ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ ମାଗଣାରେ ଯୋଗାଉଛନ୍ତି। ପୋର୍ତ୍ତିକା ଭାରତର ସବୁଠୁ ଉଚ୍ଚ ଗାଁ କୋମିକରେ ଏହି ସ୍କୁଲ ଖୋଲିଛନ୍ତି। ସେ ପ୍ଲାନେଟ ସ୍ପିତି ଫାଉଣ୍ଡେଶନ ପ୍ରତିଷ୍ଠା କରି ତା’ ମାଧ୍ୟମରେ ଉକ୍ତ ସ୍କୁଲ ପରିଚାଳନା କରୁଛନ୍ତି। ପୋର୍ତ୍ତିକା ସେହି ପିଲାମାନଙ୍କ ପାଇଁ ମା’ପାଲଟିଯାଇଛନ୍ତି। ସ୍କୁଲରେ ୮ରୁ ୧୦ ବର୍ଷ ବୟସର ପିଲା ରହୁଛନ୍ତି । ପିଲାମାନଙ୍କ ମଧ୍ୟରୁ ଅର୍ଦ୍ଧେକ ସେମାନଙ୍କ ମା’ କିମ୍ବା ବାପାଙ୍କୁ ହରାଇଛନ୍ତି। ଆଉ ଯେଉଁମାନେ ରହିଲେ ଅଭିଭାବକ ସେମାନଙ୍କ ଯତ୍ନ ନେବାରେ ଅକ୍ଷମ। ଏହି ସ୍କୁଲରେ ପିଲାମାନଙ୍କ ପାଇଁ ଏକ ପାଠାଗାର ଓ ଖେଳିବାର ବ୍ୟବସ୍ଥା କରାଯାଇଛି। ପୋର୍ତ୍ତିକା ପେସାରେ ଜଣେ ସାମ୍ବାଦିକ। ସେ ସିଏନ୍‌ଏନ୍‌ରୁ ୨୦୨୦ରେ ଚାକିରି ଛାଡ଼ି ଏହି କାର୍ଯ୍ୟ କରୁଛନ୍ତି। ସାମ୍ବାଦିକ ଥିବାବେଳେ ସେ କୋମିକ୍‌କୁ ବହୁବାର ଯିବାର ସୁଯୋଗ ପାଇଥିଲେ ଓ ସେଠାରେ ପିଲାଙ୍କ ଦୁର୍ଦ୍ଦଶାକୁ ଦେଖିଥିଲେ। ଏଣୁ ତାଙ୍କ ପିତାଙ୍କ ମୃତ୍ୟୁ ପରେ ତାଙ୍କ ସ୍ମୃତିରେ ସେଠାରେ ଏହି ସ୍କୁଲ ଖୋଲିବାର ନିଷ୍ପତ୍ତି ନେଇଥିଲେ।