ଏଇ ଭାରତରେ

ନାଗାଲାଣ୍ଡର କୋହିମା ଜିଲା ଅନ୍ତର୍ଗତ ଖୁଜାମାର ଛାତ୍ରମାନେ ମିନି ହାଇଡ୍ରୋ ଜେନେରେଟର ନିର୍ମାଣ କରି ବିଦ୍ୟୁତ୍‌ ଉତ୍ପାଦନ କରୁଛନ୍ତି ଓ ଏଥିରେ ଗାଁକୁ ଆଲୋକିତ କରିପାରିଛନ୍ତି। ଚୁମୁକେଡିମା ଏନ୍‌ଆଇଟିର ମେକାନିକାଲ ଡିପାର୍ଟମେଣ୍ଟରେ ଟେକ୍‌ନିସିଆନ ଭାବେ କାର୍ଯ୍ୟ କରୁଥିବା ଏହି ଗାଁର୨୬ ବର୍ଷୀୟ କେସେଟୁ ଥାକ୍ରୋ ଲକ୍‌ଡାଉନ ସମୟରେ ଏଭଳି ଅଭିଯାନ ଆରମ୍ଭ କରିଥିଲେ। ଖୁଜାମା ଗାଁରେ ‘ଖୁଜାମା ଷ୍ଟୁଡେଣ୍ଟ କେୟାର ୟୁନିଅନ’ରହିଛି ଓ ସେ ଏହାର ସଦସ୍ୟ ରହିଛନ୍ତି। ସଦସ୍ୟ ରହିଥିବା ଗାଁର ଅନ୍ୟ ଛାତ୍ରମାନେ କେସେଟୁଙ୍କ ନେତୃତ୍ୱରେ ଏକ ମିନି ହାଇଡ୍ରୋ ଜେନେରେଟର ନିର୍ମାଣ କରିଛନ୍ତି। ଏହାର ନାମ ରଖାଯାଇଛିି ‘ପ୍ରୋଜେକ୍ଟ ବ୍ରାଇଟର ଖୁଜାମା’। ଗାଁ ପାଖରେ ବହିଯାଉଥିବା ମେଓବୋକେ ନଦୀରେ ଏହାକୁ ତିନି ସପ୍ତାହ ମଧ୍ୟରେ ନିର୍ମାଣ କରାଯାଇ ଦୁଇମାସ ମଧ୍ୟରେ ସମ୍ପୂର୍ଣ୍ଣ ଗାଁକୁ ଆଲୋକିତ କରାଯାଇଛି। ଉକ୍ତ ମିନି ହାଇଡ୍ରୋ ଜେନେରେଟରର କ୍ଷମତା ୩ କିଲୋଓ୍ବାଟ । ଏବେ ବିଦ୍ୟୁତ ଉପତ୍ାଦିତ ହେଉଛି ୫୦୦ ଓ୍ବାଟ। ଏହା ପାଇଁ ଲୋକମାନେ ୮୫ ହଜାର ଟଙ୍କା ଅନୁଦାନ ଦେଇଥିବାବେଳେ ବ୍ୟୟ ହୋଇଛି ୮୦,୦୦୦ ଟଙ୍କା। ପ୍ରଥମେ ଗାଁର ଏକ ଦୁର୍ଘଟଣା ପ୍ରବଣ ସ୍ଥାନରେ ଲାଇଟ ଲଗାଯିବା ପରେ ଦ୍ୱିତୀୟ ଲାଇଟ୍‌ ଗାଁର ହେଲଥ ସେଣ୍ଟର ପାଖରେ ଲଗାଯାଇଛି। ଗାଁର ଚଲାପଥରେ ୭ଫୁଟର ୨୩ଟି ଲାଇଟ ପୋଷ୍ଟରେ ବଲ୍‌ବ ଜଳୁଛି ଓ ୨୦ ଫୁଟ ଉଚ୍ଚର ୮ଟି ଲାଇଟ ପୋଷ୍ଟ ଦ୍ୱାରା ଗାଁ କଡରେ ଯାଇଥିବା ଏସିଆନ ହାଇଓ୍ବେ-୨ ର ୩୦୦ ମିଟର ପର୍ଯ୍ୟନ୍ତ ଆଲୋକିତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri