ଦିଲ୍ଲୀର ଏକ ବସ୍ତିରେ ରହି ସମସ୍ତ ପ୍ରତିକୂଳ ପରିସ୍ଥିତିରେ ଶିକ୍ଷା ଲାଭ କରି ଜଣେ କନ୍ଷ୍ଟେବଲ ଭାବେ ଚାକିରି କରୁଛନ୍ତି ଥାନ୍ ସିଂ। ଚାକିରିର ଦାୟିତ୍ୱ ଭିତରୁ ସମୟ ବାହାର କରି ସେ ବସ୍ତି ପିଲାମାନଙ୍କୁ ପଢାଉଛନ୍ତି। ଦିଲ୍ଲୀ ଲାଲକିଲ୍ଲା ନିକଟସ୍ଥ ପାର୍କିଂ ସ୍ଥାନ ନିକଟସ୍ଥ ସାଇ ମନ୍ଦିରରେ ସେ ଏକ ପାଠଶାଳା ଖୋଲି ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ଥାନ୍ ସିଂ ଡ୍ୟୁଟି କରିବା ସମୟରେ ବସ୍ତି ପିଲାମାନେ ରାସ୍ତାରେ ପାଣିବୋତଲ ବିକିବା, ଜରି ଗୋଟାଇବା ଭଳି କାମ କରୁଥିବା ଦେଖିବା ପରେ ସେ ସେମାନଙ୍କୁ ପଢ଼ାଇବା ଲାଗି ନିଷ୍ପତ୍ତି ନେଇଥିଲେ । କାରଣ ତାଙ୍କ ପିଲାଦିନ ବି ବସ୍ତିରେ ବହୁ କଷ୍ଟରେ କଟିଥିଲା। ଥାନ୍ଙ୍କ ଜନ୍ମ ରାଜସ୍ଥାନର ଭରତପୁରରେ। ସେ ତାଙ୍କ ପରିବାର ସହ ଆସି ଦିଲ୍ଲୀର ଏକ ବସ୍ତିରେ ରହୁଥିଲେ। ତାଙ୍କ ପିତା ପୋଷାକ ଇସ୍ତ୍ରି କରି ଯାହା ରୋଜଗାର କରୁଥିଲେ ସେଥିରେ ସେମାନେ କଷ୍ଟରେ ଚଳୁଥିଲେ। ଏପରିକି ଥାନ୍ଙ୍କୁ ବି ମକା ବିକି ରୋଜଗାର କରିବାକୁ ପଡ଼ିଥିଲା। ଅନ୍ୟ କୌଣସି ବସ୍ତି ପିଲାଙ୍କ ଭାଗ୍ୟରେ ଏହା ନ ଜୁଟୁ ତାହା ବିଚାର କରି ୨୦୧୫ରେ ସେ ୩ ଜଣ ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ। ଏବେ ବିଭିନ୍ନ ବସ୍ତିରୁ ୮୦ ଜଣ ପିଲା ପାଠଶାଳାକୁ ଆସୁଛନ୍ତି। ଥାନ୍ଙ୍କ ଏହି ସ୍କୁଲର ସକାରାମତ୍କ ପ୍ରଭାବ ଏବେ ସ୍ପଷ୍ଟ ହୋଇଛି। ପିଲାମାନେ ରାସ୍ତାରେ ବୁଲି ଜିନିଷ ବିକିବା ପରିବର୍ତ୍ତେ ସ୍କୁଲକୁ ଆସୁଛନ୍ତି। ଏହାଦ୍ୱାରା ସେମାନେ ନିଶା ଓ ଅପରାଧ ଦୁନିଆରୁ ଦୂରେଇ ରହୁଛନ୍ତି।
Posted inUncategorized View All
ବାଂଲାଦେଶ କ୍ରିକେଟ ବୋର୍ଡକୁ ଠେଙ୍ଗା ଦେଖାଇଲା ଆୟର୍ଲାଣ୍ଡ, ସିଧା ପହଞ୍ଚିଲା ICC ନିକଟରେ
ଢାକା,୧୮।୧: ଆସନ୍ତା ମାସରେ ଆରମ୍ଭ ହେବାକୁ ଥିବା ICC T20 ବିଶ୍ୱକପ ପୂର୍ବରୁ ବାଂଲାଦେଶ ଏକ ହଇଚଇ ସୃଷ୍ଟି କରିଛି। ପ୍ରଥମେ, ଭାରତରେ ମ୍ୟାଚ ଖେଳିବାକୁ ଚାହୁଁନଥିବା…
ପୁରୀରେ ଅଭାବନୀୟ ଘଟଣା: କୁକୁର ମାଂସ ଛିଡ଼ାଇ ଖାଇବା ଭିଡିଓ ଭାଇରାଲ
ପୁରୀ,୧୭ା୧(ଅଜିତ୍ କୁମାର ମହାନ୍ତି): ପୁରୀରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି କୁକୁର ମାଂସ ଛିଡାଇ ଧରିଥିବା ନେଇ ଭିଡିଓ ଦେଖିବାକୁ ମିଳିଛି। ଭିଡିଓରେ…
ଓଡ଼ିଶା: ଆଜିର ଫଟୋ (୪ ଜନୁଆରୀ, ୨୦୨୬ )
ରବିବାର ମାଷ୍ଟର କ୍ୟାଣ୍ଟିନ୍ ଠାରୁ ରାମ ମନ୍ଦିର ପର୍ଯ୍ୟନ୍ତ ପଥ ଉତ୍ସବ ଆୟୋଜିତ ହୋଇଯାଇଛି
ରୁପାଲି ଛକରେ ଦୁର୍ଘଟଣା: ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ୪ ଲକ୍ଷ ଟଙ୍କା ସହାୟତା ଘୋଷଣା
ଭୁବନେଶ୍ୱର,୪।୧: ଆମ ବସ୍ ଧକ୍କାରେ ମୃତ ଅଟୋ ଚାଳକଙ୍କ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା ହୋଇଛି। ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ (CMRF)ରୁ ୪…
ଆମ ବସ୍ ଦୁର୍ଘଟଣା: ଅଟୋ ମହାସଂଘର ପକ୍ଷରୁ ବିକ୍ଷୋଭ
ଭୁବନେଶ୍ୱର,୪।୧: ଭୁବନେଶ୍ୱର ରୁପାଲି ଛକରେ ‘ଆମ ବସ’ ଦୁର୍ଘଟଣାର ପ୍ରତିବାଦ କରିଛି ଅଟୋ ମହାସଂଘ। କ୍ରୁଟ୍ର ଗାଡ଼କଣ ବସ୍ ଡିପୋ ଆଗରେ ବିକ୍ଷୋଭ କରାଯାଇଛି। ଅନ୍ ଲାଇନ…
ଭିଜିଲାନ୍ସ ଜାଲରେ କଟକ CRRI ଥାନା ଅଧିକାରୀ: ଗିରଫ କଲା…
ଭୁବନେଶ୍ୱର,୪।୧: ଭିଜିଲାନ୍ସ ଜାଲରେ କଟକ CRRI ଥାନା ଅଧିକାରୀ। ୪୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍। ଭୁବନେଶ୍ୱର ରାଜମହଲ ଛକରୁ…
ପାକ୍ ସଂସଦର ସ୍ପିକରଙ୍କ ସହ ହାତ ମିଳାଇଲେ ଜୟଶଙ୍କର, ନିଜ ପିଠି ଥାପୁଡାଇଲା ପାକିସ୍ତାନ, ଭାରତ ଦେଖାଇଦେଲା…
ନୂଆଦିଲ୍ଲୀ/ଇସଲାମାବାଦ,୧।୧: ବାଂଲାଦେଶର ରାଜଧାନୀ ଢାକାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ଅନ୍ତିମ ସଂସ୍କାର ସମୟରେ ଅନୁଷ୍ଠିତ ଏକ ଆନୁଷ୍ଠାନିକ ସାକ୍ଷାତ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ…
RCB-RR ପରେ ଶାହରୁଖ ଖାନଙ୍କ KKR ହେବ ବିକ୍ରି! IPL ୨୦୨୬ ନିଲାମ ପରେ ଆସିଲା ବଡ଼ ଖବର
ନୂଆଦିଲ୍ଲୀ,୧୯।୧୨: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସିଜିନ ପାଇଁ ମିନି ନିଲାମ ଡିସେମ୍ବର ୧୬, ୨୦୨୫ରେ ଆବୁଧାବିର ଏତିହାଦ ଆରେନାରେ ଅନୁଷ୍ଠିତ ହୋଇଥିଲା। ନିଲାମର ତିନି ଦିନ…
Archives

