ଏଇ ଭାରତରେ

ବୟସ ୯୨, କିନ୍ତୁ ଏବେ ବି ଚଳଚଞ୍ଚଳ ମୁମ୍ବାଇର ନବୀନ ଚନ୍ଦ୍ରା। ସେ ତାଙ୍କ ହାଉସିଂ ସୋସାଇଟିରୁ ଜଳ ଓ ଶକ୍ତି ସଙ୍କଟ ଟାଳିବାରେ ସଫଳ ହୋଇଛନ୍ତି। ନୂତନତ୍ୱ ଓ ପରିବେଶ ଉପଯୋଗୀ ପଦ୍ଧତିରେ ସେ ଏହି କାର୍ଯ୍ୟ କରି ୨ ଲକ୍ଷ ଲିଟର ପାଣି ବଞ୍ଚାଇବା ସହ ବିଦ୍ୟୁତ୍‌ ବିଲ୍‌ ଅଧାକୁ କମାଇ ପାରିଛନ୍ତି। ମୁମ୍ବାଇରେ ପ୍ରାୟ ସମସ୍ତ ହାଉସିଂ ସୋସାଇଟି ଜଳ ଓ ବିଦ୍ୟୁତ୍‌ ସଙ୍କଟର ସାମ୍‌ନା କରୁଥିବା ବେଳେ ନବୀନ ତାଙ୍କ ସୋସାଇଟିକୁ ଏଥିରୁ ମୁକ୍ତ କରି ଅନ୍ୟମାନଙ୍କୁ ବାଟ ଦେଖାଇଛନ୍ତି। ନବୀନ ରହୁଥିବା ସିଲାଇନ ହାଉସିଂ ସୋସାଇଟିର ଅଧ୍ୟକ୍ଷ ଅଛନ୍ତି। ସୋସାଇଟିର ଲୋକେ ଓ୍ବାଟର ଟ୍ୟାଙ୍କର କିଣିବା ଦେଖିବା ପରେ ଏହାର ସମାଧାନ କରିବା ଲାଗି ସେ ନିଷ୍ପତ୍ତି ନେଇଥିଲେ। ପରେ ବର୍ଷାଜଳ ସଂରକ୍ଷଣ କରିବା ପାଇଁ ସେ ଲୋକମାନଙ୍କୁ ପ୍ରେରିତ କରିବା ସହ ସୋଲାର ପ୍ୟାନେଲ ଲଗାଇବା ବ୍ୟବସ୍ଥା କରିଥିଲେ। ଏହି କାର୍ଯ୍ୟ ସେ ୨୦୧୨ରେ ଆରମ୍ଭ କରିଥିଲେ। କେବଳ ଏତିକି ନୁହେଁ, ବର୍ଜ୍ୟରୁ ଖତ ପ୍ରସ୍ତୁତ କରିବାରେ ବି ନବୀନ ପ୍ରମୁଖ ଭୂମିକା ନେଉଛନ୍ତି। ତାଙ୍କ ସୋସାଇଟିର ଅନ୍ୟ ସଦସ୍ୟମାନଙ୍କ ସହ ବୃକ୍ଷରୋପଣ ବି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

ଏକତରଫା ମୂଲଚାଲ

ଦୁଇଦଶନ୍ଧିରୁ ଅଧିକ ସମୟ ଧରି ଭାରତକୁ ଏକ ନିରପେକ୍ଷ ଭାଗୀଦାରି ଭାବେ ଆମେରିକା ବିବେଚନା କରିଆସିଛି। ଭାରତର ବିକାଶଶୀଳ ଶକ୍ତି, ଦକ୍ଷତାସମ୍ପନ୍ନ ମିଲିଟାରି ଏବଂ ଗଣତାନ୍ତ୍ରିକ ପରିଚୟ…

ଚଉପାଢ଼ିର ନୀରବତା

ଧୁନିକତା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସୁବର୍ଣ୍ଣ ଯୁଗ ଭାବରେ ଅଭିହିତ ଏକବିଂଶ ଶତାବ୍ଦୀରେ ମୋବାଇଲ, ଇଣ୍ଟରନେଟ, ସାମାଜିକ ଗଣମାଧ୍ୟମ, କୃତ୍ରିମ ବୁଦ୍ଧିମତ୍ତା ଆଦି ମାଧ୍ୟମରେ ସମଗ୍ର ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri