ଦିଗପହଣ୍ଡି,୧୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବୁଧବାର ଦିଗପହଣ୍ଡି ବ୍ଳକ ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦଘାଟନ କରିଥିବା ଜଣାପଡିଛି। ବିଧାୟକ ଭୀଷ୍ମଗିରି ଗ୍ରାମରେ ପହଞ୍ଚିବା ପରେ ଗ୍ରାମବାସୀଙ୍କ ଦ୍ବାରା ବିରାଟ ଶୋଭାଯାତ୍ରାରେ ପାଛୋଟି ନିଆଯାଇଥିଲା। ସେ ପ୍ରଥମେ କଲେଜ ଛକରେ ସ୍ଥାପିତ ସୋଲାର ଲାଇଟକୁ ଉଦ୍ଘାଟନ କରିଥିଲେ। ଏହାପରେ ପାରଳାଖେମୁଣ୍ଡି ବନଖଣ୍ଡ ଚନ୍ଦ୍ରଗିରି ବନାଞ୍ଚଳ ଭୀଷ୍ମଗିରି ସେକ୍ସନର ବନପାଳଙ୍କ ନୂତନ କାର୍ଯ୍ୟାଳୟ ଓ କ୍ୱାର୍ଟରକୁ ଉଦଘାଟନ କରିଥିଲେ। ଗଜପତି ଜିଲା ମୋହନା ବିଧାୟକ ଦାଶରଥି ଗମାଙ୍ଗ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଉପସ୍ଥିତ ଥିଲେ। ପରେ ଉଭୟ ବିଧାୟକ ଚାରା ରୋପଣ କରିଥିଲେ ।
କାର୍ଯ୍ୟକ୍ରମରେ ବନଖଣ୍ଡ ଅଧିକାରୀ କେ . ନାଗରାଜୁ, ସହବନ ସଂରକ୍ଷକ ଅରୁଣ କୁମାର ସାହୁ, ଚନ୍ଦ୍ରଗିରି ବନାଞ୍ଚଳ ଅଧିକାରୀ ବିନୟ ପ୍ରକାଶ ବୁଡ଼, ବନପାଳ ଦେବାଶିଷ ଶତପଥୀ, ଚନ୍ଦ୍ରଗିରି ଜିଲା ପରିଷଦ ସଦସ୍ୟ ସୁନୀଲ ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ବ୍ଳକ ଅନ୍ତର୍ଗତ ଏସ. ଟିକରପଡା ପଞ୍ଚାୟତ ର ପୋଡାଖାଲ ଗ୍ରାମ ଏବଂ ଚାକୁଣ୍ଡାପଲ୍ଲୀ ଗ୍ରାମରେ ବନ ସୁରକ୍ଷା ସମିତିର ନୂତନ କାର୍ଯ୍ୟାଳୟକୁ ବିଧାୟକ ଉଦ୍ଘାଟନ କରିଥିଲେ। ସେହିପରି କରପଡା ପଞ୍ଚାୟତର ଦେଓଖାଳି ଗ୍ରାମରେ ସୋଲାର ଲାଇଟକୁ ବିଧାୟକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ବିଧାୟକଙ୍କ ଏହି ଗସ୍ତ ସମୟରେ ପୂର୍ବତନ ସରପଞ୍ଚ ପିତାମ୍ବର ଗୈାଡ , ଭାଜପା ଭୀଷ୍ମଗିରି ମଣ୍ଡଳ ସମ୍ପାଦକ କେ. ନରସିଂହ ପାତ୍ର , ଉପସଭାପତି ଟୁକୁନା ସାହୁ , ପୂର୍ବତନ ମଣ୍ଡଳ ସଭାପତି ସୁଦାମ ବେହେରା , ଓବିସି ମୋର୍ଚ୍ଚା ସଭାପତି ତ୍ରିନାଥ ଗୈାଡ , ଟିକରପଡା ପଞ୍ଚାୟତ ସରପଞ୍ଚ ପ୍ରତିନିଧି ଶ୍ୟାମ ନାୟକ, ସମିତି ସଭ୍ୟ ଶୈଳ ବେହେରା , ସମିତି ସଭ୍ୟ ପ୍ରତିନିଧି ସମୀର ବେହେରା, କରପଡା ସରପଞ୍ଚ ଫନିନ୍ଦ୍ର ଚନ୍ଦ୍ର ଗୋସ୍ବାମୀ, ଭାଜପା ଯୁବମୋର୍ଚ୍ଚା ଜିଲା ଉପସଭାପତି ବାପି ପ୍ରଧାନଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।


