ଏଇ ଭାରତରେ

ଜୈବିକ କୃଷିର ଆବଶ୍ୟକତାକୁ ଉପଲବ୍ଧି କରିଛନ୍ତି ପୁଣେର ଦୁଇ ଭାଇ ଅଜିଙ୍କ୍ୟ ଓ ସତ୍ୟଜିତ। ସେମାନେ କର୍ପୋରେଟ ଚାକିରି ଛାଡ଼ି ଜୈବିକ କୃଷିରୁ ଅନେକ କୋଟି ଟଙ୍କା ଆୟ କରୁଛନ୍ତି। ଦୁଇ ଭାଇ ପୁଣେ ବିଶ୍ୱବିଦ୍ୟାଳୟରୁ ଏମ୍‌ବିଏ ଡିଗ୍ରୀ ହାସଲ କରି ଏମ୍‌ଏନ୍‌ସିଏସ୍‌ରେ ଏକ ଦଶନ୍ଧି ଧରି ଚାକିରି କରିବା ପରେ ଏହି କୃଷି କ୍ଷେତ୍ରକୁ ଓହ୍ଲାଇଥିଲେ। ପ୍ରଥମେ ସେମାନେ ଏଥିପାଇଁ ସମାଲୋଚନାର ସାମ୍ନା କରିଥିଲେ। ହେଳେ ନିଷ୍ଠା ବଳରେ ସଫଳତା ପାଇ ୨/୩ ଏକରରୁ ଏବେ ୨୦ ଏକର ଜମିରେ ଜୈବିକ କୃଷି କରିବାକୁ ସକ୍ଷମ ହୋଇଛନ୍ତି। ଏଥିରୁ ସେମାନେ ବର୍ଷକୁ ୩ କୋଟି ଟଙ୍କା ଆୟ କରୁଛନ୍ତି। ଏହି କୃଷି ପାରମ୍ପରିକ ପଦ୍ଧତିରେ ଏବଂ କେବଳ ଗୋବର ଖତରେ ଏବଂ ଜୈବିକ କୀଟନାଶକରେ କରୁଛନ୍ତି। କୃଷି ସହ ଗୋପାଳନ ମଧ୍ୟ କରୁଛନ୍ତି। ଉଭୟେ ଧାeନ, ଡାଲି ଓ ଅନ୍ୟ ଶସ୍ୟ ଉତ୍ପାଦନ କରିବା ସହ ଦୁଗ୍ଧଜାତ ଦ୍ରବ୍ୟରୁ ଭଲ ଲାଭ ପାଉଛନ୍ତି। ସେମାନଙ୍କ ଜୈବିକ ପଦ୍ଧତି କୃଷିକୁ ଏବେ ସୁଦ୍ଧା ୧୪ଟି ଦେଶରୁ ଲୋକେ ଦେଖିବାକୁ ଆସି ସାରିଲେଣି। ମୁଖ୍ୟତଃ ଆମେରିକା, ଜର୍ମାନୀ, ଫ୍ରାନ୍ସ ଏବଂ ଅଷ୍ଟ୍ରେଲିଆରୁ କୃଷକ, ମିଡିଆ ଏକ୍ସପର୍ଟ ଓ ବ୍ୟାଙ୍କରମାନେ ବୁଲିବାକୁ ଆସୁଛନ୍ତି। ଅଜିଙ୍କ୍ୟ ଓ ସତ୍ୟଜିତ ଏବେ ସୁଦ୍ଧା ୧୬,୦୦୦ କୃଷକଙ୍କୁ ଜୈବିକ କୃଷି ସମ୍ପର୍କରେ ପ୍ରଶିକ୍ଷଣ ଦେଇସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri