ଏଇ ଭାରତରେ

ଦେଶର ବିଭିନ୍ନ ଅଞ୍ଚଳରେ ହୋଲି ପାଳନର ନିଆରା ପରମ୍ପରା ରହିଥିବାବେଳେ ଅନେକ ସ୍ଥାନରେ ଏହା ପାଳନ କରା ନ ଯିବାର ମଧ୍ୟ ଅଜବ ପ୍ରଥା ଓ ଅନ୍ଧବିଶ୍ୱାସ ରହିଆସିଛି। ଏଭଳି ଏକ ଗାଁ ହେଉଛି ବିହାରର ମୁଙ୍ଗେର ଜିଲା ଅସରଗଞ୍ଜ ବ୍ଲକ୍‌ର ସତୀସ୍ଥାନ ଗାଁ। ସଜୁଆ ପଞ୍ଚାୟତ ଅନ୍ତର୍ଗତ ଏହି ଗାଁର ନାମକରଣ ବି ସତୀଦାହ ପ୍ରଥାରୁ ହୋଇଛି ଓ ଏହି ପ୍ରଥାକୁ ନେଇ ଗାଁଲୋକେ ହୋଲି ପାଳନ କରିବାକୁ ଡରୁଛନ୍ତି। ଏଥିପାଇଁ ୧୫୫୦ ଜନସଂଖ୍ୟାବଶିଷ୍ଟ ଉକ୍ତ ଗାଁରେ ଲୋକେ ହୋଲି ଆସିବା କ୍ଷଣି ସତର୍କ ହୋଇଯାଆନ୍ତି। ସେମାନେ ରଙ୍ଗ ଖେଳରୁ ଦୂରେଇ ରହନ୍ତି। ଏମିତିକି ଆଖପାଖ ଗାଁର ଲୋକେ ମଧ୍ୟ ସେହି ଗାଁର ଲୋକଙ୍କୁ ରଙ୍ଗ କରିବାକୁ ଆସନ୍ତିି ନାହିଁ। ଏଭଳି ଅନ୍ଧବିଶ୍ୱାସ ପଛରେ ଏକ କାହାଣୀ ଅଛି। ସେହି ଗାଁରେ ପତି ପତ୍ନୀ ଦୁହେଁ ରହୁଥିଲେ। ହୋଲି ଦିନ ପତିଙ୍କ ମୃତ୍ୟୁପରେ ଲୋକେ ଶ୍ମଶାନକୁ ନେଉଥିବା ମୃତଦେହ ବାରମ୍ବାର କୋକେଇରୁ ତଳକୁ ଖସିପଡ଼ୁଥିଲା। ଘରେ ବନ୍ଦ ହୋଇଥିବା ପନତ୍ୀଙ୍କୁ ଖୋଲିଦେବା ପରେ ସେ ଶ୍ମଶାନକୁ ଗଲେ ଓ ସେଠାରେ ତାଙ୍କ ଲାଗି ଚିତା ପ୍ରସ୍ତୁତ କରାଗଲା। ତାଙ୍କ କନିଷ୍ଠ ଆଙ୍ଗୁଳିରୁ ଅଗ୍ନି ବାହାରି ଉଭୟ ଚିତା ଜଳିଗଲା। ଏହି ଘଟଣା ପରେ ସେହି ଗାଁରେ ସେହିଦିନଠାରୁ ଦୁଇଶତାବ୍ଦୀ ହେଲା ଲୋକେ ଆଉ ହୋଲି ପାଳନ କରୁନାହାନ୍ତି।