ମୋରମ୍‌ ଖାଦାନରେ ଅଘଟଣ: ପଥର ତଳେ ଚାପି ହୋଇ ନାବାଳକ ମୃତ , ଅନ୍ୟ ଜଣେ ଗୁରୁତର

ଦିଗପହଣ୍ଡି,୨୯।୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ପଟିଗୁଡ଼ା ପଞ୍ଚାୟତ ଉସ୍ତପଲ୍ଲୀ ଗ୍ରାମ ନିକଟ ମୋରମ୍‌ ଖାଦାନରେ ଶନିବାର ସକାଳେ ମୋରମ୍‌ ଖୋଳୁଥିବା ବେଳେ  ପଥର ତଳେ ଚାପି ହୋଇ ଜଣେ ନାବାଳକ ମୃତ୍ୟୁ ବରଣ କରିଛନ୍ତି।

ସେହିପରି ସେଠାରେ ମୋରୁମ ଖୋଳୁଥିବା ଅନ୍ୟଜଣେ ନାବାଳକ ଗୁରୁତର  ହୋଇଛନ୍ତି। ମୃତକ ଜଣକ ହେଲେ ସହଦେବ ଟିକରପଡ଼ା ପଞ୍ଚାୟତ ଉସ୍ତପଲ୍ଲୀ ଗ୍ରାମର ବିନୋଦ ମଲ୍ଲିକ(୧୭) ଏବଂ ଆହାତ ଜଣକ ହେଲେ ଉସ୍ତପଲ୍ଲୀ ଗାଁ ରେ ମାଉସୀଙ୍କ ଘରେ ରହୁଥିବା ବଡଗଡ ଥାନା ଇଲାକର ଏକ ଗାଁ ନାବାଳକ ଗଣେଶ ମଲ୍ଲିକ(୧୫)। ଏ ଦୁହେଁ ସମ୍ପର୍କୀୟ ଭାଇ।ଉଭୟେ ତାଙ୍କ ଘରକାମ ପାଇଁ ପଟିଗୁଡ଼ା ପଞ୍ଚାୟତ କେଶପୁର ଗାଁ ର ଜଣେ ବ୍ୟକ୍ତିଙ୍କ ଟ୍ରାକ୍ଟର ଭଡ଼ାରେ ନେଇଥିଲେ। ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମର ଜଣେ ପଞ୍ଚାୟତ ପ୍ରତିନିଧିଙ୍କ ସ୍ବାମୀ ମୋରମ୍‌ ପାହାଡ଼ରୁ ବେଆଇନ ଭାବେ ମୋରମ୍‌ ଖୋଳି ଟ୍ରାକ୍ଟର ଯୋଗେ ଚୋରା ଚାଲାଣ କରୁଥିବା କୁହାଯାଉଛି। ତାଙ୍କ ଜାଣତରେ ପାହାଡ ପାଦ ଦେଶରେ ମୋରମ୍‌ ଖୋଳୁଥିବା ବେଳେ ଅସାବଧାନତା କାରଣରୁ ପାହାଡ଼ର ଉପରମୁଣ୍ଡରେ ଥିବା ଦୁଇଟି ବୃହତ ପଥର ଖଣ୍ଡ ଖସି ଉଭୟ ବିନୋଦ ଓ ଗଣେଶଙ୍କ ଉପରେ ପଡ଼ିଯାଇଥିଲା।

ଗୋଟିଏ ପଥର ଖଣ୍ଡ ବିନୋଦଙ୍କ ମୁଣ୍ଡ ଉପରେ ପଡିଯିବାରୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଏକ ପଥର ତଳେ ଗଣେଶ ଚାପି ହୋଇ ରହିଯାଇଥିଲେ। ପରେ କିଛି ବ୍ୟକ୍ତି  ଅଗ୍ନିଶମବାହିନୀକୁ ଖବର ଦେବା ପରେ ଅଗ୍ନିଶମ କର୍ମଚାରୀ ବୃନ୍ଦ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।ସେଠାରେ ବିନୋଦଙ୍କୁ ଉପସ୍ଥିତ ଡାକ୍ତର ମୃତ ଘୋଷଣା କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଗଣେଶଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଖବରପାଇ ପାଟପୁର ପୋଡ଼ାମାରି ଫାଣ୍ଡି ଅଧିକାରୀ ଏଏସଆଇ ପ୍ରଭାତ କୁମାର ବାଲିକାନା ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ସବିଶେଷ ତଦନ୍ତ କରି ଫେରିଥିଲେ।

ସେହିପରି ପାଟପୁର ଥାନା ଆଇଆଇସି ଦୀପ୍ତି ରଞ୍ଜନ ବେହେରା ଅପମୃତ୍ୟୁ ମାମଲା ରୁଜୁ କରିଛନ୍ତି। ପୋଲିସ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ବିନୋଦଙ୍କ ମୃତଦେହକୁ ପୋଲିସ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିଲେ। ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଅପରାହ୍ନରେ ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ତାଙ୍କ ଶେଷକୃତ୍ୟ କରାଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭାରତ ପରି ପାକିସ୍ତାନରେ ବି ମିଳେ ମାଗଣା ରାସନ; ନଗଦ ଟଙ୍କାକୁ ଚାଉଳ,ଅଟା-ଚିନି…

ନୂଆଦିଲ୍ଲୀ,୨୯।୮: ଭାରତରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY) ଅଧୀନରେ ପ୍ରାୟ ୮୦ କୋଟି ଲୋକଙ୍କୁ ମାଗଣା ରାସନ ମିଳିଥାଏ, ଯାହା ଉପରେ ସରକାର ବାର୍ଷିକ…

