ଏଇ ଭାରତରେ

ବିହାରରେ ଜଣେ ବ୍ୟକ୍ତି ନିଜକୁ ଜୀବିତ ସାବ୍ୟସ୍ତ କରିବା ପାଇଁ ଅଧିକାରୀଙ୍କୁ ଗୁହାରି କରୁଥିବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସେହି ବ୍ୟକ୍ତି ଜଣକ ହେଉଛନ୍ତି ବଗାହ ଜିଲା ମଠିଆ ଗାଁର ବାସିନ୍ଦା ୬୦ ବର୍ଷ ବୟସ୍କ ଚାଷୀ ଅରବିନ୍ଦ ପ୍ରସାଦ ଶାହା। ନିଜକୁ ଜୀବନ୍ତ ପ୍ରମାଣ କରିବାକୁ ସେ ମାସ ମାସ ଧରି ସରକାରୀ କାର୍ଯ୍ୟାଳୟରେ ବୁଲି ଅଧିକାରୀଙ୍କୁ ଗୁହାରି କରୁଛନ୍ତି। ନିଜ ଭାଇ ତାଙ୍କୁ ମୃତ ଘୋଷଣା କରି ସମସ୍ତ ଜମି ହାତେଇ ନେଇଛନ୍ତି। ଏପରିସ୍ଥଳେ ଅରବିନ୍ଦ ଜୀବିତ ଥିବାର ପ୍ରମାଣ ଦେଖାଇ ନିଜ ଜମି ପାଇବାକୁ ଉଦ୍ୟମ ଜାରି ରଖିଛନ୍ତି। ଅରବିନ୍ଦଙ୍କୁ ଜୋନାଲ କାର୍ଯ୍ୟାଳୟ ତଥା ସ୍ଥାନୀୟ ରାଜସ୍ବ କାର୍ଯ୍ୟାଳୟ ମୃତ ଘୋଷଣା କରିଥିଲେ। ସେ ଜୋନାଲ ଅଫିସଠାରୁ ସବ୍‌ଡିଭିଜନାଲ ଅଫିସ ପର୍ଯ୍ୟନ୍ତ ଜୀବିତ ଥିବା ପ୍ରମାଣ କରିବାରେ ବ୍ୟସ୍ତ ଅଛନ୍ତି। ତାଙ୍କ ଭାଇଙ୍କଠାରୁ ଲାଞ୍ଚ ନେଇ ରାଜସ୍ବ କାର୍ଯ୍ୟାଳୟର ଜଣେ କର୍ମଚାରୀ ଏହି କାର୍ଯ୍ୟ କରିଥିବା ଅରବିନ୍ଦ ପ୍ରସାଦ ଅଭିଯୋଗ କରିଛନ୍ତି। ଅରବିନ୍ଦ କହିଛନ୍ତି, ଗତ ତିନିମାସ ହେଲା ମୁଁ ମୋର ଜୀବନ୍ତ ପ୍ରମାଣ ପାଇଁ ସର୍କଲ ଏବଂ ସବ୍‌ଡିଭିଜନାଲ ଅଫିସରେ ବୁଲୁଛି, କିନ୍ତୁ କୌଣସି ଶୁଣାଣି ହୋଇନାହିଁ। ଏଥିସହିତ ଏହି ମାମଲାରେ ସର୍କଲ ଅଧିକାରୀ ଅଭିଷେକ ଆନନ୍ଦ କହିଛନ୍ତି, ସମଗ୍ର ଘଟଣାର ତଦନ୍ତ ପରେ ଖୁବ୍‌ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସ୍ଥାନୀୟ ରାଜସ୍ବ କର୍ମଚାରୀଙ୍କ ଦ୍ୱାରା ତାଙ୍କୁ ମୃତ ଘୋଷଣା କରାଯାଇ ଜମିରୁ ବେଦଖଲ କରି ଦିଆଯାଇଥିଲା ଏବଂ ଜୋନାଲ ଅଫିସରେ ଅରବିନ୍ଦଙ୍କ ଆବେଦନକୁ କିପରି ଅଣଦେଖା କରାଯାଇଥିଲା, ତାହା ଏବେକାର କାର୍ଯ୍ୟପାଳିକା ଉପରେ ପ୍ରଶ୍ନ ଉଠାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ବିନା ମାଟି ଅର୍ଥାତ୍‌ କେବଳ ପାଣି (ହାଇଡ୍ରୋପୋନିକ୍ସ ପଦ୍ଧତି)ରେ ଚାଷକରି ପ୍ରଥମ ପର୍ଯ୍ୟାୟରେ ୫ ଟନ୍‌ ଷ୍ଟ୍ରବେରି ଉତ୍ପାଦନ କରିବାକୁ ସକ୍ଷମ ହୋଇଛନ୍ତି।…

ବିଶ୍ୱାସ ଅଛି, ଭରସା ନାହିଁ

ଆଗକୁ ଅନ୍ଧାରପକ୍ଷ ଆସୁଛି। କୁଞ୍ଜବଦଳିଆ, ଦାଆଗେଣ୍ଡାଳିଆ, ସାରସ, ପାତିହଂସ, ଜଡ଼ାହଂସ ସମସ୍ତଙ୍କ ମଧ୍ୟରେ ଭାଳେଣି, ମାଫିଆଙ୍କ ହାତରୁ ଏଥର ନିସ୍ତାର ନାହିଁ। କାକଟପୁର, ଅସ୍ତରଙ୍ଗ, ଦେବୀନଦୀ ମୁହାଣ,…

ଆତଙ୍କବାଦର ପୃଷ୍ଠପୋଷକ କିଏ

ୟୁରୋପୀୟ ପାର୍ଲାମେଣ୍ଟରେ ରୁଷିଆକୁ ‘ଆତଙ୍କବାଦ ପୃଷ୍ଠପୋଷକ ରାଷ୍ଟ୍ର’ ବୋଲି ଘୋଷଣା କରିଥିଲା ବେଳେ ଆମେରିକା ପାକିସ୍ତାନକୁ ସହଯୋଗର ହାତ ବଢ଼ାଇ ନିଜର ମିତ୍ର ରାଷ୍ଟ୍ରର ପରିଚୟ ଦେଇଥିଲା।…

ଆତ୍ମସମର୍ପଣ

ସାର୍ବଭୌମତ୍ୱ ଉଲ୍ଲଂଘନକୁ ଏକ ଦେଶର ଆଞ୍ଚଳିକ ଅଖଣ୍ଡତାର ଉଲ୍ଲଂଘନ କିମ୍ବା ସରକାରୀ କାର୍ଯ୍ୟରେ ହସ୍ତକ୍ଷେପ ବୋଲି କୁହାଯାଏ। ଜଣେ ଆତ୍ମସମର୍ପଣ କରେ ଯେତେବେଳେ ସେ ବିନା ପ୍ରତିରୋଧରେ…

ଶେଷାନ ଓ ଗାଈଆଳ ପିଲା

ଆଲେଖ୍ୟଟିକୁ ଆରମ୍ଭ କରିବା ସ୍ବର୍ଗତଃ ଶେଷାନଙ୍କ ଅଙ୍ଗେଲିଭା ଏକ ଘଟଣାରୁ। ତିରୁନେଲାଇ ନାରାୟଣ ଆୟାର ଶେଷାନ ହେଉଛନ୍ତି ସେହି ଭାରତୀୟ ପ୍ରଶାସନିକ ଅଧିକାରୀ, ଯିଏକି ମୁଖ୍ୟ ନିର୍ବାଚନ…

କର୍ପୋରେଟ୍‌ଙ୍କ ସ୍ବାର୍ଥରେ

ଦେଶର ଦୁର୍ବଳ ହେଉଥିବା ଅର୍ଥନୀତି ଓ ବିଶେଷକରି ଆମେରିକା ପରି ପାଶ୍ଚାତ୍ୟ ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କ ଭାରି ଚାପ ମଧ୍ୟରେ କେନ୍ଦ୍ର ସରକାର ବଜେଟ ଆଗତ କରିଛନ୍ତି। ୨୦୨୪…

କଡ଼ା ନିୟମ

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସଦ୍ୟ ନିର୍ଦ୍ଦେଶନାମା ଜାରି କରିଛି ଯେ, ୨୦୧୧ ଓ ତା’ପର ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀଙ୍କୁ କେନ୍ଦ୍ରରେ ଇନ୍ସପେକ୍ଟର ଜେନେରାଲ ପଦବୀ ପାଇଁ ତାଲିକାଭୁକ୍ତ ହେବା…

ବହି କଥା

ଦିନ ଥିଲା ବହି ସହିତ ଅନ୍ତରଙ୍ଗ ହେବାପାଇଁ ନିଭୃତ କକ୍ଷଟିଏ ଲୋଡ଼ା ହେଉଥିଲା। ଯାହାର ନାଁ ଥିଲା ପଢ଼ା ଘର। ସେଇ ପଢ଼ାଘର ସବୁ ଆଜି ବି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri