ମାଧୁର୍ଯ୍ୟହରା ବର୍ଷାଋତୁ

ବର୍ଷାଋତୁର ଆଗମନ ଧରାବାସୀଙ୍କ ପାଇଁ ଅମୋଘ ସୀବନୀ ସଦୃଶ। ସକଳ ପ୍ରାଣୀ ଓ ଉଦ୍ଭିଦ ଜଗତର ଜୀବନଚକ୍ରକୁ ସୁରକ୍ଷିତ କରେ, ପ୍ରଦାନ କରେ ନବଜୀବନ। ପିଲାଦିନେ ପଢ଼ିଥିବା ଏକ କବିତାଂଶ ବେଶ୍‌ ପ୍ରଭାବିତ କରିଥିଲା ତତ୍‌କାଳୀନ ଛାତ୍ର ସମାଜକୁ। ମେଘ କହୁଛି-‘ଭାସି ଯାଉଥିଲି ନଭେ ସମୀରଣ ଦୋଳରେ-କିଏ ମୋତେ ଡାକିଦେଲା ଏ ମଧୁର ବେଳାରେ।’ ‘ଧାନକ୍ଷେତ ଚାଷୀ ମୋତେ ବସିଥିବ ଅନାଇ- ଟପ ଟପ ଗୀତ ବାରେ ଦେବି ତାକୁ ଶୁଣାଇ।’ ସମୟ ବଦଳିଛି। ପରିବେଶ ଅସନ୍ତୁଳିତ। ଚାଷୀ ଆକାଶକୁ ଚାହିଁ ଯେତେ ଉଦ୍‌ବିଗ୍ନ ହେଲେ ମଧ୍ୟ ବାରିଧାରାର ଟପ ଟପ ସ୍ବର ଆଉ ଶୁଭୁନାହିଁ। ମେଘ ଆଉ ଅକାତରରେ ବାରିବର୍ଷଣ କରୁନାହିଁ। କବିବର ରାଧାନାଥଙ୍କର ସେ କବିତାଂଶ ‘ବିତରେ ଅକାତରେ ଜୀବନ ଘନ – ଧନ୍ୟ ଯେ ଦାତା ଜାଣେ ଯାଚକ ମନ’- ତା’ର ଔଜ୍ଜ୍ୱଲ୍ୟ ହରାଇଥିବା ପରି ମନେହୁଏ। ଶ୍ରୀମଭାଗବତ ଗୀତା କହନ୍ତି – ପୃଥିବୀକୁ ଆମର ମା’ ଓ ସୂର୍ଯ୍ୟ ଆମର ପିତା ସଦୃଶ। ପୃଥିବୀ ଓ ସୂର୍ଯ୍ୟଙ୍କର ମିଳନ ଯୋଗୁ ସମୁଦ୍ରମାନଙ୍କରୁ ରସାସ୍ବାଦିତ ହୋଇ ଆକାଶରୂପକ ଗର୍ଭରେ ନଅମାସ କାଳ କ୍ରମବର୍ଦ୍ଧମାନ ଅବସ୍ଥାରେ ରହି ବର୍ଷାଋତୁ ଜଳରୂପକ ସନ୍ତାନ ପ୍ରସବିତ ହୁଏ।
ପ୍ରାଣୀ ଜଗତର ଆବେଗ, ଆବଶ୍ୟକତା ଓ ତଜ୍ଜନିତ ବ୍ୟାକୁଳତାକୁ ସ୍ବୀକାର କରି ଧରାପୃଷ୍ଠକୁ ଓହ୍ଲାଇଆସେ ବର୍ଷାଋତୁ। ଗ୍ରୀଷ୍ମର ପ୍ରଚଣ୍ଡ ରୌଦ୍ରତାପରେ ବିଦଗ୍ଧ ଧରାବାସୀଙ୍କର ନୀରସ ଜୀବନ ମେଘମାଳାର ଅମୃତ ବାରିଧାରାରେ ହୋଇଉଠେ ସରସ ସୁନ୍ଦର। ପ୍ରକୃତି ମା’ର ରୂପ ବଦଳିଯାଏ। ନିସ୍ତେଜ ପତ୍ରବିହୀନ, ମୃତପ୍ରାୟ ବୃକ୍ଷରାଜି ନବପଲ୍ଲବିତ ହୋଇ ନୂତନ ଜୀବନ ଲାଭ କଲାପରି ପ୍ରତୀୟମାନ ହୁଅନ୍ତି। ପ୍ରାଚୀନ ପରମ୍ପରା ଅନୁଯାୟୀ, ବର୍ଷାର ଟପ ଟପ ଶବ୍ଦ ଶ୍ରବଣ ମାତ୍ରକେ ନବବିବାହିତା ଲାଳନାର ମନପ୍ରାଣ ଅସ୍ଥିର ହୋଇଉଠେ ଓ ବିଦେଶସ୍ଥିତ ସ୍ବାମୀଙ୍କ ଉପସ୍ଥିତିକୁ ଝୁରିହୁଏ। ସେହିପରି ବିଦେଶସ୍ଥିତ ପୁରୁଷଟି ମଧ୍ୟ ନବପରିଣିତା ପନତ୍ୀଙ୍କ ସଙ୍ଗସୁଖ ବାସନାରେ ଜର୍ଜରିତ ହୁଏ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଲେଖିଛନ୍ତି –
