ଏଇ ଭାରତରେ

ପିଲାମାନଙ୍କ ମୁହଁରେ ଖୁସି ଦେବା ଲାଗି ପୂଜା ରାୟ ଏବଂ ତାଙ୍କ ସାଥୀମାନେ ପ୍ରୟାସ ଜାରି ରଖିଛନ୍ତି। ବର୍ଜ୍ୟର ପୁନଃ ଉପଯୋଗ କରି ସେମାନେ ପିଲାଙ୍କ ପାଇଁ ଖେଳପଡ଼ିଆ ନିର୍ମାଣ କରୁଛନ୍ତି। ଏହା ‘ଅନ୍ଥିଲ କ୍ରିଏଶନ’ ସଂସ୍ଥା ମାଧ୍ୟମରେ କରାଯାଉଛି। ବିଭିନ୍ନ ସ୍ଥାନରୁ ଅଦରକାରୀ ଟାୟାର, ଅଏଲ ଓ କେବଲ ଡ୍ରମ୍‌ ସଂଗ୍ରହ କରି ସେଥିରେ ଏଭଳି ଖେଳପଡ଼ିଆ କରାଯାଉଛି। ଏବେ ସୁଦ୍ଧା ପୂଜା ଓ ତାଙ୍କ ଟିମ୍‌ ୨୨ ରାଜ୍ୟରେ ୩୮୦ଟି ଖେଳପଡ଼ିଆ କରି ସାରିଲେଣି। ମୁଖ୍ୟତଃ ଏହିସବୁ ପଡ଼ିଆ ସରକାରୀ ବିଦ୍ୟାଳୟଗୁଡ଼ିକରେ ଅଧିକ କରାଯାଉଛି। ସେଠାରେ ସ୍କୁଲ ପିଲାମାନଙ୍କ ପାଇଁ ଖେଳିବାର ନିୟମ ରହିଥିଲେ ବି ନିକଟରେ ଥିବା ଅନ୍ୟ ପିଲାମାନଙ୍କୁ ଅନୁମତି ଦିଆଯାଉଛି। ୨୦୧୫ରେ ପୂଜା ପ୍ରଥମ ଖେଳପଡ଼ିଆ କରିଥିଲେ ଓ ଏଥିରେ ୨୦,୦୦୦ ଟଙ୍କା ଖର୍ଚ୍ଚ ହୋଇଥିଲା। ଖେଳପଡ଼ିଆ ହୋଇଗଲା ପରେ ସମୟ ବ୍ୟବଧାନରେ ଯାଞ୍ଚ କରାଯାଇ ସେଗୁଡ଼ିକର ସୁରକ୍ଷା ନିଶ୍ଚିତ କରାଯାଉଛି। ପୂଜା ଆଇଆଇଟି, ଖଡଗପୁରରେ ଆର୍କିଟେକ୍‌ଚରରେ ପଢ଼ା ଶେଷ କରି ଚାକିରି କରିଥିଲେ। କିନ୍ତୁ ତାହାକୁ ଛାଡ଼ି ପିଲାମାନଙ୍କ ଖେଳ ପାଇଁ ସବୁ ସମୟ ଲଗାଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri