ଏଇ ଭାରତରେ

ପରୀକ୍ଷା ସମୟ ଆସିଲେ ଅଭିଭାବକମାନେ ସେମାନଙ୍କ ପିଲାଙ୍କ ପ୍ରତି ଅତ୍ୟଧିକ ଯନତ୍ଶୀଳ ହୋଇଯାଆନ୍ତି। କହିବାକୁ ଗଲେ ପରୀକ୍ଷା ଚିନ୍ତା ପିଲାଙ୍କୁ ଯେତିକି ନୁହେଁ, ଅଭିଭାବକଙ୍କୁ ତାହାଠାରୁ ବେଶି ଘାରୁଛି। କେବଳ ପାଠପଢା ନୁହେଁ, ପିଲାମାନେ କେମିତି ଠିକ୍‌ ସମୟରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ ତାହା ପାଇଁ ଉପଯୁକ୍ତ ବ୍ୟବସ୍ଥା କରୁଛନ୍ତି। କିନ୍ତୁ ଏହାର ଏକ ବ୍ୟତିକ୍ରମ ଅର୍ଥାତ୍‌ ଜଣେ ଅଭିଭାବକଙ୍କ ଦାୟିତ୍ୱହୀନତା ସାମ୍‌ନାକୁ ଆସିିଛି ଗୁଜରାଟରେ। ଗୁଜରାଟରେ ମାର୍ଚ୍ଚ ୧୭ରେ ଆରମ୍ଭ ହୋଇଥିବା ବୋର୍ଡ ପରୀକ୍ଷାରେ ଜଣେ ଅଭିଭାବକ ତାଙ୍କ ଝିଅକୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇବାର ଥିଲା। ହେଲେ ସେ ଭୁଲ୍‌ରେ ଝିଅକୁ ଆଉ ଏକ ପରୀକ୍ଷା କେନ୍ଦ୍ରରେ ଛାଡ଼ି ଚାଲି ଆସିଥିଲେ। ଝିଅ ସେଠାରେ ନିଜ ରୋଲ ନମ୍ବର ଖୋଜିବା ପରେ ତାହା ନ ମିଳିବାରୁ ସେହି କେନ୍ଦ୍ରଟି ତାଙ୍କର ନୁହେଁ ବୋଲି ଜାଣିିପାରିଥିଲେ। ପରେ ସେ ଅତି ବିବ୍ରତ ହୋଇପଡ଼ିଥିଲେ। ଏହା ଲକ୍ଷ୍ୟ କରି ଜଣେ ପୋଲିସ ଅଧିକାରୀ ତାଙ୍କଠାରୁ ସବୁକଥା ଜାଣିବା ପରେ ତାଙ୍କ ଗାଡ଼ିରେ ସେହି କେନ୍ଦ୍ରଠାରୁ ୨୦ କି.ମି. ଦୂରରେ ଥିବା କେନ୍ଦ୍ରରେ ନିର୍ଦ୍ଧାରିତ ସମୟ ପୂର୍ବରୁ ପହଞ୍ଚାଇ ଦେଇଥିଲେ।