ପୋତି ହେଉଛି ବ୍ରାହ୍ମଣୀ ନଦୀଶଯ୍ୟା

ବରୀ,୩ା୭(ଡି.ଏନ୍‌.ଏ.): ବରୀ ବ୍ଲକ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀ ଶଯ୍ୟା ଖନନ କରା ନ ଯିବା ଓ ବିଭିନ୍ନ ସ୍ଥାନରେ ବୁଦା ସୃଷ୍ଟି ହୋଇଥିବା ଯୋଗୁ ସ୍ଥାନୀୟ ଅଞ୍ଚଳରେ ଚାଷ ଜମିକୁ ଜଳସେଚନରେ ସମସ୍ୟା ଉପୁଜୁଛି। ଅନ୍ୟପଟେ ବର୍ଷର ଅଧିକାଂଶ ସମୟ ନଦୀ ଶଯ୍ୟା ଶୁଖିଲା ରହୁଥିବାରୁ ଭୂତଳ ଜଳସ୍ତର ମଧ୍ୟ ହ୍ରାସ ପାଉଥିବାରୁ ନଳକୂପ ଖନନ ପାଇଁ ବହୁ ଗଭୀରକୁ ଖୋଳିବାକୁ ପଡୁଛି, ଯେଉଁଥିପାଇଁ ଅଞ୍ଚଳବାସୀ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି। ନଦୀ ଶଯ୍ୟାର ବିଭିନ୍ନ ସ୍ଥାନରେ ବାଲି ଚଢ଼ା ଓ ତଣ୍ଡି ବୁଦା ଭର୍ତ୍ତି ହୋଇଥିବାରୁ ନଦୀରେ ପାଣି ଆସିବାରେ ବାଧା ସୃଷ୍ଟି ହେଉଛି। ବ୍ଲକ ଅଞ୍ଚଳର ଚାଷୀ ଓ ସାଧାରଣ ଲୋକଙ୍କ ସୁବିଧା ପାଇଁ ପ୍ରଶାସନ ପକ୍ଷରୁ ନଦୀ ଖନନ ବ୍ୟବସ୍ଥା କରାଯିବା ପାଇଁ ବ୍ରାହ୍ମଣୀ ବଞ୍ଚାଅ ଅଭିଯାନର ସଦସ୍ୟମାନେ ଜିଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।
ବ୍ରାହ୍ମଣୀ ନଦୀ ଯାଜପୁର ଜିଲାର ଜେନାପୁରଠାରୁ ବାହାରି ବରୀ ବ୍ଲକର କଳାମାଟିଆ ପଞ୍ଚାୟତ ନିକଟରେ ଶେଷ ହୋଇଛି। ବ୍ଲକର ଗୋଳକୁଣ୍ଡ, ସ୍ବାଇଁଖଣ୍ଡ, ଇଶାଣପୁର, ସାହୁପଡା, ବାଇଁଶିରିଆ, ଚନ୍ଦନପୁର, ମନ୍ଦାରୀ, ସେରପୁର ପଞ୍ଚାୟତ ସମେତ ୨୨ଟି ପଞ୍ଚାୟତର ଚାଷୀମାନେ କୃଷିକାର୍ଯ୍ୟ ପାଇଁ ବ୍ରାହ୍ମଣୀ ନଦୀ ଜଳ ଉପରେ ନିର୍ଭର କରିଥାନ୍ତି। ମତ୍ସ୍ୟଜୀବୀ ବ୍ରାହ୍ମଣୀରୁ ମାଛ ଧରି ପରିବାର ପ୍ରତିପୋଷଣ କରିଥାନ୍ତି। କାଳକ୍ରମେ ନଦୀ ଶଯ୍ୟା ପୋତି ହୋଇପଡୁଥିବାରୁ ଚାଷୀ ହଇରାଣ ହେଉଥିବା ବେଳେ ମତ୍ସ୍ୟଜୀବୀ ଜୀବିକା ହରାଇବା ଭଳି ପରିସ୍ଥିତି ଉପୁଜିଲାଣି। ନଦୀକୂଳ ଅଞ୍ଚଳରେ ବସବାସ କରୁଥିବା ଲୋକେ ବନ୍ୟା ଭୟରେ କାଳାତିପାତ କରୁଥିଲେ ହେଁ ଅନ୍ୟଦିନେ ନଦୀ ଶୁଖିଲା ପଡୁଥିବାରୁ କୂପ ବା ନଳକୂପ ଖୋଳିବା ସକାଶେ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି। ଅନେକ ଚାଷୀ ଆଖୁଚାଷ ପାଇଁ ବ୍ରାହ୍ମଣୀ ଜଳ ଉପରେ ନିର୍ଭର କରିଥାନ୍ତି। ହେଲେ ଏବେ ଆଖୁ ଚାଷୀଙ୍କୁ ଚିନ୍ତା ଘାରିଛି। ପୂର୍ବରୁ ଏ ସବୁ ସମସ୍ୟାର ସମାଧାନ ସକାଶେ ଦ୍ୱୀପାଞ୍ଚଳ ଉନ୍ନୟନ ପରିଷଦ, ନବ ନିର୍ମାଣ କୃଷକ ସଂଗଠନ ଓ ବହୁ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ବ୍ରାହ୍ମଣୀ ବଞ୍ଚାଅ ଅଭିଯାନ ଆରମ୍ଭ ହୋଇଥିଲା। ନଦୀ ଖନନ ପାଇଁ ସ୍ଥାନୀୟ ପ୍ରଶାସନ ସମେତ ରାଜନେତା ଓ ବିଭାଗୀୟ ମନ୍ତ୍ରୀଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରାଯାଇଥିଲା। ମାତ୍ର ସୁଫଳ ମିଳି ନ ଥିବାରୁ ପୁନଃ ବ୍ରାହ୍ମଣୀ ବଞ୍ଚାଅ ଅଭିଯାନ ସଦସ୍ୟମାନେ ଜିଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଏ ଦିଗରେ ପଦକ୍ଷେପ ନିଆ ନ ଗଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ବ୍ରାହ୍ମଣୀ ବଞ୍ଚାଅ ଅଭିଯାନ ପକ୍ଷରୁ ଚେତାବନୀ ଦିଆଯାଇଛି। ଦାବିପତ୍ର ପ୍ରଦାନ ବେଳେ ସଭାପତି ଲୋକନାଥ ଦାସ, ବରୀ ବ୍ଲକ ପ୍ରାକ୍ତନ ଅଧ୍ୟକ୍ଷ ଗଗନ ବିହାରୀ ଜେନା, ପ୍ରାକ୍ତନ ଜିଲା ପରିଷଦ ସଭ୍ୟ ବିଷ୍ଣୁ ଚରଣ ମହାନ୍ତି, କର୍ଣ୍ଣଚନ୍ଦ୍ର ଘଡ଼ାଇ, ମୁକୁନ୍ଦ ସାମଲ, ସରୋଜକାନ୍ତ ଜେନା, ରଘୁନାଥ ଜେନା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ସରକାରୀ ନିୟମକୁ ଫୁ’: କେବୁଲ ବିଛାପାଇଁ ଚାଲିଛି ରାସ୍ତାଖୋଳା, ଯାତାୟାତରେ ବାଧା

ତୁମୁଡିବନ୍ଧ,୧୦।୪(ଦୀପକ କୁମାର ପରାସେଠ): ବିଏସଏନଏଲ କେବୁଲ ବିଛା ପାଇଁ ରାସ୍ତା ଖୋଳାଯିବା ଫଳରେ ଯାତାୟାତରେ ବାଧା। ଜାଣିନାହାନ୍ତି ବିଭାଗୀୟ ଅଧିକାରୀ। ଗ୍ରାମବାସୀଙ୍କ ବିରୋଧ। ଧମକ ଦେଉଛି ଠିକାଦାର।…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ: ଶିଶୁ-ମାତୃ ମୃତ୍ୟୁ ହାର ହ୍ରାସ ଲକ୍ଷ୍ୟ

କେସିଙ୍ଗା ,୧୦।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧ୍ୟକ୍ଷ ରବୀନ୍ଦ୍ର ଖଟୁଆଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ପାଳିତ ହୋଇ ଯାଇଥିଲା।…

ହୁମ୍ମା ଫାଣ୍ଡି ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ବିନାୟକ ଦାସ: ଟ୍ରାଫିକ-ଆଇନ ଶୃଙ୍ଖଳାକୁ ପ୍ରାଥମିକତା

ଗଞ୍ଜାମ,୧୦।୪(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ଅଧୀନସ୍ଥ ହୁମ୍ମା ଫାଣ୍ଡିର ନୂତନ ଫାଣ୍ଡି ଅଧିକାରୀ ଭାବେ ବିନାୟକ ଦାସ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri