ଏଇ ଭାରତରେ

ଗ୍ରାମାଞ୍ଚଳରେ ବନ୍ୟା ସମୟରେ ଜୀବନ ରକ୍ଷାକାରୀ ଜ୍ୟାକେଟ ବ୍ୟବହାର କରିବା ସାଧାରଣ ଲୋକଙ୍କ ପକ୍ଷରେ ଅସମ୍ଭବ। କାରଣ ଏହାର ମୂଲ୍ୟ ଅଧିକ ଓ ଏହା ଅଧିକ ପରିମାଣରେ ଉପଲବ୍ଧ ହୋଇପାରେ ନାହିଁ। ଏବେ କିନ୍ତୁ ବିହାରର ୧୮ ବର୍ଷ ବୟସ୍କା ଅନୁଶ୍ୱେତା ଦେବ ଓ ତାଙ୍କ ବନ୍ଧୁ ପୂଜା ଦାସ ତିଆରି କରିଥିବା ଲାଇଫ୍‌ ଜ୍ୟାକେଟ ଭାରତର ଗ୍ରାମୀଣ ଅଞ୍ଚଳରେ ବନ୍ୟା ସମୟରେ ଜୀବନ ରକ୍ଷା କରିବାରେ ସହାୟକ ହୋଇପାରିବ। ସେମାନେ ପ୍ଲାଷ୍ଟିିକ ବ୍ୟାଗ କିମ୍ବା ଅଖା ଓ ବର୍ଜ୍ୟ ପ୍ଲାଷ୍ଟିକ ବୋତଲ ବ୍ୟବହାର କରି ଏଭଳି ଜ୍ୟାକେଟ ତିଆରି କରିଛନ୍ତି। ସେମାନେ ୨୦୨୨ ବନ୍ୟାରେ ୨୦୦ ଜ୍ୟାକେଟ ମାଗଣାରେ ବଣ୍ଟିଥିଲେ। ଏହି ଜ୍ୟାକେଟ ତିଆରି କରିବାରେ ସେମାନେ ୪୦୦ ପ୍ଲାଷ୍ଟିକ ବ୍ୟାଗ ଓ ୧,୦୦୦ ପ୍ଲାଷ୍ଟିକ ବୋତଲ ବ୍ୟବହାର କରିଥିଲେ। ତିନି ପ୍ରକାର ଜ୍ୟାକେଟ ସେମାନେ ତିଆରି କରୁଛନ୍ତି। ଗୋଟିଏ ଛୋଟ ଜ୍ୟାକେଟ ଲାଗି ୬ଟି ୧ ଲିଟରର ବୋତଲ, ମଧ୍ୟମ ପାଇଁ ୮ଟି ଓ ବଡ଼ ସକାଶେ ୧୦ଟି ପ୍ଲାଷ୍ଟିକ ବୋତଲ ଦରକାର ହେଉଛି। ଏହି ଜ୍ୟାକେଟ ତିଆରି କରିବାରେ ୧୫୦ ଟଙ୍କା ଖର୍ଚ୍ଚ ହେଉଛି ଓ ଏହା ୧୧୦ କେ.ଜି. ଓଜନ ସମ୍ଭାଳି ପାରୁଛି।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ: ଉଡ଼ିଲା ଘର ଛପର, ଭାଙ୍ଗିଲା ଗଛ

ବିନିକା,୧୯ା୩ (ରାମ ଗୋପାଳ ବାଘ): ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷତି ହୋଇଛି l ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଘର ଛପର ଉଡାଇ…

ଗୋଟିଏ ଦିନରେ IPLରୁ ୩ ବଡ଼ ଖେଳାଳି ବାହାର, ଲିଗ୍‌ ଆରମ୍ଭ ପୂର୍ବରୁ ହଇଚଇ

ନୂଆଦିଲ୍ଲୀ, ୧୯।୩: ଆଇପିଏଲ୍‌ର ନୂଆ ସିଜନ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଏକାଧିକ ଫ୍ରାଞ୍ଚାଇଜ ପାଇଁ ଅଡୁଆ ବଢ଼ିବାରେ ଲାଗିଛି।…

ଗିରଫ ମାଓବାଦୀ ଖୋଲିଲେ ବଡ଼ ଗୁମର

ବଣାଇଁ,୧୯।୩(ପ୍ରଦୀପ ତ୍ରିପାଠୀ): ଓଡ଼ିଶା ଝାଡ଼ଖଣ୍ଡ ସୀମା ସଂଲଗ୍ନ ଝାଡ଼ଖଣ୍ଡ ଲାତେହାର ଜିଲାରେ ଚାଲିଥିବା ମାଓବାଦୀ ବିରୋଧୀ ଅଭିଯାନ କ୍ରମେ ଚଳିତ ମାସ ୧୪ ତାରିଖ ସୁରକ୍ଷାକର୍ମୀ ୨ଜଣ…

ମମତାଙ୍କ ପାଇଁ ଭାଜପାର ‘ଚକ୍ରବ୍ୟୁହ’: ଏପଟେ ଶୁଭେନ୍ଦୁ, ସେପଟେ ହୁମାୟୁନଙ୍କ ମୁସଲିମ୍‌ କାର୍ଡ, ଅସୁବିଧା…

କୋଲକାତା,୧୯।୩: ପଶ୍ଚିମବଙ୍ଗ ରାଜନୀତିରେ ଗୁରୁବାର ଏକ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିଛି। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଭବାନୀପୁର ଆସନ ଏବେ ହଟ୍‌ସ୍ପଟ ପାଲଟିଛି। ମୁଖ୍ୟମନ୍ତ୍ରୀ…

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

ବଜ୍ରପାତରେ ଜଳିଗଲା ନଡ଼ିଆ ଗଛ

ଢେଙ୍କିକୋଟ,୧୯ା୩(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଢେଙ୍କିକୋଟଠାରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସାଙ୍ଗକୁ ବର୍ଷା ହୋଇଥିଲା। ବଜ୍ରପାତରେ ଢେଙ୍କିକୋଟ ବଜାରସ୍ଥିତ ରାମଚନ୍ଦ୍ର ସାହୁଙ୍କ ବାଡ଼ିରେ ଥିବା ନଡ଼ିଆ ଗଛ…

ପୁଣି କିମ୍‌ ଯଙ୍ଗ୍‌ ଉନ୍‌ ବିଜୟୀ

ପୋଙ୍ଗୟାଙ୍ଗ୍‌ ,୧୯ା୩: ଉତ୍ତର କୋରିଆ ଶାସକ କିମ୍‌ ଯଙ୍ଗ୍‌ ଉନ୍‌ ଜାତୀୟ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ୧୫ତମ ସୁପ୍ରିମ ପିପୁଲ୍ସ ଆସେମ୍ବ୍ଲି ପାଇଁ ଗତ…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଘୋଷଣା ହେଲା ତାରିଖ ଏବଂ ସ୍ଥାନ, ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୩: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୮ମ ସଂସ୍କରଣ ୨୦୨୭ ଅକ୍ଟୋବର ୨୯ରୁ ନଭେମ୍ବର ୪ ମାଲ୍‌ଟା ଓ ଗୋଜୋରେ ହେବ। ଉଦ୍‌ଘାଟନୀ ଉତ୍ସବ ଅକ୍ଟୋବର ୨୯ରେ ଏହାପଛକୁ ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri