ଏଇ ଭାରତରେ

ସେଣ୍ଟ୍ରାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ପୋଷ୍ଟ ହାର୍ଭେଷ୍ଟ ଇଞ୍ଜିନିୟରିଂ ଆଣ୍ଡ୍‌ ଟେକ୍ନୋଲୋଜିର ଏକ ରିପୋର୍ଟ ଅନୁଯାୟୀ, ପ୍ରତିବର୍ଷ ଭାରତରେ ୧୬%ରୁ ଅଧିକ ଖାଦ୍ୟ ଉପତ୍ାଦ ନଷ୍ଟ ହେଉଛି। ଭଣ୍ଡାର ସୁବିଧା ନ ଥିବା ଏବଂ ମହଙ୍ଗା ପରିବହନ ଯୋଗୁ ଏଭଳି ଘଟୁଛି। ଫଳରେ ଚାଷୀ ଉପତ୍ାଦର ଉପଯୁକ୍ତ ମୂଲ୍ୟ ପାଇପାରୁନାହାନ୍ତି। ଏହି ଗମ୍ଭୀର ସମସ୍ୟାକୁ ସମାଧାନ କରିବା ଲାଗି ଇନ୍ଦୋରର ବରୁଣ ରହେଜା ଏକ ପୋର୍ଟେବଲ୍‌ ସୋଲାର ଡ୍ରାୟର ନିର୍ମାଣ କରିଛନ୍ତି, ଯାହା କ୍ଷୁଦ୍ର ଚାଷୀମାନଙ୍କ ପାଇଁ ବରଦାନ ସଦୃଶ ହୋଇଛି। ବରୁଣ ଜଣେ ମେକାନିକାଲ ଇଞ୍ଜିନିୟର। ନଷ୍ଟ ହୋଇଯାଉଥିବା ଫସଲକୁ ପ୍ରାକୃତିକ ଉପାୟରେ ଏଥିରେ ଶୁଖାଇବା ପରେ ଅନେକ ଦିନ ସଂରକ୍ଷିତ କରି ରଖାଯାଇପାରୁଛି। ବଜାରରେ ଉପଲବ୍ଧ ଅନ୍ୟ ସୋଲାର ଡ୍ରାୟର ମୂଲ୍ୟ ୧ ଲକ୍ଷ ଟଙ୍କାରୁ ଅଧିକ ରହୁଥିବାବେଳେ ବରୁଣଙ୍କ ଦ୍ୱାରା ନିର୍ମିତ ଡ୍ରାୟରର ଦାମ ମାତ୍ର ୧୫,୦୦୦ ଟଙ୍କା। ଦେଶର ସମସ୍ତ କ୍ଷୁଦ୍ରଚାଷୀ ଏହାକୁ କିଣିପାରିବେ ବୋଲି କହନ୍ତି ବରୁଣ। ଏବେ ସୁଦ୍ଧା ମୋଟ ୩୫୦୦ ଚାଷୀ ଏହାକୁ ବ୍ୟବହାର କରି ନଷ୍ଟ ହୋଇଯାଉଥିବା ଫସଲକୁ ଶୁଖାଇ ରଖୁଛନ୍ତି, ଯାହାକୁ ପରବର୍ତ୍ତୀ ସମୟରେ ବିକ୍ରି କରି ଲାଭ ପାଉଛନ୍ତି।