ଦିଲ୍ଲୀର ଏକ ବସ୍ତିରେ ରହି ସମସ୍ତ ପ୍ରତିକୂଳ ପରିସ୍ଥିତିରେ ଶିକ୍ଷା ଲାଭ କରି ଜଣେ କନ୍ଷ୍ଟେବଲ ଭାବେ ଚାକିରି କରୁଛନ୍ତି ଥାନ୍ ସିଂ। ଚାକିରିର ଦାୟିତ୍ୱ ଭିତରୁ ସମୟ ବାହାର କରି ସେ ବସ୍ତି ପିଲାମାନଙ୍କୁ ପଢାଉଛନ୍ତି। ଦିଲ୍ଲୀ ଲାଲକିଲ୍ଲା ନିକଟସ୍ଥ ପାର୍କିଂ ସ୍ଥାନ ନିକଟସ୍ଥ ସାଇ ମନ୍ଦିରରେ ସେ ଏକ ପାଠଶାଳା ଖୋଲି ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ଥାନ୍ ସିଂ ଡ୍ୟୁଟି କରିବା ସମୟରେ ବସ୍ତି ପିଲାମାନେ ରାସ୍ତାରେ ପାଣିବୋତଲ ବିକିବା, ଜରି ଗୋଟାଇବା ଭଳି କାମ କରୁଥିବା ଦେଖିବା ପରେ ସେ ସେମାନଙ୍କୁ ପଢ଼ାଇବା ଲାଗି ନିଷ୍ପତ୍ତି ନେଇଥିଲେ । କାରଣ ତାଙ୍କ ପିଲାଦିନ ବି ବସ୍ତିରେ ବହୁ କଷ୍ଟରେ କଟିଥିଲା। ଥାନ୍ଙ୍କ ଜନ୍ମ ରାଜସ୍ଥାନର ଭରତପୁରରେ। ସେ ତାଙ୍କ ପରିବାର ସହ ଆସି ଦିଲ୍ଲୀର ଏକ ବସ୍ତିରେ ରହୁଥିଲେ। ତାଙ୍କ ପିତା ପୋଷାକ ଇସ୍ତ୍ରି କରି ଯାହା ରୋଜଗାର କରୁଥିଲେ ସେଥିରେ ସେମାନେ କଷ୍ଟରେ ଚଳୁଥିଲେ। ଏପରିକି ଥାନ୍ଙ୍କୁ ବି ମକା ବିକି ରୋଜଗାର କରିବାକୁ ପଡ଼ିଥିଲା। ଅନ୍ୟ କୌଣସି ବସ୍ତି ପିଲାଙ୍କ ଭାଗ୍ୟରେ ଏହା ନ ଜୁଟୁ ତାହା ବିଚାର କରି ୨୦୧୫ରେ ସେ ୩ ଜଣ ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ। ଏବେ ବିଭିନ୍ନ ବସ୍ତିରୁ ୮୦ ଜଣ ପିଲା ପାଠଶାଳାକୁ ଆସୁଛନ୍ତି। ଥାନ୍ଙ୍କ ଏହି ସ୍କୁଲର ସକାରାମତ୍କ ପ୍ରଭାବ ଏବେ ସ୍ପଷ୍ଟ ହୋଇଛି। ପିଲାମାନେ ରାସ୍ତାରେ ବୁଲି ଜିନିଷ ବିକିବା ପରିବର୍ତ୍ତେ ସ୍କୁଲକୁ ଆସୁଛନ୍ତି। ଏହାଦ୍ୱାରା ସେମାନେ ନିଶା ଓ ଅପରାଧ ଦୁନିଆରୁ ଦୂରେଇ ରହୁଛନ୍ତି।
Posted inUncategorized View All
BCCI ଆଗରେ ଏମିତି ଡିମାଣ୍ଡ ରଖିଲେ ଅଜିତ ଅଗରକର: ହେବ କି ପୂରଣ
ନୂଆଦିଲ୍ଲୀ,୧୯।୩: ଟି୨୦ ବିଶ୍ୱକପରେ ଭାରତର ବିଜୟ ପରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ବିସିସିଆଇ ସାମ୍ନାରେ ଏକ ଡିମାଣ୍ଡ ରଖିଛନ୍ତି। ଅଗରକର ୨୦୨୭ ଏକଦିବସୀୟ ବିଶ୍ୱକପ ପର୍ଯ୍ୟନ୍ତ…
କାରଣ କହି ଭାଜପା ଛାଡିଲେ ଜୀବନ ପ୍ରଦୀପ ଦାଶ
ଭୁବନେଶ୍ୱର,୧୩।୧୧: ଭାଜପା ଛାଡ଼ିଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ। ରବୀନ୍ଦ୍ର ଜେନା ଭାଜପାରେ ସାମିଲ ହେବା ପରେ ସେ ଇସ୍ତଫା ଦେଇଥିବା ଜଣାପଡ଼ିଛି। ପ୍ରେସମିଟ୍ କରି…
ରସୁଲଗଡ଼ରେ ଚାଞ୍ଚଲ୍ୟ: ୟୁଟ୍ୟୁବ ବ୍ଲଗରଙ୍କୁ ଜିଜିପି କଲୋନୀରେ ହତ୍ୟା
ଭୁବନେଶ୍ୱର,୧।୩: ରାଜଧାନୀରେ ପୁଣି ଗଡିଲା ମୁଣ୍ଡ। ରସୁଲଗଡ଼ ନିକଟ ଜିଜିପି କଲୋନୀରେ ଶନିବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ମୃତ ଯୁବକ ଜଣଙ୍କ ରାହୁଲ ମହାରଣା। ସେ…
୫ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଟପିଲା
ଭୁବନେଶ୍ୱର, ୨୨।୨ (ବନ୍ଦନା ସେଠୀ) : ରାଜ୍ୟରେ ଦିନ ତାପମାତ୍ରା ଧୀରେ ଧୀରେ ବୃଦ୍ଧି ପାଉଛି। ଆଞ୍ଚଳିକ ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ…
ବିଷାକ୍ତ ଶିଳ୍ପର ଯାତ୍ରା
ମାନବ ସଭ୍ୟତାର ସବୁଠାରୁ ବଡ଼ ଦୁଃଖଦ ଘଟଣା ମଧ୍ୟରୁ ଗୋଟିଏ ହେଉଛି, ଯେତେବେଳେ ଶିଳ୍ପ ଏବଂ ଲାଭ ପାଇଁ ଭୋକ ବୃଦ୍ଧି ପାଇଛି, ସେତେବେଳେ ପ୍ରଥମେ ମାନବ…
ବିଜେଡି କାହାକୁ କରିବ ରାଜ୍ୟ ସଭା ପ୍ରାର୍ଥୀ: ଏମିତି କିଛି କହିଲେ ଅଶୋକ ପଣ୍ଡା
ଭୁବନେଶ୍ୱର,୧୪।୨: ବିଜେଡିର ରାଜ୍ୟ ସଭା ପ୍ରାର୍ଥିତ୍ୱକୁ ନେଇ ମତ ରଖିଲେ ଅଶୋକ ପଣ୍ଡା। ସେ କହିଛନ୍ତି, ସାଙ୍ଗଠନିକ ଦକ୍ଷତା, ଅଭିଜ୍ଞତା, ଦଳ ପ୍ରତି ଆନୁଗତ୍ୟ ଓ ଅବଦାନ…
ଭାରତ-ପାକିସ୍ତାନ ମହାମୁକାବିଲାକୁ ନେଇ ଆସିଲା ବଡ଼ ଅପଡେଟ୍: ୨୪ ଘଣ୍ଟା ଭିତରେ…
ନୂଆଦିଲ୍ଲୀ,୯।୨: ଟି-୨୦ ବିଶ୍ୱକପ ଆରମ୍ଭ ହୋଇଛି। କିନ୍ତୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମହାମୁକାବିଲାକୁ ନେଇ ଏବେ ବି ଅନିଶ୍ଚିତତା ରହିଛି। ପରିସ୍ଥିତି ସ୍ପଷ୍ଟ କରିବା ପାଇଁ…
ସାମ୍ନାକୁ ଆସିଲା ସୁଇସାଇଡ ନୋଟ: ଆତ୍ମହତ୍ୟା କରିବା ପୂର୍ବରୁ ବାପାଙ୍କୁ ଏମିତି କଥା ଲେଖିଥିଲେ ୩ ଭଉଣୀ
ଗାଜିଆବାଦ,୪।୨: ଉତ୍ତର ପ୍ରଦେଶର ଗାଜିଆବାଦର ଟିଲା ମୋଡ ପୋଲିସ ଷ୍ଟେଶନ ଅଞ୍ଚଳର ଭାରତ ସିଟି ସୋସାଇଟିରେ ଏକ ଦୁଃଖଦ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ତିନି ଭଉଣୀ…
Archives