ନିଟ୍‌ରେ ୧୫,୨୭୨ ରାଙ୍କ: ଆଦିତ୍ୟଙ୍କୁ ସମ୍ବର୍ଦ୍ଧନା

ରାଇକିଆ, ୨୯।୮ (ପ୍ରଦୀପ ବେହେରା): ଚଳିତ ବର୍ଷ ନିଟ୍‌ ପରୀକ୍ଷାରେ ସଫଳତା ହାସଲ କରିଥିବା ରାଇକିଆର ଛାତ୍ର ଆଦିତ୍ୟ ପାତ୍ରଙ୍କୁ ରାଇକିଆ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର…

ଖାଲଖମାରେ ଭର୍ତ୍ତି ହୋଇଛି ୧୪୩ ନମ୍ବର ଜାତୀୟ ରାଜପଥ, ସ୍ଥାୟୀ ମରାମତି ଦାବି କରି…

କୁଆଁରମୁଣ୍ଡା,୨୯ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଦାମଦାପଡ଼ା ନିକଟରୁ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଫାଟକ ପର୍ଯ୍ୟନ୍ତ ପ୍ରାୟ ୩ କିମିରୁ ଊଦ୍ଧର୍‌ବ ୧୪୩ ନମ୍ବର ଜାତୀୟ ରାଜପଥ…

କୂଅ ଭିତରେ ପଡ଼ିଛି ଦୁଇ ହେଟାବାଘ, ଉଦ୍ଧାର ପାଇଁ ବନ ବିଭାଗର ପ୍ରୟାସ

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ରାଇଘର ବ୍ଲକ ବୋବେଇ ପଞ୍ଚାୟତ ଅନ୍ତର୍ଗତ ବୋବେଇ ଗ୍ରାମରେ ଏକ ଜମି ଭିତରେ ଥିବା କୂଅରେ ଦୁଇଟି ହେଟାବାଘ ପଡ଼ିଛି। ଗ୍ରାମବାସୀ ହେଟାବାଘ…

ସେପ୍ଟେମ୍ୱରରେ ୩,୬ ଓ ୨୬ ତାରିଖ ଭାରି ଖାସ୍‌: ୩ ରାଶିଙ୍କ କ୍ୟାରିୟରରେ ହେବ ଉନ୍ନତି, ଅଚାନକ ଟଙ୍କା…

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ସୁଖ, ବୈଭବ, ଭୋଗବିଳାସ, ବିବାହ, ପ୍ରେମ ଏବଂ ସୌନ୍ଦର୍ଯ୍ୟ ଆଦିର କାରକ ଗ୍ରହ ବୋଲି ଧରାଯାଏ। ଶୁକ୍ର ଯେତେବେଳେ ବି ରାଶି ପରିବର୍ତ୍ତନ…

ସୁଭଦ୍ରା ଟଙ୍କା ନ ଦେବାରୁ ସ୍ତ୍ରୀକୁ ହତ୍ୟା: ପାଇଖାନା ଟାଙ୍କିରେ ପୋତିଦେଲେ….

ଢେଙ୍କାନାଳ,୨୯।୮(ରତନ ନାୟାର): ସୁଭଦ୍ରା ଟଙ୍କା ନ ଦେବାରୁ ସ୍ତ୍ରୀଙ୍କୁ ବୀଭତ୍ସ ଭାବେ ହତ୍ୟା କରିଥିବା ଅଭିଯୋଗରେ ଜଣେ ମଦ୍ୟପ ସ୍ୱାମୀଙ୍କୁ ପୋଲିସ ଗିରଫ କରିଛି। ଢେଙ୍କାନାଳ ସଦର…

ଚାଷୀ ପଞ୍ଜୀକରଣ ଅବଧି ବୃଦ୍ଧି ଦାବି, ଅତିରିକ୍ତ ଜିଲାପାଳଙ୍କୁ ଚାଷୀ ସଂଗଠନ ଭେଟି…

ଛତ୍ରପୁର,୨୯ା୮(ଦିଲ୍ଲୀପ ସାମଲ): ଖରିଫ ଋତୁରେ ଧାନ ମଣ୍ଡିରେ ଧାନ ବିକ୍ରି ପାଇଁ ଚାଷୀଙ୍କ ଅନଲାଇନ ପଞ୍ଜୀକରଣ ଅବଧି ଆସନ୍ତା ୩୧ରେ ଶେଷ ହେବାକୁ ଯାଉଛି। ତେବେ ଏପର୍ଯ୍ୟନ୍ତ…

ସୂର୍ଯ୍ୟଙ୍କ ଗୋଚରରେ ଚମକିବ ୫ ରାଶିଙ୍କ ଭାଗ୍ୟ; ମୋଟା ଅଙ୍କର ହେବ ରୋଜଗାର, ବଢିବ ସମ୍ପତ୍ତି…

ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଆତ୍ମବିଶ୍ୱାସ, ମାନ-ସମ୍ମାନ, ନେତୃତ୍ୱ ଏବଂ ପିତାଙ୍କ କାରକ ବୋଲି ଧରାଯାଏ। ତେଣୁ ସୂର୍ଯ୍ୟଙ୍କର ପ୍ରତ୍ୟେକ କାର୍ଯ୍ୟକଳାପ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ସେ ପ୍ରତିମାସରେ ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri