ଏଇ ଭାରତରେ

କୃଷକ ଓ ଉପଭୋକ୍ତାଙ୍କ ମଧ୍ୟରେ ମଧ୍ୟସ୍ଥ ବେଶି ଲାଭ କରିଥାନ୍ତି। ଏଭଳି ସମସ୍ୟା ଦୂର ଲାଗି ମହାରାଷ୍ଟ୍ରର ଅଙ୍କିତ ଘାର୍ଗେ ଏବଂ ଜୟ ସିଦ୍ଧପୁରା ବିନା କମିଶନରେ କୃଷକମାନଙ୍କ ଆୟ ୨ଗୁଣ କରିପାରିଛନ୍ତି। ଅଙ୍କିତ କମ୍ପ୍ୟୁଟର ଇଞ୍ଜିନିୟରିଂରେ ଡିଗ୍ରୀ ହାସଲକରି ପୁଣେରେ ଚାକିରି କରିଥିଲେ। କିନ୍ତୁ ସେ ଚାକିରି ଛାଡ଼ି ୨୦୧୭ରେ କୃଷକମାନଙ୍କ ପାଇଁ ଏକ ୟୁଟ୍ୟୁବ୍‌ ଚ୍ୟାନେଲ ଆରମ୍ଭ କରିଥିଲେ। ପରେ ଇଣ୍ଡିଆନ ଫାର୍ମର ଏଣ୍ଟରପ୍ରେନ୍ୟୁର (ଆଇଏଫ୍‌ଇ) ଗଠନକରି ତା’ ମାଧ୍ୟମରେ କୃଷକଙ୍କଠାରୁ ଉତ୍ପାଦ ସଂଗ୍ରହକରି ବିକ୍ରି କରୁଛନ୍ତି। ଉତ୍ପାଦନ ମୂଲ୍ୟ ବ୍ୟତୀତ କେବଳ ପ୍ୟାକେଜଂ ବାବଦରେ ୧୦ଟଙ୍କା ନେଉଛନ୍ତି। ଏବେ ତାଙ୍କ ୟୁଟ୍ୟୁବ୍‌ ଚ୍ୟାନେଲରେ ୨.୫ ଲକ୍ଷ ସବ୍‌ସ୍କ୍ରାଇବର ଯୋଡ଼ିହୋଇ ଥିବାବେଳେ ଇ-ମାର୍କେଟିଂ ବ୍ୟବସ୍ଥାରେ ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରୁ ୨୦ ଜଣ ଚାଷୀ ସାମିଲ ହୋଇଗଲେଣି। ଅଙ୍କିତ ଓ ଜୟ କୃଷକମାନଙ୍କଠାରୁ ୨୫ ପ୍ରକାର ଉତ୍ପାଦ ସଂଗ୍ରହକରି ସତରାସ୍ଥିତ ଷ୍ଟୋରରେ ଗଚ୍ଛିତ ରଖୁଛନ୍ତି। ପରେ ଏହାକୁ ପ୍ୟାକିଂକରି ଖାଉଟିଙ୍କ ନିକଟରେ ପହଞ୍ଚାଉଛନ୍ତି। ଏବେ ଏହି ବ୍ୟବସ୍ଥାରେ ଗୁଜରାଟ, କେରଳ, କର୍ନାଟକ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଓ ଆସାମର କୃଷକମାନଙ୍କୁ ସାମିଲକରିବାକୁ ସେମାନେ ଲକ୍ଷ୍ୟ ରଖିଛନ୍ତି।