ଏଇ ଭାରତରେ

ଅଦରକାରୀ ଜିନିଷରେ ନିର୍ମିତ ତଥା ସୌର ଶକ୍ତି ଚାଳିତ ଏକ ଯାନ ୨୦୦ କି.ମି. ଯିବା କଥା କେବେ ଭାବିପାରୁଛନ୍ତି କି। ହଁ, ଏହା ସମ୍ଭବ ହୋଇଛି ଉତ୍ତରପ୍ରଦେଶର ଅସଦ ଅବଦୁଲାଙ୍କ ଦ୍ୱାରା। ସେ ଅଦରକାରୀ ପାର୍ଟ ସବୁ ସଂଗ୍ରହ କରି ଏହି ଯାନଟି ନିର୍ମାଣ କରିଛନ୍ତି। ଏଥିରେ ୭ ଜଣ ବସି ଯାଇପାରୁଛନ୍ତି। ବାଇକ୍‌ ଡିଜାଇନରେ ନିର୍ମାଣ କରାଯାଇଥିବା ଯାନର ସିଟ୍‌ ଉପରେ ସୋଲାର ପ୍ୟାନେଲ ଲଗାଯାଇଛି। ବିଭିନ୍ନ ବ୍ୟକ୍ତିଙ୍କ ଦ୍ୱାରା କରାଯାଉଥିବା ନୂତନ ଅବିଷ୍କାରଗୁଡ଼ିକୁ ସୋସିଆଲ ମିଡିଆ ମାଧ୍ୟମରେ ଲୋକଲୋଚନକୁ ଆଣିବାରେ ପ୍ରମୁଖ ଭୂମିକା ନେଉଥିବା ହର୍ଷ ଗୋଏଙ୍କା ତାଙ୍କ ଟୁଇଟରରେ ଉକ୍ତ ଯାନକୁ ଶେୟାର କରିଛନ୍ତି। ଏଭଳି ଆବିଷ୍କାର ଭାରତ ପାଇଁ ଗର୍ବର ବିଷୟ ବୋଲି ସେ କହିଛନ୍ତି। ଅସଦ ଏହି ଯାନ ତିଆରି କରିବାରେ ୮ରୁ ୧୦ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି। ସୌରଶକ୍ତିକୁ ବ୍ୟାଟେରିରେ ସଞ୍ଚିତ କରି ରଖିବା ବ୍ୟବସ୍ଥା ଯାନରେ ଥିବାରୁ ଏହା ରାତିରେ ଚାଲିପାରୁଛି।