ଜାଗାକୁ ଶୀଘ୍ର ସଫା କରିବା ଲାଗି ସେମାନେ ତଳେ ପଡିଥିବା ଶୁଖିଲା ପତ୍ରରେ ନିଆଁ ଲଗାଇ ଦେଉଛନ୍ତି, ଯାହା ପରେ ଜଙ୍ଗଲକୁ ବ୍ୟାପିଯାଉଛି। ବାଲେଶ୍ୱର, ମୟୂରଭଞ୍ଜ, ବୌଦ୍ଧ, ସୋନପୁର, ମାଲକାନଗିରି, ନୂଆପଡ଼ା ଏବଂ ଗଞ୍ଜାମର ବହୁ ବନାଞ୍ଚଳରେ ନିଆଁ ଲାଗି ଧ୍ୱଂସ ହୋଇଯାଇଛି। ଖୁସି ଖବର ଯେ, ମୟୂରଭଞ୍ଜରେ ଲୋକମାନେ ବୁଧବାର ଶିମିଳିପାଳ ବନାଗ୍ନି ପ୍ରତିବାଦରେ ବନ୍ଦ ଡାକରା ଦେଇଥିଲେ।
ଭୌଗୋଳିକ ଦୃଷ୍ଟିରୁ ଦେଶରେ ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାର ଜଙ୍ଗଳର ସ୍ଥିତି ଅପେକ୍ଷାକୃତ ଭଲ ରହିଛିି। ଜାତୀୟ ସ୍ତରରେ ଏହା ୨୨% ଥିଲା ବେଳେ ଓଡ଼ିଶାର ମୋଟ ଭୌେଗୋଳିକ କ୍ଷେତ୍ରର ୩୪ % ଜଙ୍ଗଲ । ସମସ୍ତ ଉତ୍ତର-ପୂର୍ବ ରାଜ୍ୟ, କେରଳ, ଛତିଶଗଡ଼ ଏବଂ କେତେକ କେନ୍ଦ୍ରଶାସିତ ଅଞ୍ଚଳ ବ୍ୟତୀତ ଦେଶର ଅନ୍ୟ ରାଜ୍ୟଗଡ଼ିକ ତୁଳନାରେ ଆମେ ଜଙ୍ଗଲ କ୍ଷେତ୍ରରେ ଉନ୍ନତ ସ୍ଥିତିରେ ରହିଛୁ । ଅଧିକ ଜଙ୍ଗଲ ସୃଷ୍ଟି କରିବା ସହ ଏହା ସପକ୍ଷରେ ଚଳାଇଥିବା ଅଭିଯାନ ପାଇଁ ସରକାର ଅତୀତରେ ବହୁବାର ପ୍ରଶଂସିତ ହୋଇଛନ୍ତି। ୨୦୧୭ରେ ରାଜ୍ୟରେ ମୋଟ ୫୧,୩୪୫ ବର୍ଗ କି.ମି.ରେ ଜଙ୍ଗଲ ପରିବ୍ୟାପ୍ତ ଥିଲା ଓ ୨୦୧୯ରେ ଏହା ବୃଦ୍ଧି ପାଇ ୫୧,୬୧୯ ବର୍ଗ କି.ମି ପହଞ୍ଚିଥିଲା। ଏବେକାର ବନାଗ୍ନି ଯଦି ଲାଗି ରହେ, ତେବେ ଆମ ରାଜ୍ୟର ରେକର୍ଡ ଖୁବ୍‌ ଶୀଘ୍ର ଅତୀତ ହୋଇଯିବ। ସରକାର ଗଠନ କରିଥିତ୍ବା ଟାସ୍କଫୋର୍ସ ଜଙ୍ଗଲ ନିଆଁ ଲିଭାଇବା ଲାଗି ନିଆଯାଉଥିବା ପଦକ୍ଷେପକୁ ଆହୁରି ମଜଭୁତ କରିବ। ଟାସ୍କଫୋର୍ସର ୯ ଜଣିଆ ଟିମର ଅଧ୍ୟକ୍ଷ ରହିଛନ୍ତି ପୂର୍ବତନ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ସନ୍ଦୀପ ତ୍ରିପାଠୀ । ଜିଲା ପ୍ରଶାସନ ବନାଗ୍ନି କବଳରୁ ଜଙ୍ଗଲ ସୁରକ୍ଷା ଲାଗି ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ଓ ଏସବୁ କ୍ଷେତ୍ରରେ ପ୍ରଶାସନକୁ ସହଯୋଗ କରିବାକୁ ସରକାର ମଧ୍ୟ ଏକ ଏସ୍‌ଓଏସ୍‌ ପଠାଇଛନ୍ତି। ଜିଲାସ୍ତରରେ ଜିଲାପାଳ, ଏସ୍‌ପି ଏବଂ ଡିଏଫ୍‌ଓଙ୍କୁ ନେଇ ଜିଲାସ୍ତରୀୟ କମିଟି ଗଠନ କରାଯାଇଛି। ସେମାନଙ୍କ ଜିଲାରେ ଜଙ୍ଗଲରେ ଯେଭଳି ନିଆଁ ନ ଲାଗିବ ତାହା ନିଶ୍ଚିତ କରିବା ପାଇଁ ଏଭଳି କମିଟି ଗଠିତ ହୋଇଛି। ଏଭଳି ଅପ୍ରତ୍ୟାଶିତ ବନାଗ୍ନିକୁ ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାରଙ୍କୁ ସାହାଯ୍ୟ କରିବା ପାଇଁ କେନ୍ଦ୍ର ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ବୁଧବାର ଏକ ତିନିଜଣିଆ ଏକ୍ସପର୍ଟ ଟିମ୍‌ ବା ବିଶେଷଜ୍ଞ ଦଳ ଗଠନ କରିଛି। ଏହି ଟିମ୍‌ ଟେକ୍‌ନିକାଲ ପରାମର୍ଶ ଦେବା ସହ କେମିତି ଶୀଘ୍ର ଓ ପ୍ରଭାବୀ ଢଙ୍ଗରେ ନିଆଁ ଲିଭାଯାଇ ପାରିବ ସେଥିପାଇଁ ସହଯୋଗ କରିବ। ରାଜ୍ୟରେ ଏବେ ସୃଷ୍ଟି ହୋଇଥିବା ଭୟଙ୍କର ବନାଗ୍ନି ନ ଥମିବା ଯାଏ ଏହି ଟିମ୍‌ ଏଠାରେ ରହିବା ଲାଗି ମଧ୍ୟ କୁହାଯାଇଛି।
ଏବେ ବ୍ୟାପୁଥିବା ବନାଗ୍ନି ଓଡ଼ିଶାରେ ନୂଆ ନୁହେଁ। ପ୍ରତିବର୍ଷ ଜଙ୍ଗଲରେ ଏଭଳି ନିଆଁ ଲାଗିବା ଲକ୍ଷ୍ୟ କରାଯାଏ ଓ ତାହାକୁ ନିୟନ୍ତ୍ରଣ ମଧ୍ୟ କରାଯାଇଥାଏ। ତେବେ ଚଳିତ ବର୍ଷ ନିଆଁର ତୀବ୍ରତା ଅଭୂତପୂର୍ବ। ଶୁଷ୍କ ଜଳବାୟୁ ସହ ଗ୍ରୀଷ୍ମର ଆଦ୍ୟ ଆଗମନ ବି ଏହାକୁ ଆହୁରି ଭୟଙ୍କର କରିଦେଇଛି। ରାଜ୍ୟ ସରକାର ଯାହା କୁହନ୍ତୁ ନା କହିଁକି, ନିଶ୍ଚିତ ଭାବେ ରାଜ୍ୟ ଜଙ୍ଗଲକୁ ଏହି ନିଆଁ ବହୁତ କ୍ଷତି ପହଞ୍ଚାଇଛି, ଯାହାକୁ ପୂରଣ କରିବା ପାଇଁ ବହୁ ବର୍ଷ ଲାଗିଯିବ। ଏହି ବିପର୍ଯ୍ୟୟ ବିରୋଧରେ ଲଢ଼େଇ କରିବା ଲାଗି ଏକ ଟାସ୍କଫୋର୍ସ ଗଠନ କରି ନିଜର ଦାୟିତ୍ୱ ସରିଗଲା ବୋଲି ଭାବିବା ଉଚିତ ନୁହେଁ। ସରକାର ଏଭଳି ବାରମ୍ବାର ଘଟୁଥିବା ବିପଦକୁ ଦୂର କରିବା ନିମନ୍ତେ ସବୁ ଦୃଷ୍ଟିରୁ ବିଚାର କରି ଏକ ସମାଧାନର ବାଟ ବାହାର କରିବା ଉଚିତ। ପ୍ରକୃତିରୁ ଅଧିକ କିଛି ପାଇବାର ପ୍ରବଳ କାମନା ବି ଏଭଳି ବିପର୍ଯ୍ୟୟକୁ ଆମନ୍ତ୍ରଣ କରୁଛି। ମଣିଷ-ପ୍ରାଣୀ ସଂଘର୍ଷରେ ନିରୀହ ହାତୀର ମୁତ୍ୟୁ କିମ୍ବା ଜଙ୍ଗଲ ନିଆଁରେ ବହୁ ସଂଖ୍ୟାରେ ବନ୍ୟଜନ୍ତୁଙ୍କ ମୃତ୍ୟୁ ହେଉଛି, କିନ୍ତୁ ଏଭଳି ବନାଗ୍ନିର ଆମ ଜୈବବିବିଧତା ଉପରେ ଭୟାନକ ପ୍ରଭାବ ରହିଛି। ବନାଗ୍ନିକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଗୋଷ୍ଠୀ ସହଭାଗିତାକୁ ପ୍ରେତ୍ସାହିତ କରିବା ଉଚିତ। ଜଙ୍ଗଲ ନିକଟବର୍ତ୍ତୀ ଗାଁ ଗୁଡ଼ିକର ଲୋକମାନଙ୍କର ଏଥିତ୍ରେ ଭାଗିଦାରି ରହିବା ଦରକାର। ସେମାନଙ୍କୁ ସଚେତନ ଏବଂ ପ୍ରୋତ୍ସାହିତ କରିବା ଦ୍ୱାରା ସେମାନଙ୍କଠାରୁ ସାହଯ୍ୟ ବି ମିଳିବ। ପ୍ରଶାସନ ଜଙ୍ଗଲ ପାଇଁ ୨୪ ଘଣ୍ଟିଆ ନିରୀକ୍ଷଣ ପଦ୍ଧତି ଏବଂ ଜରୁରୀ ପରିସ୍ଥିତିରେ ସତର୍କ କରାଇବା ପ୍ରକ୍ରିୟା ଆରମ୍ଭ କରିବା ଉଚିତ। ଏଥିତ୍ପାଇଁ ବନ ବିଭାଗ ତଥା ପ୍ରଶାସନ ଜଙ୍ଗଲ ନିକଟବର୍ତ୍ତୀ ଗାଁ ଲୋକଙ୍କ ପାଖରେ ପହଞ୍ଚିବା ସହ ଆରମ୍ଭ କରାଯାଇଥିବା ପ୍ରତ୍ୟେକ ସୁରକ୍ଷାମତ୍କ ଅଭିଯାନରେ ସେମାନଙ୍କୁ ସାମିଲ କରିବା ଦରକାର। ବନାଗ୍ନିର ଏକ ପ୍ରମୁଖ କାରଣ କୁହାଯାଉଥିବା ଜଳବାୟୁ ପରିବର୍ତ୍ତନକୁ ପ୍ରଶାସନ ଅଣଦେଖା କରିବା ଉଚିତ୍‌ ନୁହେଁ। ସୁରକ୍ଷା ରଣନୀତିକୁ ଆଗକୁ ବଢ଼ାଇବା ସହ ଜଙ୍ଗଲ ନିକଟବର୍ତ୍ତୀ ଗାଁ ଲୋକମାନଙ୍କ ସହଭାଗିତା ବଢ଼ାଇବା ଲାଗି ଉତ୍ସାହିତ କରାଯିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri