ପହିଲି ରଜରେ ଅଘଟଣ: ବଜ୍ରପାତରେ ଚାଲିଗଲା ବାପା-ମା’ଙ୍କର ଏକମାତ୍ର ପୁଅର ଜୀବନ

ରାଜନଗର,୧୪ା୬(ଭାସ୍କର ରାଉତରାୟ): ପହିଲି ରଜରେ ଅଘଟଣ। ବଜ୍ରପାତରେ ଚାଲିଗଲା ବାପା-ମା’ଙ୍କର ଏକମାତ୍ର ପୁଅର ଜୀବନ। ସେ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଘଡ଼ିଆମାଳ ଗାଁର ଦୈତାରୀ ସେଠୀଙ୍କ ଏକମାତ୍ର ପୁଅ ମନୋରଞ୍ଜନ (୧୫ )।

ସୂଚନା ମୁତାବକ ସେ ଦୋଳି ଖେଳି ଖାଇବାକୁ ଘରକୁ ଆସିଥିଲେ। ବୋଉକୁ ଭାତ ବାଢ଼ିବାକୁ କହି ପରିସ୍ରା ଘରୁ ବାହାରକୁ ଯାଇଥିଲାବେଳେ ହଠାତ୍‌ ଝିପିଝିପି ବର୍ଷା ସହିତ ବଜ୍ରପାତ ହୋଇଥିଲା। ତାଙ୍କ ଉପରେ ବଜ୍ରପାତ ପଡ଼ିବାରୁ ସେ ଟଳି ପଡ଼ିଥିଲେ। ତାଙ୍କୁ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ସବୁଠୁ ବଡ଼ କଥା ହେଲା ସେ ହେଉଛି ଦୈତାରୀ ସେଠୀଙ୍କ ଏକମାତ୍ର ପୁଅ। ଦୈତାରୀ ଗତ ଶୁକ୍ରବାର କେରଳରେ ଦାଦନ ଖଟିବାକୁ ଯାଇଥିଲେ। ସେ ଆଜି କେରଳରେ ପହଞ୍ଚିଛନ୍ତି ପୁଅର ମୃତ୍ୟୁ ଘଟଣା ସେ ଏଯାଏ ଜାଣିନାହାନ୍ତି। ରାଜନଗର ମେଡିକାଲରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Dharitri – Odisha’s No.1 Odia Daily

Share