ଏଇ ଭାରତରେ

ବନ୍ଧୁତାର କୌଣସି ଧର୍ମ ନାହିଁ। କିନ୍ତୁ ବନ୍ଧୁତାର କିଛି କାହାଣୀ ଉଦାହରଣ ପାଲଟିଯାଏ। ଯେତେବେଳେ ଧର୍ମ ନାମରେ ଘୃଣା ବିସ୍ତାର କରିବାର ପ୍ରୟାସ ଦେଖାଯାଇଥାଏ ସେତେବେଳେ ଏଭଳି ଉଦାହରଣଗୁଡ଼ିକ ସମାଜର ଠିକାଦାରଙ୍କୁ ଉପଯୁକ୍ତ ଉତ୍ତର ଦେବାକୁ ସକ୍ଷମ ହୋଇଥାଏ। ସାଧାରଣତଃ ସାମାଜିକ ବିରୋଧୀ ତତ୍ତ୍ୱମାନଙ୍କ ଦ୍ୱାରା ସମାଜରେ ଘୃଣା ବିସ୍ତାର ପାଇଁ ପ୍ରୟାସ କରାଯାଏ। କିନ୍ତୁ ଅନନ୍ୟ ବନ୍ଧୁତା ଏବଂ ଭଲ ପାଇବା ନୂଆ ଧାରା ସୃଷ୍ଟି କରିବାରେ ଆଗୁଆ ରହିଥାଏ, ଯାହା ଦେଖାଯାଇଛି ଗୟାରେ। ସେଠାରେ ଏକ ହିନ୍ଦୁ-ମୁସଲମାନ ବନ୍ଧୁତା ଧର୍ମ ନାମରେ ପରିବେଶକୁ ନଷ୍ଟ କରୁଥିବା ଲୋକଙ୍କୁ ସୌହାର୍ଦ୍ଦ୍ୟପୂର୍ଣ୍ଣ ସ୍ଥିତି ସମ୍ପର୍କରେ ସଚେତନ କରିଛି। ଗୟା ମ୍ୟୁନିସିପାଲିଟି କର୍ପୋରେଶନ ଅଞ୍ଚଳର ୱାର୍ଡ ନମ୍ବର ୨୬ରୁ ଅବର ଅହମ୍ମଦ ଗତ ୨୦୦୨ରୁ ୱାର୍ଡ କାଉନ୍‌ସିଲର ଭାବରେ କାର୍ଯ୍ୟ କରୁଛନ୍ତି। ଏବେ ନିର୍ବାଚନରେ ନିଗମର ପୂର୍ବତନ ଡେପୁଟି ମେୟର ମୋହନ ଶ୍ରୀବାସ୍ତବ ୱାର୍ଡ ନମ୍ବର ୧୧ରୁ ନିଜ ଭାଗ୍ୟ ଚେଷ୍ଟା କରୁଥିଲେ, କିନ୍ତୁ ଜନସାଧାରଣ ତାଙ୍କୁ ଚୟନ କରି ନ ଥିଲେ। ଫଳରେ ସେ ନିର୍ବାଚନରେ ହାରି ଯାଇଥିଲେ। ଅନ୍ୟପକ୍ଷରେ ଡେପୁଟି ମେୟର ମୋହନ ଶ୍ରୀବାସ୍ତବଙ୍କର ଅନ୍ତରଙ୍ଗ ବନ୍ଧୁଥିବା ଅବର ଅହମ୍ମଦ ନିଜ ୱାର୍ଡରୁ ମୋହନ ଶ୍ରୀବାସ୍ତବଙ୍କୁ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ କାଉନସିଲର ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ବନ୍ଧୁ ମୋହନ ଶ୍ରୀବାସ୍ତବଙ୍କୁ ନିଗମକୁ ପଠାଇବା ପାଇଁ ସେ ଏହି ନିଷ୍ପତ୍ତି ନେଇଛନ୍ତି। ଅବର କହିଛନ୍ତି ଶ୍ରୀବାସ୍ତବ ତାଙ୍କଠାରୁ ଭଲ କାମ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri