ଏଇ ଭାରତରେ

କିଛି ନୂତନତ୍ୱ ନିଶାରେ କଲ୍ୟାଣ କୁମାର କଲେଜ ପଢ଼ାରେ ଡୋରି ବାନ୍ଧିଦେଲେ। ପରେ ତାଙ୍କ ପିତାଙ୍କ କମ୍ପାନୀରେ ଏକ ମେଶିନ ତିଆରି କରି ସେଥିରେ ଶସ୍ୟଜାତ ବର୍ଜ୍ୟରୁ କପ୍‌, ଗିନା ଓ ଚାମଚ ଆଦି ତିଆରି କରୁଛନ୍ତି। ତାମିଲନାଡୁ କୋଏମ୍ବାଟୁର ନିବାସୀ କଲ୍ୟାଣ ଏଥିରେ ଭଲ ଆୟ କରିବା ସହ ପରିବେଶ ସୁରକ୍ଷା ମଧ୍ୟ କରିପାରୁଛନ୍ତି। କୁଣ୍ଡା ଓ ଗହମ ଚୋପା, କଇଁଆ ମଞ୍ଜି, କଦଳୀ ପତ୍ରରୁ ସେ ଏହିସବୁ ଉପତ୍ାଦ ତିଆରି କରୁଛନ୍ତି। କଲ୍ୟାଣ ବିବିଏ କୋର୍ସ ଛାଡ଼ି ପ୍ରଥମେ ତାଙ୍କ ପିତାଙ୍କ କମ୍ପାନୀରେ ୨୦୧୭ରେ ପ୍ଲାଷ୍ଟିକ ବିକଳ୍ପ ଉପତ୍ାଦ ପାଇର୍ଁ ମେଶିନ ତିଆରି କରିବା ଆରମ୍ଭ କରିଥିଲେ। ପ୍ରଥମେ ଗୁଆପତ୍ର ଖୋଳପାରୁ ପ୍ଲେଟ୍‌ ପାଇଁ ଓ ପରେ ଶସ୍ୟ ବର୍ଜ୍ୟରୁ କପ୍‌ ତିଆରି ଲାଗି ମେଶିନ ନିର୍ମାଣ କରିଥିଲେ। ସେ ତିଆରି କରୁଥିବା ଛୋଟ ମେଶିନର ଦାମ୍‌ ୩ ଲକ୍ଷ ଓ ବଡ଼ ମେଶିନ ୩୦ ଲକ୍ଷ ଟଙ୍କାରେ ବିକ୍ରି କରାଯାଉଛି। ସେ ଏବେ ଯେଉଁ ମେଶିନ ବ୍ୟବହାର କରୁଛନ୍ତି ତାହା ଏକାଥରକେ ୧୦୦୦ କପ୍‌ ତିଆରି କରୁଛି ଓ ବଡ଼ ମେଶିନରେ ଦିନକୁ ୧୦,୦୦୦ କପ୍‌ ତିଆରି ହେଉଛି। ମୋଟିଏ ମାସରେ ସେ ୧୦ ଲକ୍ଷ କପ୍‌ ବିକ୍ରି କରୁଛନ୍ତି।