”ବିଦେଶେ ନାୟକ ଭାଳଇ ବସି- କି କରୁଥିବ ମୋ ପ୍ରୀତି ଲାଳସୀ।
 ଝୁରୁଥିବ ବସି ରଜନୀ ଦିବା- ଧିକ ଜୀବନ ବିଦେଶେ ରହିବା।ା“
ଏମିତି କେତେ କେତେ କବି, ଲେଖକ, ଭାବୁକ ବର୍ଷାର ଅପରୂପ ଲାବଣ୍ୟକୁ ଲେଖନି ମୁନରେ ପ୍ରକାଶକରି ବର୍ଷାଋତୁ ବୈଶିଷ୍ଟ୍ୟ ବର୍ଣ୍ଣନାରେ ଶତମୁଖ ହୋଇଉଠିଛନ୍ତି। ପୂର୍ବକାଳରେ ରାଜା ମହାରାଜାମାନେ ବର୍ଷାଋତୁର ଆଗମନରେ ତାଙ୍କ ଯୁଦ୍ଧାଭିଯାନକୁ ସ୍ଥଗିତ ରଖି ଚାତୁର୍ମାସ୍ୟ ବ୍ରତ ପାଳନରେ ନିମଜ୍ଜିତ ହେଉଥିଲେ। ବାଲ୍ମୀକି ରାମାୟଣର ବର୍ଣ୍ଣନା ଅନୁସାରେ -ବର୍ଷାଋତୁର ଆଗମନରେ ନ ଥାଏ ନିଦାଘର ଉପତ୍ୀଡ଼ନ, ନ ଥାଏ ମଧ୍ୟ କାଳବୈଶାଖୀର ଖଣ୍ଡପ୍ରଳୟଜନିତ ତାଣ୍ଡବ କିମ୍ବା ଅକାଳ ବଜ୍ରପାତର ବିଭୀଷିକା। ସର୍ବତ୍ର ଶୀତଳତାର ଅପୂର୍ବ ସ୍ପର୍ଶ। ଶୀତଳ ସମୀରଣର ଶିହରଣ ସୃଷ୍ଟିକାରୀ ଧୀର ପ୍ରବାହ। କୃଷକର ବହୁ ପ୍ରତୀକ୍ଷିତ ଜଳଧାରା ଯେତେବେଳେ ତା’ କୃଷିକ୍ଷେତ୍ରରେ ଭରିଯାଏ ଉତ୍ତମ ଶସ୍ୟ ଉପତ୍ାଦନର ଅନାଗତ ସୁଖପ୍ରାପ୍ତିରେ ତା’ର ମନପ୍ରାଣ ପୁଲକିତ ହୋଇଉଠେ। କିନ୍ତୁ ତା’ର ଆଶା ନିରାଶାରେ ଭରିଯାଏ ଯେତେବେଳେ ଅନାବୃଷ୍ଟି, ଅତିବୃଷ୍ଟି ଓ ବନ୍ୟାବାତ୍ୟାର ସର୍ବଗ୍ରାସୀ କରାଳ ମୁଖରେ ସେ ନିପତିତ ହୁଏ। ସେ ଭୀତତ୍ରସ୍ତ ହୋଇ ଯେ କୌଣସି ଦାରୁଣ ପରିଣତିକୁ ଆଦରିନିଏ।
ଭାରତୀୟ କୃଷି ମୌସୁମୀବାୟୁର କ୍ରୀଡ଼ନକ। ଆଜିକାଲି ମୌସୁମୀ ଆଗମନ ଓ ପ୍ରବାହରେ ନାହିଁ ସ୍ଥିରତା। ଏକ ଅନିଶ୍ଚିତତା ମଧ୍ୟରେ ଗତିକରେ କୃଷକର ଜୀବନଧାରା। ମୌସୁମୀ ଆଗମନ ଯଥା ସମୟରେ ହେଉଥିଲେ ମଧ୍ୟ ତାକୁ ସହାୟତା କଲାଭଳି ଅନୁକୂଳ ପରିବେଶ ଅଭାବରୁ ଶୀଘ୍ର ଦୁର୍ବଳ ହୋଇପଡୁଛି। ଆକାଶରେ କଳାମେଘର ଆସ୍ତରଣ ଭାରିବର୍ଷାର ଭ୍ରମ ସୃଷ୍ଟି କରୁଛି ଓ ପର ମୁହୂର୍ତ୍ତରେ କେଉଁଆଡ଼େ ହଜିଯାଉଛି। ମୌସୁମୀ ବାୟୁର ଲୁଚକାଳି ଖେଳ କୃଷିଜୀବୀ ପାଇଁ କାଳ ସାଜୁଛି। କେବଳ ବର୍ଷାଦିନେ ଜଳଧାରଣ କରି ବର୍ଷର ଅବଶିଷ୍ଟ ସମୟ ଶୁଷ୍କତାକୁ ଆଦରିବାକୁ ପଡୁଛି। ଅବିଚାରିତ ଭାବେ ବୃକ୍ଷଛେଦନ ଓ ବନ ଧ୍ୱଂସୀକରଣ ଯୋଗୁ ବୃଷ୍ଟିଜଳ ଭୂତଳଗାମୀ ହେବା ପରିବର୍ତ୍ତେ ନଦୀରେ ବନ୍ୟା ସୃଷ୍ଟି କରୁଛି ଓ ସମୁଦ୍ରର ବିପୁଳ ଜଳଧାରାରେ ନିମଜ୍ଜିତ ହେଉଛି। ପ୍ରାୟ ପାଞ୍ଚ ଦଶନ୍ଧି ପୂର୍ବେ ଲିଖିତ ‘ଫରେଷ୍ଟସ୍‌ ଫର୍‌ ଦି ପିପୁଲ’ରେ ଲେଖକ ରୁଷ୍‌ ଇିଞ୍ଜିନିୟର ଚେତାବନୀ ଶୁଣାଇଛନ୍ତି ଯେ, ଆମେ ଯଦି ଅଧିକରୁ ଅଧିକ ବୃକ୍ଷ ରୋପଣ ଓ ତା’ର ସଂରକ୍ଷଣ ନ କରିବା ତେବେ ଖୁବ୍‌ ନିକଟରେ ଆମକୁ ଘୋର ବିପତ୍ତିର ସାମ୍‌ନା କରିବାକୁ ହେବ, ଯାହା ଆଜି ସତ୍ୟତାରେ ପରିଣତ ହୋଇଛି।
 କେଉଁଠି ଅତ୍ୟଧିକ ବର୍ଷା ହୋଇ ପ୍ରଳୟ ସୃଷ୍ଟି କରୁଛି ଇ ତ କେଉଠି ଲୋକେ ମରୁଡ଼ିକୁ ସାମ୍ନା କରୁଛନ୍ତି। ଜଳକଷ୍ଟ ପୃଥିବୀବାସୀଙ୍କୁ ଅତିଷ୍ଠ କଲାଣି। ୨୦୧୧ ଜନଗଣନାର ରିପୋର୍ଟ ଅନୁଯାୟୀ, ଓଡ଼ିଶାର ୩୬ ପ୍ରତିଶତରୁ ଅଧିକ ଲୋକଙ୍କୁ ପାଣି ବୁନ୍ଦାଏ ପାଇବା ପାଇଁ ପ୍ରତ୍ୟହ ପ୍ରାୟ ଏକ କିଲୋମିଟର ବା ତଦୂଦ୍ଧର୍‌ବ ପଥ ଅତିକ୍ରମ କରିବାକୁ ପଡୁଛି। ବର୍ତ୍ତମାନ ଏହି ସଂଖ୍ୟା ଢେର୍‌ ବଢ଼ିଲାଣି। ପୃଥିବୀର ପ୍ରାୟ ୭୨ ଭାଗ ଜଳ ଓ ୨୮ ଭାଗ ସ୍ଥଳ ହୋଇଥିଲେ ମଧ୍ୟ ପ୍ରାଣୀ ଆବଶ୍ୟକ କରୁଥିବା ଜଳର ପରିମାଣ ମାତ୍ର ୩ ପ୍ରତିଶତରୁ କମ୍‌। ସେଥିରୁ ଦୁଇ ପ୍ରତିଶତ ଜଳ ହିମତୁଷାର ଆକାରରେ ଗଚ୍ଛିତ ରହିଥିବା ବେଳେ ମାତ୍ର ୧ ପ୍ରତିଶତ ଜଳ ମନୁଷ୍ୟ ଓ ଅନ୍ୟ ପ୍ରାଣୀମାନଙ୍କର ଆବଶ୍ୟକତାରେ ଆସୁଛି। ସମୁଦାୟ ୧୮ ପ୍ରତିଶତ ବୃଷ୍ଟିଜଳ, ଯାହା କେଉଁକାଳରୁ ବୃକ୍ଷମାନଙ୍କ ଦ୍ୱାରା ଭୂତଳଗାମୀ ହେଉଥିଲା – ତାହା ଏବେ ସିଧା ସମୁଦ୍ରକୁ ଚାଲିଯାଉଛି। ଗତ ଶତାବ୍ଦୀର ୮୦ଦଶକ ସୁଦ୍ଧା ନଦୀମାନଙ୍କରେ ଯେତେ ଜଳ ପ୍ରବାହିତ ହେଉଥିଲା ଏବେ ତାହା ଶୁଷ୍କତାକୁ ଆଦରି ନେଇଛି। ବର୍ଷତମାମ୍‌ ଯେତେ ବୃଷ୍ଟିପାତ ହେବାକଥା ପାଖାପାଖି ସେତିକି ବର୍ଷା ହେଉଥିଲେ ମଧ୍ୟ ଅକାଳବୃଷ୍ଟି ଓ ସ୍ଥାନେ ସ୍ଥାନେ ଅତିବୃଷ୍ଟି ଉପକାର ପରିବର୍ତ୍ତେ ଅଧିକ କ୍ଷତି କରୁଛି। ମୋଟାମୋଟି ବର୍ଷାଋତୁର ସେ ପୂର୍ବ ବୈଶିଷ୍ଟ୍ୟ ଆଉ ନାହିଁ। ବର୍ଷାଋତୁ ଆସୁଥିଲେ ମଧ୍ୟ ବେଙ୍ଗମାନଙ୍କର ରାବ ନ ଶୁଭି କୋଇଲି ଓ ଝିଙ୍କାରିଙ୍କ ରାବ ଶୁଣାଯାଉଛି।
ସିଦ୍ଧଳ, ଜଗତ୍‌ସିଂହପୁର
ମୋ: ୯୯୩୭୪୫୦୫୪୦

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଏକଚାଟିଆ ବ୍ୟବସାୟ

ଭାରତରେ ଗତ ୫ ଦିନ ହେବ ଯେଉଁଭଳି ଭାବେ ବିମାନ ସେବାରେ ବିଭ୍ରାଟ ଦେଖାଦେଇଛି, ତାହା ଦେଶରେ ଅନ୍ୟତମ ସର୍ବାଧିକ ଆଲୋଚନାର ବିଷୟ ପାଲଟିଯାଇଛି। ଘରୋଇ...

ଏଇ ଭାରତରେ

ଭାରତର ଗ୍ରାମାଞ୍ଚଳର ବହୁ ମେଡିକାଲରେ ଏବେ ମଧ୍ୟ ଆଇସିୟୁର ଅଭାବ ରହିଛି। ଫଳରେ ଗ୍ରାମାଞ୍ଚଳ ଲୋକମାନେ ଉନ୍ନତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଆବଶ୍ୟକ...

ଏକ ପରିବେଶୀୟ ଆହ୍ୱାନ

ନିଭର୍ସିଟି ଅଫ ଶିକାଗୋର ଏନର୍ଜି ପଲିସି ଇନ୍‌ଷ୍ଟିଟ୍ୟୁଟ (ଏପିକ) ଦ୍ୱାରା ପ୍ରକାଶିତ ୨୦୨୫ ବାୟୁ ଗୁଣବତ୍ତା ଜୀବନ ସୂଚକାଙ୍କ (ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ବା...

ସୃଷ୍ଟିର ଚିରନ୍ତନ ଆଧାର

ନୁଷ୍ୟର ଉଚ୍ଚତର ଚେତନଶୀଳତା ତାକୁ ବାଧ୍ୟ କରିଛି ଏ ବିଶ୍ୱବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟ ଉପରେ ପ୍ରଶ୍ନ ଉତ୍‌ଥାପନ କରିବା ପାଇଁ। ଏ ଜଗତର ସୃଷ୍ଟି କିପରି...

ବିଭାଜନକାରୀ ରାଜନୀତି

ଡିସେମ୍ୱର ୬ ଆଧୁନିକ ଭାରତର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆନ୍ଦୋଳନ କଥା ସ୍ମରଣ କରାଇଦିଏ। ରାଜନୀତିକୁ ସବୁଦିନ ପାଇଁ ପରିବର୍ତ୍ତନ କରିଦେଇଥିବା ଏହି ଆନ୍ଦୋଳନ ବିଷୟରେ ଲେଖିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri