ଦୁଇଦିନରେ ମାଟିତଳୁ ମିଳିଲା ୨ ହାତୀ କଙ୍କାଳ

ଭୁବନେଶ୍ୱର, ୪।୬(ବ୍ୟୁରୋ): ଆଠଗଡ଼ ବନଖଣ୍ଡରେ ବନ୍ୟପ୍ରାଣୀ ଅସୁରକ୍ଷିତ ହୋଇପଡିଛନ୍ତି। ଶିକାର ବୃଦ୍ଧି ସହ ଚୋରା ଚାଲାଣ ଓ ବାରମ୍ବାର ହାତୀ ମୃତ୍ୟୁ ଏଭଳି ଆଶଙ୍କା ସୃଷ୍ଟି କରିଛି। ଗୁରୁବାର କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ବଡ଼ମ୍ବା ରେଞ୍ଜ୍‌ ଅଧୀନ ଗୋପପୁର ସେକ୍ସନ ଅନ୍ତର୍ଗତ ଚନ୍ଦ୍ରଗିରି ଜଙ୍ଗଲରେ ଚଢ଼ାଉ କରି ମାଟିତଳୁ ଏକ ଦନ୍ତା ହାତୀର କଙ୍କାଳ ଉଦ୍ଧାର କରିଥିଲା। ଶୁକ୍ରବାର ଅନ୍ୟଏକ ସ୍ଥାନରେ ପୋତାଯାଇଥିବା ଆଉ ଏକ ହାତୀର କଙ୍କାଳ ମିଳିଛି। ଏହି ଘଟଣାକୁ ନେଇ ଦାୟିତ୍ୱରେ ଥିବା ବନ ଅଧିକାରୀ ଓ କର୍ମଚାରୀଙ୍କ କାର୍ଯ୍ୟଧାରା ସନ୍ଦେହଘେରକୁ ଆସିଛି।
କ୍ରାଇମବ୍ରାଞ୍ଚର ଅତିରିକ୍ତ ଏସ୍‌ପି ବିଳାସିନୀ ନାୟକଙ୍କ ନେତୃତ୍ୱରେ ଏକ ୮ଜଣିଆ ଟିମ୍‌ ଶୁକ୍ରବାର ଅପରାହ୍ନରେ ବଡ଼ମ୍ବା ରେଞ୍ଜ୍‌ ଅନ୍ତର୍ଗତ ଜେନାପାଳ ଗାଁ ଭିତରେ ପଶି ଚନ୍ଦ୍ରଗିରି ପାହାଡ଼ ନିକଟରେ ପହଞ୍ଚତ୍ଥିଲେ। ଏକ ବିଲର ସନ୍ଦେହଜନକ ସ୍ଥାନକୁ ଜେସିବି ଦ୍ୱାରା ଖୋଳିଥିଲେ। ୩ ମିନିଟ ଖୋଳିବା ପରେ ଉତ୍କଟ ଦୁର୍ଗନ୍ଧ ବାହାରିଥିଲା। ଆହୁରି ଖୋଳାଯିବାରୁ ହାତୀର ମୁଣ୍ଡ ଭାଙ୍ଗି ଖଣ୍ଡେ ଖପୁରି ପ୍ରଥମେ ବାହାରକୁ ଆସିଥିଲା। ଏହାପରେ ହାତୀର ଅନ୍ୟ ହାଡ଼ସବୁ ବାହାରିଥିଲା। ବ୍ୟବଚ୍ଛେଦ ପାଇଁ ୫ଜଣ ଭେଟେରିନାରି ଡାକ୍ତର ସେଠାରେ ଉପସ୍ଥିତ ଥିଲେ। ହାତୀଟି ମାଈ ଓ ୮-୧୦ ବର୍ଷ ବୟସର ହୋଇଥିବା ସେମାନେ ଅନୁମାନ କରିଛନ୍ତି। ଏଥିସହ ହାଡ଼, ମାଂସ ଆଦି ବିଭିନ୍ନ ନମୁନା ସଂଗ୍ରହ କରାଯାଇଛି। ସେଗୁଡ଼ିକୁ ଓୟୁଏଟିସ୍ଥିତ ସେଣ୍ଟର ଫର୍‌ ୱାଇଲ୍ଡ ଲାଇଫ୍‌ ହେଲ୍‌ଥକୁ ପଠାଯିବ। ସାତକୋଶିଆର ପ୍ରାଣୀ ଚିକିତ୍ସକ ଡା. କିଶୋର ସାହୁ ମେଟାଲ ଡିଟେକ୍ଟର ସାହାଯ୍ୟରେ ହାତୀ ଖପୁରି ଓ ହାଡ଼ଗୁଡ଼ିକୁ ଯାଞ୍ଚ କରିଥିଲେ। ତେବେ କେଉଁଠି ବି ଗୁଳି ବା ଅନ୍ୟ କିଛି ଧାତବ ପଦାର୍ଥ ଥିବାର ସୂଚନା ମିଳି ନ ଥିଲା।
ଘଟଣା ସମ୍ପର୍କରେ ଖୋର୍ଦ୍ଧା ଜିଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, ଏଥିରେ ବନ ବିଭାଗର ସମ୍ପୃକ୍ତି ଥିବା ଜଣାପଡ଼ୁଛି। ସବୁବେଳେ ଫରେଷ୍ଟର ବା ଗାର୍ଡମାନଙ୍କୁ ନିଲମ୍ବନ କରି ଦୋଷ ଖସାଇ ଦିଆଯାଉଛି। ବଡ଼ମ୍ବା ରେଞ୍ଜର ଏବଂ ତାଙ୍କର ଖାସ୍‌ ଥିବା ଫରେଷ୍ଟର ଓ ସମ୍ପୃକ୍ତ ଅନ୍ୟମାନେ ଗିରଫ ହେବା ଦରକାର। ଆଠଗଡ଼ ଡିଏଫ୍‌ଓ ମଧ୍ୟ ଏଥିପାଇଁ ଦାୟୀ ରହିବେ। ଆନିମଲ ୱେଲଫେୟାର ଟ୍ରଷ୍ଟ ଏକାମ୍ରର ମୁଖ୍ୟ ପୁରବୀ ପାତ୍ର କହିଛନ୍ତି, ବଡମ୍ବା ରେଞ୍ଜର ସୁରେଶ କୁମାର ଷଡ଼ଙ୍ଗୀ ୨୦୧୧ରେ ଏହିଭଳି ଏକ ହାତୀ ମୃତ୍ୟୁ ଘଟଣାରେ ଗିରଫ ହୋଇ ୬ ମାସ ଜେଲରେ ଥିଲେ। ତେଣୁ ସେ ହାତୀ ମୃତ୍ୟୁ ଚପାଇବାରେ ପାରଙ୍ଗମ ଥିବେ। ଏ ବିଷୟରେ ମୁଁ ବନ୍ୟପ୍ରାଣୀ ପିସିସିଏଫ୍‌ଙ୍କୁ ଅବଗତ କରିଛି। ଏଭଳି ଅଧିକାରୀ କେମିତି ହାତୀଙ୍କୁ ସୁରକ୍ଷା ଦେବେ ବୋଲି ପୁରବୀ ପ୍ରଶ୍ନ କରିଛନ୍ତି।
ଆଠଗଡ଼ ଡିଏଫ୍‌ଓ କହିଛନ୍ତି, ଆମ ଡିଭିଜନର କର୍ମଚାରୀ ସବୁବେଳେ ସରକାରୀ ଏସ୍‌ଓପି ପାଳନ କରୁଛନ୍ତି। ହାତୀ ସୁରକ୍ଷା ପାଇଁ ଆମେ ସବୁବେଳେ ତତ୍ପର। ଏହି ଘଟଣାରେ କୌଣସି କର୍ମଚାରୀଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ପିସିସିଏଫ୍‌(ବନ୍ୟପ୍ରାଣୀ) ଶଶୀ ପଲ୍‌ କହିଛନ୍ତି, ଏହି ଘଟଣାର ତଦନ୍ତ ହେବ ଓ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଶେଷ ହେବ ନାହିଁ ଯୁଦ୍ଧ? ଆମେରିକାର ସର୍ତ୍ତକୁ ପ୍ରତ୍ୟାଖ୍ୟାନ କଲା ଇରାନ, ଆଲୋଚନା ପାଇଁ ଭେଟିବାକୁ ମନା କଲା

ତେହରାନ,୪।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସୁନିଶ୍ଚିତ କରିବା ପାଇଁ ମଧ୍ୟସ୍ଥତା ପ୍ରୟାସ ସ୍ଥଗିତ ରହିଛି। ଇରାନ ନିର୍ଦ୍ଧାରିତ ଆଲୋଚନାରେ ଅଂଶଗ୍ରହଣ କରିବାକୁ ସ୍ପଷ୍ଟ ମନା…

ଠାକୁରଘରେ ପଶିିଯିବାରୁ ଦଳିତ ବୃଦ୍ଧାଙ୍କୁ ଆକ୍ରମଣ, ଥାନାର ଦ୍ୱାରସ୍ଥ ହେବା ପରେ…

ପଟ୍ଟାମୁଣ୍ଡାଇ,୪ା୪(କଳ୍ପତରୁ ନାୟକ): କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧିନ ଖଣତା ଗ୍ରାମର ଜଣେ ଦଳିତ ମାନସିକ ବିକାରଗ୍ରସ୍ତ ବୃଦ୍ଧାଙ୍କୁ ଗୁରୁବାର ଆକ୍ରମଣ ହୋଇଛି। ଗ୍ରାମର ଜଣଙ୍କ…

ପଡ଼ିଆକୁ ହାତ ମିଳାଇବାକୁ ଆସିଥିଲେ ନେହେରା, ହେଲେ ଏମିତି କଲେ ବୈଭବ ସୂର୍ଯ୍ୟବଂଶୀ ଭିଡ଼ିଓ ଦେଖିଲେ ମନ ଖୁସି ହୋଇଯିବ

ନୂଆଦିଲ୍ଲୀ,୪।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗରେ ଏକ ଚମତ୍କାର ଆରମ୍ଭ କରିଥିବା ବୈଭବ ସୂର୍ଯ୍ୟବଂଶୀ ଶନିବାର ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ମଇଦାନକୁ…

ଜମିରେ କୀଟନାଶକ ସିଞ୍ଚନ କରି ଶୋଇ ଆଉ ଉଠିଲେନି କୃଷିଶ୍ରମିକ, ତାପରେ….

ଗଜପତି,୪।୪(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଗୁରାଣ୍ଡି ଥାନା ଅନ୍ତର୍ଗତ ତାଟିପାଟି ଗ୍ରାମରେ ଅଭାବନୀୟ ଘଟଣା । ଜଣେ କୃଷିଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବ୍ୟକ୍ତି…

୨୪ ଘଣ୍ଟାରେ ଆମେରିକାକୁ ବଡ଼ ଝଟକା ଦେଲା ଇରାନ

ତେହରାନ,୪।୪: ଗତ ପାଞ୍ଚ ସପ୍ତାହ ଧରି ଚାଲିଥିବା ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ସଂଘର୍ଷ ଏବେ ସବୁଠାରୁ ବିପଜ୍ଜନକ ଏବଂ ଅନିଶ୍ଚିତ ପର୍ଯ୍ୟାୟରେ ପ୍ରବେଶ କରିଛି।…

ଆମେରିକାକୁ ଦୋହଲାଇ ଦେଲା ଇରାନ: ୨୪ ଘଣ୍ଟାରେ କଲା ଏମିତି କ୍ଷତି, ଭୁଲିହେବନି

ତେହରାନ,୪।୪: ଯୁକ୍ତରାଷ୍ଟ୍ର ଆମେରିକା ପାଇଁ ଗୁଡ ଫ୍ରାଇଡେ ଏକ ‘କଳା ଦିବସ’ ପାଲଟିଛି। ଇରାନ ଅତି କମରେ ଆମେରିକାର ଦୁଇଟି ଲଢ଼ୁଆ ବିମାନ, ପାଞ୍ଚଟି ଡ୍ରୋନ ଏବଂ…

ଏକାଗ୍ରତା ଆଣେ ସଫଳତା: ସୁରେଶଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର

ହାଇଟେକ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନର ମ୍ୟାନେଜିଂ ଟ୍ରଷ୍ଟି ତଥା ସିଇଓ ସୁରେଶ କୁମାର ପାଣିଗ୍ରାହୀ ଜଣେ ଉଦ୍ୟୋଗୀ ଏବଂ ଶିକ୍ଷାବିତ୍‌ ଭାବରେ ଅନୁଷ୍ଠାନ ଆରମ୍ଭରୁ ଏହାର ଭିତ୍ତିଭୂମିକୁ…

ପୋଲ ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଆଉ ତା’ପରେ ଘଟିଲା

ଲୋଇସିଂହା,୪।୪(ସୁଶାନ୍ତ ବାରିକ) ବରଗଡ-ବଲାଙ୍ଗୀର ୨୬ନଂ ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ ପୋଲ ତଳକୁ ଏକ ସିମେଣ୍ଟ ବୋଝେଇ ଟ୍ରକ ଖସି ପଡ଼ିଛି। ଦୁର୍ଘଟଣାସ୍ଥଳରେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri