ବୀରଗୋବିନ୍ଦପୁରର ଉନ୍ନତି ପାଇଁ ୨.୪୦ କୋଟି

ସାକ୍ଷୀଗୋପାଳ,୪ା୬(ଡି.ଏନ୍‌.ଏ.): କେନ୍ଦ୍ରରେ ମୋଦି ସରକାରଙ୍କ ଅଷ୍ଟମ ବର୍ଷ ପୂର୍ତ୍ତି ସମାରୋହ ପୁରୀ ଜିଲା ସତ୍ୟବାଦୀ ବ୍ଲକର ବୀରଗୋବିନ୍ଦପୁର ଗ୍ରାମରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ସମାରୋହର ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ (ଇଣ୍ଡିଆନ ଅଏଲ୍‌ କର୍ପୋରେଶନ ଲିଃ) ଆଇଓସିଏଲ ପକ୍ଷରୁ ୨. ୪୦ କୋଟି ଟଙ୍କା ବ୍ୟୟରେ ବୀରଗୋବିନ୍ଦପୁର ଗ୍ରାମର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଗାଁ ହେଉଛି ଭାରତର ଆତ୍ମା, ଗ୍ରାମର ବିକାଶ ଓ ଗାଁର ଲୋକମାନଙ୍କ ନିକଟରେ ସମସ୍ତ ସୁବିଧା ପହଞ୍ଚାଇଦେବା ଲକ୍ଷ୍ୟରେ ମୋଦି ସରକାର କାମ କରୁଛି। ଏହି ସୁଯୋଗରେ ବୀରଗୋବିନ୍ଦପୁର ଗ୍ରାମର ୩୦ ବର୍ଷର ଆତ୍ମୀୟତା ତାଙ୍କୁ ସେବା କରିବାର ସୁଯୋଗ ଦେଇଛି ବୋଲି ମନ୍ତ୍ରୀ ପ୍ରଧାନ କହିଥିଲେ। ଗ୍ରାମର ଗୁରୁଜନ, ମା’ମାନଙ୍କ ନିକଟରୁ ସେ ଆଶିଷ ନେଇଥିଲେ। ସମ୍ମିଳନୀ ଗୃହ, ବାୟୋ ଶୌଚାଳୟ, ସୋଲାର ପାନୀୟ ଜଳ, ଆଲୋକୀକରଣ ଓ ପୁଷ୍କରିଣୀ ସୌର୍ନ୍ଦ୍ୟକରଣ କାମ କରାଯିବ ବୋଲି ସେ ସୂଚନା ଦେଇଥିଲେ। ପିଲାଦିନେ ଗ୍ରାମର ପୁରାତନ ସଂସ୍କୃତି, ଐତିହ୍ୟକୁ ମନେପକାଇ ଜଣେ ସାଙ୍ଗଙ୍କ ଅନୁରୋଧକ୍ରମେ ସ୍ଥାନୀୟ ଦକ୍ଷିଣକାଳୀଙ୍କ କାଳୀପୂଜା ଅବସରରେ ଯୋଗ ଦେଇଥିବା କହିଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଆଇଟିଡିସିର ଅଧ୍ୟକ୍ଷ ଡ. ସମ୍ବିତ ପାତ୍ର, ପୁରୀ ବିଧାୟକ ଜୟନ୍ତୀ କୁମାର ଷଡ଼ଙ୍ଗୀ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଅଲେଖ ଚନ୍ଦ୍ର ଷଡ଼ଙ୍ଗୀ, ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଗୋପାଳ ଚନ୍ଦ୍ର ନନ୍ଦ, ସତ୍ୟବାଦୀ ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂ, ସ୍ଥାନୀୟ ନେତା ଓମପ୍ରକାଶ ମିଶ୍ର, ପୂର୍ବତନ ବିଧାୟକ ରବି ମଲ୍ଲିକ ପ୍ରମୁଖ ଯୋଗଦେଇଥିଲେ। ଆଇଓସିଏଲର ସାଧାରଣ ପରିଚାଳକ ଧନ୍ୟବାଦ ଦେଇଥିଲେ। ଗ୍ରାମର ଗୋପାଳକୃଷ୍ଣ ଯୁବକ ସଂଘର କର୍ମକର୍ତ୍ତା, ସଦସ୍ୟ ଓ ଗ୍ରାମ୍ୟ କମିଟି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଝାଟିମାଟି କୁଡ଼ିଆରେ ବିତୁଛି ଜୀବନ

ବ୍ରହ୍ମବରଦା,୨୫ା୭(ଡି.ଏନ.ଏ.): ଯାଜପୁର ବ୍ଲକ ଝାଲପଡ଼ା ପଞ୍ଚାୟତ କାକୁଡ଼ିକୁଦ ୨ ନମ୍ବର ୱାର୍ଡ ଦଳିତ ସାହିର ଅଧିକାଂଶ ପରିବାର ବର୍ଗଙ୍କ ପକ୍କାଘର ନାହିଁ। ଫଳରେ ସେମାନେ ବହୁ...

କାମରେ ଆସୁନି ଜଳପ୍ରକଳ୍ପ

ଦଶମନ୍ତପୁର, ୨୦।୪: ( ଡି.ଏନ୍‌.ଏ.) କାମରେ ଆସୁନି ୯ ଲକ୍ଷ ଟଙ୍କାର ଜଳପ୍ରକଳ୍ପ। ଜଳ କଷ୍ଟ ଭୋଗୁଛନ୍ତି କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ମୁଜାଙ୍ଗ ପଞ୍ଚାୟତର...

ହିତାଧିକାରୀଙ୍କୁ ମିଳୁନି ଗୁହାଳ ନିର୍ମାଣ ଅର୍ଥ : ବ୍ଲକ ପ୍ରଶାସନ ନିକଟରେ ଅଭିଯୋଗ

କର୍ଲାମୁଣ୍ଡା,୨।୧୧(ଡି.ଏନ୍‌.ଏ) : କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସ.ମାଲପଡ଼ା ପଞ୍ଚାୟତରେ ହିତାଧିକାରୀମାନେ କାର୍ଯ୍ୟାଦେଶ ପାଇ ଗୁହାଳ ନିର୍ମାଣ ଶେଷ କରିଥିଲେ ସୁଦ୍ଧା ଆଜିପର୍ଯ୍ୟନ୍ତ ସହାୟତା ରାଶି...

ନେଗେଟିଭ୍‌ ଆସିଲା ଫୁଲବାଣୀ ଛାତ୍ରଙ୍କ ରକ୍ତ ନମୂନା

କଟକ ଅଫିସ, ୪।୨: ଚାଇନାର ସିଚୁଆନସ୍ଥିତ ସାଉଥ୍‌ ଓ୍ବେଷ୍ଟ ମେଡିକାଲ ବିଶ୍ୱବିଦ୍ୟାଳୟରେ ଏମ୍‌ବିବିଏସ୍‌ ପଢ଼ୁଥିବା ଫୁଲବାଣୀର ଜଣେ ଛାତ୍ର କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା ସନ୍ଦେହ...

ସ୍ବାଇନ୍‌ ଫ୍ଲୁ ପାଇଁ ପ୍ରସ୍ତୁତ ଏସ୍‌ସିବି ମେଡିକାଲ

କଟକ ଅଫିସ,୨୮।୨: ଏସ୍‌ସିବି ମେଡିକାଲ ଚକ୍ଷୁ ବିଭାଗର ତୃତୀୟ ମହଲାରେ ଖୋଲାଯାଇଥିବା ସ୍ବତନ୍ତ୍ର ସ୍ବାଇନ୍‌ ଫ୍ଲୁ ୱାର୍ଡରେ ତିନି ଜଣ ସନ୍ଦେହରେ ଚିକିତ୍ସିତ ହୋଇ ଫେରିଛନ୍ତି।...

ଟ୍ରେଲର ଧକ୍କାରେ ନାବାଳିକା ମୃତ: ୨୬ ନଂ. ଜାତୀୟ ରାଜପଥ ଅବରୋଧ

କେସିଙ୍ଗା,୬।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ନୁନ୍‌ମାଠ ନିକଟ ୨୬ ନଂ. ଜାତୀୟ ରାଜପଥ ପାରହେଉଥିବା ବେଳେ ଜଣେ ନାବାଳିକାଙ୍କ ଉପରେ ଲାଞ୍ଜିଗଡ଼ସ୍ଥିତ  ଏକ...

ପିଇଓଙ୍କ ବଦଳିକୁ ନେଇ ଅସନ୍ତୋଷ

ବାଲିକୁଦା,୨୫।୧୧(ସ୍ବ.ପ୍ର.): ବାଲିକୁଦା ବ୍ଲକ ସରପଞ୍ଚ ସଂଘର ଏକ ବୈଠକ ମରିଚିପୁର ପଞ୍ଚାୟତର ମା’ ବନ୍ଦରେଇଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି। ସଂଘ ସଭାପତି ତଥା ବରମୁଣ୍ଡଳି ସରପଞ୍ଚ...

କିଏ ଦଳର: ଦ୍ୱନ୍ଦ୍ୱରେ ଭୋଟର

ବାଲେଶ୍ୱର ଅଫିସ, ୬ା୨: ବାଲେଶ୍ୱର ଜିଲା ରେମୁଣା ବ୍ଲକ ଚଷାଖଣ୍ଡ ପଞ୍ଚାୟତରେ ୩ ଜଣ ପ୍ରାର୍ଥୀ ନିଜକୁ ଗୋଟିଏ ଦଳର ସମର୍ଥିତ ଦାବି କରି ନିର୍ବାଚନ ପ୍ରଚାର...

Advertisement
Archives

Model This Week