ଏଇ ଭାରତରେ

ନିର୍ବାଚନ ଆସିଲେ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିବା ଲକ୍ଷ୍ୟ କରାଯାଏ। ବହୁ ଆଡ଼ମ୍ବରରେ ପ୍ରାର୍ଥୀମାନେ ଆସି ଆବଶ୍ୟକ ଅର୍ଥ ପଇଠ କରି ଏହା କରିଥାନ୍ତି। କିନ୍ତୁ କର୍ନାଟକରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଜଣେ ପ୍ରାର୍ଥୀ ୧୦,୦୦୦ ଟଙ୍କାର କେବଳ କଏନ ପଇଠ କରି ନାମାଙ୍କନ ଦାଖଲ କରିବା ଏବେ ଚର୍ଚ୍ଚାର ବିଷୟ ହୋଇଛି। ମେ’୧୦ରେ ହେବାକୁ ଥିବା କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଚାଲିଛି। ଏହି ସମୟରେ କର୍ନାଟକର ୟାଦଗିର ନିର୍ବାଚନମଣ୍ଡଳୀରୁ ସ୍ବାଧୀନ ପ୍ରାର୍ଥୀ ୟାଙ୍କପ୍ପା ୧୦ହଜାର ଟଙ୍କିକିଆ କଏନ ଜମା କରି ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି। ବଡ଼ କଥା ହେଉଛି, ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ସେ ସମଗ୍ର ନିର୍ବାଚନମଣ୍ଡଳୀର ଲୋକଙ୍କଠାରୁ ଏହି ମୁଦ୍ରା ସଂଗ୍ରହ କରିଛନ୍ତି। ଏହା କରି ସେ ସବୁ ଲୋକଙ୍କ ସହଯୋଗ କାମନା କରିଛନ୍ତି ବୋଲି ୟାଙ୍କପ୍ପା କହିଛନ୍ତି। ସେ କହିଛନ୍ତି, ନିର୍ବାଚିତ ହେଲେ ତାଙ୍କ ସମ୍ପ୍ରଦାୟର ଲୋକ ଏବଂ ଗ୍ରାମବାସୀଙ୍କୁ ଉତ୍ସର୍ଗ କରିବେ। ୟାଙ୍କପ୍ପା ସ୍ବାମୀ ବିବେକାନନ୍ଦଙ୍କ ବିଚାରଧାରା ଲେଖାଥିବା ଏକ ପୋଷ୍ଟର ନେଇ ନାମାଙ୍କନ କରିବାକୁ ଆସିଥିଲେ।