ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ଦିଗପହଣ୍ଡି ଗସ୍ତ, ବିଭିନ୍ନ ପ୍ରକଳ୍ପର କଲେ ଉଦ୍‌ଘାଟନ; ଶୋଭାଯାତ୍ରାରେ…

ଦିଗପହଣ୍ଡି,୧୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବୁଧବାର ଦିଗପହଣ୍ଡି ବ୍ଳକ ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦଘାଟନ କରିଥିବା ଜଣାପଡିଛି। ବିଧାୟକ ଭୀଷ୍ମଗିରି ଗ୍ରାମରେ ପହଞ୍ଚିବା ପରେ ଗ୍ରାମବାସୀଙ୍କ ଦ୍ବାରା ବିରାଟ ଶୋଭାଯାତ୍ରାରେ ପାଛୋଟି ନିଆଯାଇଥିଲା। ସେ ପ୍ରଥମେ କଲେଜ ଛକରେ ସ୍ଥାପିତ ସୋଲାର ଲାଇଟକୁ ଉଦ୍‌ଘାଟନ କରିଥିଲେ। ଏହାପରେ ପାରଳାଖେମୁଣ୍ଡି ବନଖଣ୍ଡ ଚନ୍ଦ୍ରଗିରି ବନାଞ୍ଚଳ ଭୀଷ୍ମଗିରି ସେକ୍ସନର ବନପାଳଙ୍କ ନୂତନ କାର୍ଯ୍ୟାଳୟ ଓ କ୍ୱାର୍ଟରକୁ ଉଦଘାଟନ କରିଥିଲେ। ଗଜପତି ଜିଲା ମୋହନା ବିଧାୟକ ଦାଶରଥି ଗମାଙ୍ଗ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଉପସ୍ଥିତ ଥିଲେ। ପରେ ଉଭୟ ବିଧାୟକ ଚାରା ରୋପଣ କରିଥିଲେ ।

କାର୍ଯ୍ୟକ୍ରମରେ ବନଖଣ୍ଡ ଅଧିକାରୀ କେ . ନାଗରାଜୁ, ସହବନ ସଂରକ୍ଷକ ଅରୁଣ କୁମାର ସାହୁ, ଚନ୍ଦ୍ରଗିରି ବନାଞ୍ଚଳ ଅଧିକାରୀ ବିନୟ ପ୍ରକାଶ ବୁଡ଼, ବନପାଳ ଦେବାଶିଷ ଶତପଥୀ, ଚନ୍ଦ୍ରଗିରି ଜିଲା ପରିଷଦ ସଦସ୍ୟ ସୁନୀଲ ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ବ୍ଳକ ଅନ୍ତର୍ଗତ ଏସ. ଟିକରପଡା ପଞ୍ଚାୟତ ର ପୋଡାଖାଲ ଗ୍ରାମ ଏବଂ ଚାକୁଣ୍ଡାପଲ୍ଲୀ ଗ୍ରାମରେ ବନ ସୁରକ୍ଷା ସମିତିର ନୂତନ କାର୍ଯ୍ୟାଳୟକୁ ବିଧାୟକ ଉଦ୍‌ଘାଟନ କରିଥିଲେ। ସେହିପରି କରପଡା ପଞ୍ଚାୟତର ଦେଓଖାଳି ଗ୍ରାମରେ ସୋଲାର ଲାଇଟକୁ ବିଧାୟକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ବିଧାୟକଙ୍କ ଏହି ଗସ୍ତ ସମୟରେ ପୂର୍ବତନ ସରପଞ୍ଚ ପିତାମ୍ବର ଗୈାଡ , ଭାଜପା ଭୀଷ୍ମଗିରି ମଣ୍ଡଳ ସମ୍ପାଦକ କେ. ନରସିଂହ ପାତ୍ର , ଉପସଭାପତି ଟୁକୁନା ସାହୁ , ପୂର୍ବତନ ମଣ୍ଡଳ ସଭାପତି ସୁଦାମ ବେହେରା , ଓବିସି ମୋର୍ଚ୍ଚା ସଭାପତି ତ୍ରିନାଥ ଗୈାଡ , ଟିକରପଡା ପଞ୍ଚାୟତ ସରପଞ୍ଚ ପ୍ରତିନିଧି ଶ୍ୟାମ ନାୟକ, ସମିତି ସଭ୍ୟ ଶୈଳ ବେହେରା , ସମିତି ସଭ୍ୟ ପ୍ରତିନିଧି ସମୀର ବେହେରା, କରପଡା ସରପଞ୍ଚ ଫନିନ୍ଦ୍ର ଚନ୍ଦ୍ର ଗୋସ୍ବାମୀ, ଭାଜପା ଯୁବମୋର୍ଚ୍ଚା ଜିଲା ଉପସଭାପତି ବାପି ପ୍ରଧାନଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ନୂତନ ପ୍ରଜାତିର ଆମ୍ଫିପୋଡ ଚିହ୍ନଟ: ପ୍ରଥମ ଥର…

ବ୍ରହ୍ମପୁର,୭ା୩(ସୁବାସ ଚନ୍ଦ୍ର ପାଢ଼ୀ):ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସାମୁଦ୍ରିକ ବିଜ୍ଞାନ ବିଭାଗ ପକ୍ଷରୁ ନୂତନ ପ୍ରଜାତିର ଉଭୟଚର ପ୍ରାଣୀ ଛୋଟ ଚିଙ୍ଗୁଡ଼ି ଆମ୍ଫିପୋଡ ଚିହ୍ନଟ ହୋଇଛି। ଗତ ଅକ୍ଟୋବରରେ ବିଶ୍ୱବିଦ୍ୟାଳୟ…

ମା’ ତାରାତାରିଣୀଙ୍କ ଚୈତ୍ରଯାତ୍ରା ଲାଗି ପ୍ରସ୍ତୁତି ବଳି ପକାଇଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ

ପୁରୁଷୋତ୍ତମପୁର,୬ା୩ (ସବିତା ମିଶ୍ର): ଚଳିତବର୍ଷ ମାର୍ଚ୍ଚ ୧୦ରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ଯାତ୍ରା ଆରମ୍ଭ ହେବ। ଏନେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ…

ଭଞ୍ଜନଗରରେ ଏଚ୍‌ପିଭି ଟିକାକରଣ ଶୁଭାରମ୍ଭ, ଜରାୟୁ କର୍କଟ ରୋଗ ପ୍ରତିରୋଧରେ…

ଭଞ୍ଜନଗର,୬ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଶୁକ୍ରବାର ଏଚ୍‌ପିଭି ଟିକାକରଣ କାର୍ଯକ୍ରମର ଶୁଭାରମ୍ଭ ହୋଇଯାଇଛି। ଭଞ୍ଜନଗର ମେଡିକାଲ ଅଧୀକ୍ଷକ ଡାକ୍ତର ସୀତାଂଶୁ ଶେଖର ଶତପଥୀ…

କୋର୍ଟ ସମ୍ମୁଖରେ ଗୋଡ଼ାଇ ଗୋଡ଼ାଇ କରିଥିଲେ ହତ୍ୟା, ଆଜି କୋର୍ଟ ଚାଲାଣ ହେଲେ ଅଭିଯୁକ୍ତ

ଭଞ୍ଜନଗର,୬ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୋର୍ଟ ସମ୍ମୁଖରେ ଗୁରୁବାର ଅପରାହ୍ନରେ ବୁଦୁଲି ଗ୍ରାମର ଅଶୋକ ସ୍ବାଇଁଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ମାମଲାରେ ପୋଲିସ…

ଜିଲାପରିଷଦ ବୈଠକରେ ହୋ-ହଲ୍ଲା, ‘ହୁ ଆର୍‌ ୟୁ’ କହିବା ନେଇ ତୁମୁଳକାଣ୍ଡ,

ଛତ୍ରପୁର,୬ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ୮ମ ଜିଲାପରିଷଦ ବୈଠକରେ ଶୁକ୍ରବାର ରାଜନୈତିକ ଉଷ୍ଣତା ଦେଖିବାକୁ ମିଳିଥିଲା। ହୋ-ହଲ୍ଲା ସହିତ ପୂର୍ବସରକାର ଏବଂ ବର୍ତ୍ତମାନର ସରକାରକୁ…

‘ଉତ୍ତମ କଳାକାର ହେବା ପାଇଁ ଶିକ୍ଷକ ପ୍ରେରଣାର ଉତ୍ସ ହେବା ଆବଶ୍ୟକ’

ଭଞ୍ଜନଗର,୬ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ଶୁକ୍ରବାର ଚିତ୍ରକଳା ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର…

ପୋଖରୀରୁ ମାଛ ଧରିବାକୁ ନେଇ ରାଣିଗାଁ ଅଶାନ୍ତ: ମହିଳା ସଂଘକୁ ଗ୍ରାମବାସୀଙ୍କ ବିରୋଧ, ପୂରା ଘଟଣା ଜାଣିଲେ…

ପୁରୁଷୋତ୍ତମପୁର,୬।୩ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ରାଣୀଗାଁ କାନକାଟି ପୋଖରୀରୁ ମାଛ ଧରିବାକୁ କେନ୍ଦ୍ରକରି ତିନିଦିନ ହେଲା ଲାଗିରହିଥିବା ବିବାଦ ଶୁକ୍ରବାର ଉଗ୍ର ରୂପ…

୮ମ ଜିଲା ପରିଷଦ ବୈଠକ: ବିଧାୟକ ସିଦ୍ଧାନ୍ତ ମହାପାତ୍ର ଯୋଗ ଦେଇ ମନରେଗା ସହିତ…

ଛତ୍ରପୁର,୬ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷଠାରେ ଗଞ୍ଜାମ ଜିଲାପରିଷଦର ୮ମ ବୈଠକ ଅଧ୍ୟକ୍ଷା ଅଞ୍ଜଳି ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମନରେଗା ଗ୍ରାମୀଣ ଗୃହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri