ଏଇ ଭାରତରେ

ଅଭାବୀ ଲୋକମାନଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ଅତୁଲ ଆଜମେରା। ରହୁଛନ୍ତି ମହାରାଷ୍ଟ୍ରର ଉସ୍‌ମାନବାଦରେ, ସରକାରୀ ହସ୍ପିଟାଲ ନିକଟରେ।
ପେସାରେ ବ୍ୟବସାୟୀ। କିନ୍ତୁ ପ୍ରତିଦିନ ହସ୍ପିଟାଲ ରୋଗୀଙ୍କ ସମ୍ପର୍କୀୟଙ୍କୁ ମାଗଣାରେ ଖାଦ୍ୟ ଦେଉଛନ୍ତି। ମରୁଡିପ୍ରବଣ ମରାଠାଓ୍ବାଡାର ଗରିବମାନେ ବେଶି ଏହି ହସ୍ପିଟାଲକୁ ଆସନ୍ତି ା ଅତୁଲ ପ୍ରତିଦିନ ୩୦୦ ଲୋକଙ୍କୁ ଖାଇବାକୁ ଦେଉଛନ୍ତି। ତାଙ୍କର ଏହି ଅଭିଯାନର ନାମ ହେଉଛି ‘ଅନ୍ନପୂର୍ଣ୍ଣା’। ୩୦ ଜଣ ବ୍ୟକ୍ତି ମାସିକ ୧୦୦୦ ଟଙ୍କା ଅନୁଦାନ ଦେଇ ଏହାକୁ ଚଳାଇଛନ୍ତି। ଅନ୍ୟମାନେ ବି ଏଥିପାଇଁ ସାହାଯ୍ୟ ଯୋଗାଇ ଦେଉଛନ୍ତି।
ଜନ୍ମଦିନ, ବିବାହ କିମ୍ବା ଶ୍ରାଦ୍ଧ ଦିବସରେ ଲୋକମାନେ ସ୍ବତନ୍ତ୍ର ଭାବେ ‘ଅନ୍ନପୂର୍ଣ୍ଣା’ରେ ଖାଦ୍ୟ ବ୍ୟବସ୍ଥା କରନ୍ତି। ଯେଉଁମାନେ ଅନୁଦାନ ଦେଉଛନ୍ତି, ସେମାନଙ୍କ ନାମ ଖାଇବା ସ୍ଥାନରେ ଘୋଷଣା କରାଯାଉଛି। ଅନ୍ନପୂର୍ଣ୍ଣାର ଫେସବୁକ ପେଜରେ ବି ସେମାନଙ୍କ ନାମ ଦର୍ଶାଯାଉଛି। ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଅନ୍ନପୂର୍ଣ୍ଣାକୁ ସହାୟତା କରୁଛି। ଯିଏ ଯେଉଁଦିନ ଖାଦ୍ୟର ଆୟୋଜନ କରୁଛନ୍ତି, ସେମାନେ ଦାନ କରିଥିବା ଆର୍ଥିକ ପରିମାଣ ମଧ୍ୟ ଘୋଷଣା କରାଯାଉଛି। ଅତୁଲ ଓ ତାଙ୍କର ୪ ସାଙ୍ଗ ଏହାକୁ ଆରମ୍ଭ କରିଥିଲେ।
ଆରମ୍ଭରୁ ଏମାନେ ବହୁ କଷ୍ଟସ୍ବୀକାର କରିଛନ୍ତି ଓ ଅନ୍ୟମାନେ ସେମାନଙ୍କ ସହ ସାମିଲ ହେବା ଯୋଗୁ ସହଜ ହୋଇପାରିଛି ବୋଲି କହନ୍ତି ଅତୁଲ। ଅନ୍ନପୂର୍ଣ୍ଣା ଆରମ୍ଭରୁ ଯେଭଳି ଖାଇବାକୁ ଦେଉଥିଲା ଏବେବି ସମାନ ପ୍ରକାର ଖାଦ୍ୟ ଦେଉଛି। ଖାଦ୍ୟର ପରିମାଣ ଓ ମାନ ସେମିତି ରଖାଯାଇଛି। ପ୍ରତିଦିନ ବିଭିନ୍ନ ଅନୁଷ୍ଠାନର ସ୍ବେଚ୍ଛାସେବୀ ଖାଦ୍ୟ ପରିବେଷଣ ଆରମ୍ଭ କରି ପାଣି ଯୋଗାଇବା ଆଦି କାର୍ଯ୍ୟରେ ସହଯୋଗ କରୁଛନ୍ତି ଅତୁଲଙ୍କୁ। ମେଡିଲକାଲଠାରୁ ମାତ୍ର ୧୦୦ ମିଟର ଦୂରରେ ସେ ‘ଅନ୍ନପୂର୍ଣ୍ଣା’ର ବ୍ୟବସ୍ଥା କରିଛନ୍ତି। ଏଣୁ ଲୋକମାନେ ସେଠାରେ ସହଜରେ ପହଞ୍ଚତ୍ ଯାଇପାରନ୍ତି। ଲକଡାଉନ ସମୟରେ ସେମାନେ ଦୈନିକ ୭୦୦ ଲୋକଙ୍କୁ ଟିଫିନ୍‌ ଯୋଗାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri