ପର୍ଯ୍ୟଟନରେ ପୂର୍ଣ୍ଣଚ୍ଛେଦ

ଢେଙ୍କାନାଳ ଅଫିସ, ୫।୩: ସାତକୋଶିଆ ବ୍ୟାଘ୍ର କରିଡରରେ ସାମିଲ କରାଯିବା ପରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ‘ନନ୍ଦିନିଆ’ ପର୍ଯ୍ୟଟନସ୍ଥଳୀ ମାନ୍ୟତାରୁ ବାଦ୍‌ ପଡ଼ିଛି। ବିବିଧ ବନ୍ୟଜୀବନରେ ଭରପୂର ଏହି ଜଙ୍ଗଲରେ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ଫଲରେ ‘ନନ୍ଦିନିଆ’ରେ ପର୍ଯ୍ୟଟନକୁ ନେଇ ରହିଥିବା ସମସ୍ତ ସମ୍ଭାବନାରେ ଏକପ୍ରକାର ପୂର୍ଣ୍ଣଚ୍ଛେଦ ପଡ଼ିଛି। ଏହି ରିଜର୍ଭ ଫରେଷ୍ଟରେ କଲରାପତରିଆ ସଂଖ୍ୟା ବୃଦ୍ଧି ପ୍ରାଣୀପ୍ରେମୀଙ୍କ ମଧ୍ୟରେ ଖୁସିର ଲହରି ଖେଳାଇ ଦେଇଥିବାବେଳେ ଏହା ପର୍ଯ୍ୟଟନ ମାନଚିତ୍ରରୁ ବାଦ୍‌ ପଡ଼ିବା ଅନେକଙ୍କୁ ନିରାଶ କରିଛି। ଏହାକୁ ଇକୋ ଟୁରିଜମ ଭାବେ ବିକାଶ କରିବା ସହ ସଫାରି ପାଇଁ ପଦକ୍ଷେପ ନିଆଗଲେ ପ୍ରକୃତିପ୍ରେମୀମାନେ ଅତି ନିକଟରୁ ବାଘ, ହାତୀ ଭଳି ଜଙ୍ଗଲୀ ଜୀବଙ୍କୁ ଦେଖିବାର ସୁଯୋଗ ପାଇପାରନ୍ତେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ଢେଙ୍କାନାଳ ବନଖଣ୍ଡର ହିନ୍ଦୋଳ ରେଞ୍ଜ ଅଧୀନ ନନ୍ଦିନିଆ ସଂରକ୍ଷିତ ଜଙ୍ଗଲ ପ୍ରକୃତିର ବରଦାନ। ଏଠାକାର ବିସ୍ତୀର୍ଣ୍ଣ ବନଭୂମି, ସବୁଜିମାମୟ ପରିବେଶ ପର୍ଯ୍ୟଟକଙ୍କୁ ବାନ୍ଧି ରଖିବା ଲାଗି ଯଥେଷ୍ଟ। ଜିଲାର କଲରାପତରିଆଙ୍କ ଅନ୍ୟତମ ଅନ୍ତୁଡ଼ିଶାଳ ତଥା ସାତକୋଶିଆ ସୀମାନ୍ତ ଏହି ଜଙ୍ଗଲକୁ ନିକଟରେ ବ୍ୟାଘ୍ର କରିଡରରେ ସାମିଲ କରାଯାଇଛି। ବାଘଙ୍କ ପ୍ରାକୃତିକ ଆବାସସ୍ଥଳୀରୁ ମଣିଷଙ୍କୁ ଦୂରେଇ ରଖିବା ଏବଂ ସେଠାରେ ମନୁଷ୍ୟକୃତ କାର୍ଯ୍ୟକଳାପ ଉପରେ ଅଙ୍କୁଶ ଲଗାଇବା ଲାଗି ନନ୍ଦିନିଆରେ ପର୍ଯ୍ୟଟକଙ୍କ ପ୍ରବେଶକୁ ବାରଣ କରାଯାଇଛି। ହେଲେ ବନ ବିଭାଗର ଏହି କଟକଣା ଏଠାକାର ପର୍ଯ୍ୟଟନ ଶିଳ୍ପକୁ ପ୍ରଭାବିତ କରିବା ଆଶଙ୍କା ସୃଷ୍ଟି ହୋଇଛି।
‘ନନ୍ଦିନିଆ’ ସଂରକ୍ଷିତ ଜଙ୍ଗଲରେ ଥିବା ପ୍ରାଚୀନ ଗୁମ୍ଫାରେ କେଉଁ ଆବହମାନ କାଳରୁ ଚତୁର୍ଦ୍ଧା ମୂର୍ତ୍ତି ପୂଜାପାଇ ଆସୁଛନ୍ତି। ସଂକ୍ରାନ୍ତି, ଅମାବାସ୍ୟାରେ ସ୍ଥାନୀୟ ଅଞ୍ଚଳବାସୀ ଏଠାରେ ସମବେତ ହୋଇ ସଂକୀର୍ତ୍ତନ କରିଥାଆନ୍ତି। ଏଠାରେ ଥିବା ବଡ଼ପଥର କୁଣ୍ଡରେ ବର୍ଷାଦିନେ ପାଣି ସଂରକ୍ଷିତ ହୋଇ ରୁହେ। ସେଠାରେ ଝରଣା ଭଳି ପାହାଡ଼ ତଳକୁ ପ୍ରବାହିତ ହୋଇଥାଏ। ସନାତନ ସଂସ୍କୃତିର ଭାବାବେଗ ସହିତ ଜଡ଼ିତ ଏହି ସ୍ଥାନ ଆଧ୍ୟାତ୍ମିକତା ଦୃଷ୍ଟିକୋଣରୁ ଗୁରୁତ୍ୱ ବହନ କରୁଥିବାବେଳେ ପର୍ଯ୍ୟଟନ ଋତୁରେ ଏଠାରେ ଅସମ୍ଭାଳ ଭିଡ଼ ହୋଇଥାଏ। ହେଲେ କଟକଣା ଲାଗୁ ପରେ ଏଠାରେ ଆଉ ବଣଭୋଜି ହୋଇପାରିବ ନାହିଁ, ଯାହା ପର୍ଯ୍ୟଟକଙ୍କୁ ନିରାଶ କରିଛି। ଅନ୍ୟପଟେ ନିକଟରେ ବ୍ୟାଘ୍ର କରିଡରରେ ସାମିଲ ହେବା ପରେ ଏହାକୁ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଛି। ସାଧାରଣ ଲୋକଙ୍କ ଅନଧିକାର ପ୍ରବେଶ ବନ୍ଦ କରିବା ଲାଗି ‘ନନ୍ଦିନିଆ’ର ପ୍ରବେଶ ପଥରେ ଏକ ଚେକ୍‌ଗେଟ୍‌ ଲଗାଯାଇଛି। ବନ କର୍ମଚାରୀ, ଏଲିଫ୍ୟାଣ୍ଟ ସ୍କ୍ବାଡ୍‌ କର୍ମଚାରୀ ଦିନରାତି ପାଟ୍ରୋଲିଂ କରୁଛନ୍ତି।
ଏ ସଂକ୍ରାନ୍ତରେ ଅଞ୍ଚଳର ଯୁବ ସାମାଜିକ କର୍ମୀ ସୁବାସ ଚନ୍ଦ୍ର ପାଳ କୁହନ୍ତି, ହିନ୍ଦୋଳ ଏନଏସିଠାରୁ ନନ୍ଦିନିଆର ଦୂରତା ମାତ୍ର ୪ କିଲୋମିଟର। ଏହାକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବାକୁ ବାରମ୍ବାର ଦାବି କରାଯାଇଛି। ହେଲେ ଏହାକୁ ସାତକୋଶିଆ ବ୍ୟାଘ୍ର କରିଡରରେ ସାମିଲ କରାଯାଇଥିବା ବେଳେ ବନ ବିଭାଗ ପକ୍ଷରୁ ଜଙ୍ଗଲ ଭିତରକୁ କାହାରିକୁ ପ୍ରବେଶ କରାଇ ଦିଆଯାଉନାହିଁ। ଜିଲା ପର୍ଯ୍ୟଟନ ଅଧିକାରୀ ଜଗଦୀଶ ରାୟ କୁହନ୍ତି, ସଂରକ୍ଷିତ ଜଙ୍ଗଲର ମାନ୍ୟତା ପାଇଥିବାରୁ ‘ନନ୍ଦିନିଆ’ ପର୍ଯ୍ୟଟନ ସ୍ଥଳୀ ମାନ୍ୟତାରୁ ବଞ୍ଚତ୍ତ ହୋଇଛି। ଏଠାରେ ଇକୋ ଟୁରିଜ୍‌ମ ପାଇଁ ପ୍ରସ୍ତାବ ଦିଆଯିବା ଉଚିତ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri