ଏଇ ଭାରତରେ

ବୟସ ୧୯, କିନ୍ତୁ ସେ ଆବିଷ୍କାର କରିଯାଇଥିବା ଏକ ପ୍ରାକୃତିକ ଫ୍ରିଜ୍‌ ତାଙ୍କ ଦକ୍ଷତାକୁ ପ୍ରତିପାଦିତ କରିଛି। ଏହି ଯୁବତୀ ଜଣକ ହେଉଛନ୍ତି ଚେନ୍ନାଇର ମହକ ପରଭେଜ। ସେ ଆବିଷ୍କାର କରିଥିବା ଫ୍ରିଜ୍‌ର ନାମ ରଖିଛନ୍ତି ‘ସନ ହାର୍ଭେଷ୍ଟେଡ କୁଲରୁମ’। କାରଣ ଏହା କେବଳ ସୌରଶକ୍ତିରେ ହିଁ ଚାଲୁଛି। ଏଥିରେ କୌଣସି ବିଦ୍ୟୁତ୍‌ ଲାଗୁ ନ ଥିବାରୁ ଏହା ପୂରା ପରିବେଶ ଉପଯୋଗୀ। ମହକ ତାଙ୍କ ନିଜ କ୍ଷେତରୁ ଉପତ୍ାଦିତ ଫସଲ ନଷ୍ଟକୁ ଦେଖି ଏଭଳି ଏକ ଫ୍ରିଜ୍‌ ତିଆରି କରିବାକୁ ନିଷ୍ପତ୍ତି ନେଇଥିଲେ। ପାରମ୍ପରିକ ଶୀତଳଭଣ୍ଡାର ତୁଳନାରେ ଏହା ୩ ଗୁଣ ଅଧିକ ସମୟ ପନିପରିବାକୁ ସତେଜ ରଖିପାରୁଛି। ଏହି ଫ୍ରିଜ୍‌ରେ କୃଷକମାନେ ଅଧିକ ସମୟ ସେମାନଙ୍କ ପନପରିବା ସତେଜ ରଖିବାକୁ ସକ୍ଷମ ହେବେ ବୋଲି କହନ୍ତି ମହକ, ଯାହାଫଳରେ କ୍ଷତି କମିବ। ଏହି ଆବିଷ୍କାର ପାଇଁ ତାଙ୍କୁ ୨୦୨୩ ଲିକ୍ସସ ଡିଜାଇନ ଆଓ୍ବାର୍ଡ ପ୍ରଦାନ କରାଯାଇଛି।