ଏଇ ଭାରତରେ

ପରିବାର ପ୍ରତିପୋଷଣ ପାଇଁ ପ୍ରତିବର୍ଷ ପ୍ରବାସୀ ଶ୍ରମିକମାନେ ଗାଁଗଣ୍ଡା ଛାଡ଼ି ସହରକୁ ଚାଲିଯାଆନ୍ତି। କାମ ଅନ୍ବେଷଣରେ ଯାଉଥିବା ଏହିସବୁ ଶ୍ରମିକଙ୍କ ପିଲାମାନେ ସରକାରୀ ସ୍କୁଲରେ ନାମ ଲେଖାଇଥିଲେ ବି ସେମାନେ ଶିକ୍ଷାରୁ ବଞ୍ଚତ୍ତ ହୋଇଥାଆନ୍ତି। ତେବେ ଏଭଳି ପିଲାମାନଙ୍କୁ ପୁଣି ଶିକ୍ଷାର ମୁଖ୍ୟ ସ୍ରୋତରେ ଯୋଡ଼ିବା ଲାଗି ବେଙ୍ଗାଲୁରୁର ୬ଜଣ ବନ୍ଧୁଙ୍କ ସାମଗ୍ରିକ ଉଦ୍ୟମ ପ୍ରଶଂସନୀୟ। ସେମାନେ ହେଲେ ନୋମିତା ସିକନ୍ଦ, ରିଜଓ୍ବାନ ଅହମ୍ମଦ,ଏମ୍‌. ରାଜା, ପ୍ରୀତି ପଟେଲ, ଜୋଶେଫ ଜାକୋବି ଏବଂ ସୌମ୍ୟା ନନ୍ଦ। ଏମାନେ ପ୍ରବାସୀ ଶ୍ରମିକଙ୍କ ପିଲାମାନଙ୍କୁ ମାଗଣାରେ ପଢ଼ାଇବାର ବ୍ୟବସ୍ଥା କରିଛନ୍ତି। ୬ରୁ ୯ ବର୍ଷ ବୟସ ମଧ୍ୟରେ ଥିବା ପିଲାମାନଙ୍କୁ ସେମାନଙ୍କ ମାତୃଭାଷାରେ ପଢ଼ାଇବା ପରେ ଶିକ୍ଷାର ଏକ ସ୍ତରରେ ପହଞ୍ଚତ୍ବା ପରେ ସେମାନଙ୍କୁ ସରକାରୀ ସ୍କୁଲକୁ ପଠାଉଛନ୍ତି। ଏହି କାର୍ଯ୍ୟ କରିବା ଲାଗି ୬ ଜଣ ବନ୍ଧୁ ମିଶି ‘ଗୁବାଚ୍ଛି’ ସଂସ୍ଥା ଗଢ଼ିଛନ୍ତି। ବେଙ୍ଗାଲୁରୁରେ ଏହି ସଂସ୍ଥାର ଦୁଇଟି କେନ୍ଦ୍ର ଅଛି ଓ ତା’ ମାଧ୍ୟମରେ ସବୁ କାର୍ଯ୍ୟ ସଞ୍ଚାଳନ କରାଯାଉଛି। ଗୁବାଚ୍ଛି ମଧ୍ୟ କର୍ନାଟକ ସରକାରଙ୍କ ଶିକ୍ଷା ବିଭାଗ ସହଯୋଗରେ ୯ଟି ସରକାରୀ ସ୍କୁଲ ସହ ସାମିଲ ହୋଇ ‘ନାଲି କାଲି’ (ଆନନ୍ଦଦାୟକ ଶିକ୍ଷା) କାର୍ଯ୍ୟକ୍ରମ ଚଳାଇଛି। ଏଥିରେ ପିଲାମାନଙ୍କୁ ସପ୍ତାହରେ ଥରେ ନାଚ ଓ ଦୁଇଥର ଖେଳ ଶିକ୍ଷା ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

ଏମିତି ଥିଲା ଗାଁ

ଭାରତର ଆତ୍ମା ହେଉଛି ଗାଁ। ସଭ୍ୟତା, ସଂସ୍କୃତି, ପରମ୍ପରା, ସାମାଜିକ ବନ୍ଧନ ଓ ସଦାଚାରର ପ୍ରାଣକେନ୍ଦ୍ର ଯେଉଁଠି ଗୋଟିଏ ଘରେ ସୋରିଷ ଫୁଟିଲେ ସମ୍ପୂର୍ଣ୍ଣ ଗାଁକୁ ବାସିଥାଏ।…

କୃଷି ରପ୍ତାନିର ନୂତନ ଆଶା

ରାଜ୍ୟର କୃଷିବିକାଶ ଓ କୃଷକମାନଙ୍କ ଆୟବୃଦ୍ଧି ପାଇଁ କୃଷି-ରପ୍ତାନି ଏକ ପ୍ରମୁଖ ମାର୍ଗ। କୃଷି-ରପ୍ତାନି ପାଇଁ ପାରମ୍ପରିକ ଜୈବିକ କୃଷି ଓ ଅତ୍ୟାଧୁନିକ କୃଷି ଅଧିକ ସୁଯୋଗ…

ଲକ୍ଷ୍ୟହୀନ ଯୁଦ୍ଧ

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ୨୩ ମାର୍ଚ୍ଚରେ ଭିନ୍ନ ମୋଡ଼ରେ ପହଞ୍ଚିଥିଲା। ଏହିଦିନ ଆମେରିକା ରାଷ୍ଟ୍ରପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri