ପୁଷ୍ଟିଶସ୍ୟର ଜୟଯାତ୍ରା

ଶ୍ରୁତକୀର୍ତ୍ତି ତ୍ରିପାଠୀ

 

ଆମ ରାଜ୍ୟ ତଥା ଭାରତରେ ବହୁ ପୂର୍ବରୁ ବହୁଳ ମାତ୍ରାରେ ପୁଷ୍ଟିଶସ୍ୟର ଉତ୍ପାଦନ କରାଯାଉଥିଲା। ଏପରିକି ଚାଷୀମାନଙ୍କୁ ପୂର୍ଣ୍ଣ ସ୍ବାଧୀନତା ଦିଆଯାଇଥିଲା ନିଜ ଇଚ୍ଛାକୃତ ଶସ୍ୟ ଉତ୍ପାଦନ କରିବା ପାଇଁ। ମାତ୍ର କ୍ରମେ ସରକାରୀ ପ୍ରତିବନ୍ଧକ ଯୋଗୁ ଚାଷୀମାନେ କେବଳ ଲାଭଦାୟକ ଏବଂ ସରକାରୀ ସାହାଯ୍ୟ ମିଳୁଥିବା ଶସ୍ୟ ଉତ୍ପାଦନ କରିବା ପାଇଁ ଏକପ୍ରକାର ବାଧ୍ୟ ହେଲେ। କିଛି ନିର୍ଦ୍ଦିଷ୍ଟ ଶସ୍ୟ ଯେପରିକି ଧାନ, ଗହମ, ତୈଳବୀଜ ଆଦିର ଉତ୍ପାଦନ ପାଇଁ ଉନ୍ନତ ଚାଷ ପ୍ରଣାଳୀ, ଜଳସେଚନର ସୁବିଧା, ଉତ୍କୃଷ୍ଟ ବିହନ ଓ ସାର, ରୋଗପୋକ ନିୟନ୍ତ୍ରଣ ପାଇଁ ଔଷଧ ଯୋଗାଇବା ଦ୍ୱାରା ଅନ୍ୟ ଶସ୍ୟ ଉତ୍ପାଦନ କରୁଥିବା ଚାଷୀ ସେଗୁଡ଼ିକୁ ବାଦ୍‌ ଦେଇ କେବଳ ସରକାରୀ ଅର୍ଥ ସାହାଯ୍ୟ ମିଳୁଥିବା ଶସ୍ୟ ଅମଳ ଦିଗରେ ଆଗ୍ରହ ପ୍ରକାଶ କଲେ। ପରିଣାମ, ୧୯୭୬ ପରଠାରୁ ମାଣ୍ଡିଆ, ଯଅ, ସୁଆଁ, ବାଜରା ଭଳି ପୁଷ୍ଟିଶସ୍ୟର ସ୍ଥାନ ନେଲେ ଧାନ ଓ ଗହମ। ସୂଚନା ରହିଛି- ମାଣ୍ଡିଆ, ବାଜରା ଆଦି ଶସ୍ୟ ଯଦିଓ ପ୍ରତିଦିନ ଖାଦ୍ୟ ଭିତରେ ଅନ୍ତର୍ଭୁକ୍ତ ଥିଲା, ଏହାର ବ୍ୟବସାୟ ଭାରତ ଭିତରେ ସେତିକି ମାତ୍ରାରେ ପ୍ରସାରିତ ହୋଇ ନ ଥିଲା। ଫଳରେ ଧୀରେ ଧୀରେ ଏହାର ଗ୍ରାହକ ଏବଂ ଚାଷୀସଂଖ୍ୟା କମିବାରେ ଲାଗିଲା।
ମାତ୍ର ଏବେ ମାଣ୍ଡିଆକୁ ନିତିଦିନ ଖାଦ୍ୟରେ ସାମିଲ କରିବା ପାଇଁ ସରକାର ଚଳଚଞ୍ଚଳ ହୋଇ ଉଠିଛନ୍ତି। ଅବଶ୍ୟ ଏହା ପଛରେ ବି ଗୂଢ଼ ରହସ୍ୟ ରହିଛି। ମାଣ୍ଡିଆ ଆଦି ପୁଷ୍ଟିଶସ୍ୟକୁ ବାଦ୍‌ ଦେଇ ଧାନର ବ୍ୟବହାର ଦ୍ୱାରା ଚାଷୀ ଲାଭପାଇଲା ସତ, ମାତ୍ର କ୍ରମେ ଏହାର ପ୍ରଭାବରେ ଦେଶରେ ଏକ ବଡ଼ଭାଗ ମହିଳା ଓ ଶିଶୁମାନେ ପୁଷ୍ଟିହୀନତା, ଆୟୋଡିନ୍‌, ଭିଟାମିନ୍‌-ଏ, ଲୌହଜନିତ ଅଭାବ ଭୋଗିବା ଆରମ୍ଭ କରିବା ଦେଖାଗଲା। ଗୋଟିଏ ପୁରୁଣା ଲୋକକଥା ବି ଏହାକୁ ନେଇ ଶୁଣାଯାଇଛି ଯେ, ‘ଖାଦ୍ୟ ଅଭାବରେ ମରିବାକୁ ଯାଉଥିବା ଜଣେ ବ୍ୟକ୍ତିର ଜୀବନ ବଞ୍ଚେଇବା ପାଇଁ ଗୋଟିଏ ଡେମ୍ଫ ପୁଷ୍ଟିଶସ୍ୟ ଯଥେଷ୍ଟ।’
ମାଣ୍ଡିଆ ଉତ୍ପାଦନ ହ୍ରାସର ଆଉ ଗୋଟିଏ ବଡ଼ କାରଣ ହେଲା, ଏହାର କମୁଥିବା ଚାହିଦା। ଯଦି ଲୋକ ଖାଇବେ ନାହିଁ, କିଣିବେ କାହିଁକି? ଯଦି ଲୋକ କିଣିବେ ନାହିଁ, ତେବେ ଚାଷୀ ମାଣ୍ଡିଆ ଚାଷ କରିବ କାହା ପାଇଁ? ଆଉ ଲୋକ ଖାଇବା ପାଇଁ ମାଣ୍ଡିଆ ସବୁଠି ସହଜ ଓ ସୁଲଭ ମୂଲ୍ୟରେ ମିଳିବା କଥାକୁ ମଧ୍ୟ ଏଡ଼ାଇ ଦିଆଯାଇ ନ ପାରେ! ଯେମିତିକି ଧାନ ଉଭୟ ବଜାରରେ ଏବଂ ସରକାରୀ ସୂତ୍ରରୁ ସହଜଲବ୍ଧ ଏବଂ ରିହାତି ମୂଲ୍ୟରେ ବିକ୍ରି ହେଉଥିବାରୁ ଗ୍ରାହକମାନଙ୍କ ଦ୍ୱାରା ବେଶୀ ଗ୍ରହଣୀୟ ହୋଇପାରିଲା। ମାତ୍ର ସେଇ ଅନୁପାତରେ ମାଣ୍ଡିଆର ବିକ୍ରି ହେଲା ନାହିଁ, ତେଣୁ ଏହାର ଚାହିଦା କମିବା ସ୍ବାଭାବିକ।
ତେବେ ପ୍ରସଙ୍ଗ ହେଉଛି,ଏବେ ଏତେ ବର୍ଷ ପରେ ପୁଣି କାହିଁକି ପୁଷ୍ଟିଶସ୍ୟ ପାଇଁ ଶ୍ରଦ୍ଧା ଓ ପ୍ରେମ। ଏହା ଯେ ଶରୀର ପାଇଁ ହିତକାରୀ ଆମ ପରିବେଶବିତ୍‌, ସ୍ବାସ୍ଥ୍ୟବିତ୍‌, ବିଶେଷଜ୍ଞ ଓ ବୁଦ୍ଧିଜୀବୀମାନେ ସେବେ ବି ଜାଣିଥିଲେ ଆଉ ଆଜି ମଧ୍ୟ ସେ କଥାଟି ଖାଣ୍ଟି ସତ। ଆମେ ଏବେ ଗତି କରୁଥିବା ଜଳବାୟୁ ସଙ୍କଟ ଦ୍ୱାରା ଧାନଚାଷ ବିଶେଷ ଭାବରେ ପ୍ରଭାବିତ ହୋଇଛି। ଧାନଚାଷୀ ପରିବର୍ତ୍ତିତ ଜଳବାୟୁ ଦ୍ୱାରା ପ୍ରଭାବିତ ହୋଇ କ୍ଷତି ସହିବାରୁ ପୁଣିଥରେ ମାଣ୍ଡିଆ ଚାଷ ଆଡ଼କୁ ମନ ବଳାଇଛି। ଖାଦ୍ୟ ସମସ୍ୟା ସମାଧାନର ବିକଳ୍ପ ବ୍ୟବସ୍ଥା ରୂପେ ପୁଷ୍ଟିଶସ୍ୟ ହିଁ ଏକମାତ୍ର ସାହା ଭରସା ବୋଲି ଧରିନିଆଗଲାଣି।
ଅପରପକ୍ଷେ, ମାଣ୍ଡିଆ ଆଦି ଶସ୍ୟଗୁଡ଼ିକର ଚାଷ ପାଇଁ ଖୁବ୍‌ କମ୍‌ ଜଳ ଆବଶ୍ୟକ ଥିବା ବେଳେ ଅନୁର୍ବର ମାଟିରେ ୬o-୯o ଦିନ ଭିତରେ ଏହା ଅମଳ କରାଯାଇଥାଏ। ମାଣ୍ଡିଆ ଚାଷ ସମୟରେ ରୋଗ ଓ ପୋକ ଆକ୍ରମଣର ଆଶଙ୍କା କମ୍‌ ଥିବା ବେଳେ ଥରେ ଅମଳ ହେଲାପରେ ବହୁବର୍ଷ ପାଇଁ ଗଚ୍ଛିତ କରି ରଖାଯାଇପାରେ। ସାମ୍ପ୍ରତିକ ପରିସ୍ଥିତିରେ ଜଳବାୟୁ ପରିବର୍ତ୍ତନ ଭଳି ସମସ୍ୟା ସହ ଲଢ଼ିବା ପାଇଁ ଏହାକୁ ଏକ ଅସ୍ତ୍ର ରୂପେ ବ୍ୟବହାର କରାଗଲାଣି, ଯାହାର ପ୍ରମୁଖ ବିନ୍ଧାଣି ସାଜିଛନ୍ତି ମହିଳା ଚାଷୀମାନେ। ମହିଳାମାନଙ୍କୁ ଏହାର ଦାୟିତ୍ୱ ନେବାର ଆହ୍ବାନ କରାଯାଇ ନାରୀ ସଶକ୍ତୀକରଣର ଆଉ ଏକ ନୂଆ ଫର୍ଦ୍ଦ ଯୋଡ଼ାଯିବାର ପ୍ରୟାସ କରାଯାଇଛି।
ମାଣ୍ଡିଆ ଚାଷ ଯେ କେବଳ ଆର୍ଥିକ ସହାୟତା ଯୋଗାଇଛି ତା’ ନୁହେଁ, ଏହା ଆମର ପରମ୍ପରା ଓ ସଂସ୍କୃତିର ନୂତନ ପରିଚାୟକ ସାଜିବାରେ ସକ୍ଷମ ହୋଇଛି। ସୁସ୍ଥ ଜୀବନ ବଞ୍ଚତ୍ବା ଏବଂ ଉନ୍ନତ ଭବିଷ୍ୟତ ଦେଖିବାର ସ୍ବପ୍ନ, କିଛିବର୍ଷ ତଳେ ପାସୋରା ଯାଇଥିବା ମାଣ୍ଡିଆ ଯୋଗୁ ହିଁ ସମ୍ଭବ ହୋଇପାରିଛି। ଆମ ଭିତରେ ବି ଅନେକ ‘ମାଣ୍ଡିଆ’ ଶବ୍ଦର ବ୍ୟବହାର କିଛି ନିକୃଷ୍ଟ ଦ୍ରବ୍ୟ ବା ବ୍ୟକ୍ତି ସହିତ କରନ୍ତି। ଲୋକଙ୍କର ଧାରଣା ଥିଲା ଯେ ମାଣ୍ଡିଆ, ଯଅ, ସୁଆଁ, ବାଜରା ଆଦି ଶସ୍ୟ ଅଭାବୀ ଓ ଗରିବ ଶ୍ରେଣୀର ଲୋକ ଖାଆନ୍ତି। ମାତ୍ର ଏବେ ସମୟ ଆସିଯାଇଛି ସବୁ ପ୍ରକାର ପୁଷ୍ଟିଶସ୍ୟକୁ ସମ୍ମାନର ସହ ପ୍ରତିଦିନ ଆମ ଖାଇବା ଥାଳିରେ ସ୍ଥାନ ଦେବା। ସମୟ ଥାଉ ଥାଉ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ଓ ଖାଦ୍ୟ ଅଭାବ ଭଳି ସମସ୍ୟା ମଧ୍ୟରେ ସନ୍ତୁଳନ ରକ୍ଷା କରିବା ପାଇଁ ‘ମିଲେଟ୍‌ ମିଶନ’ର ଆବଶ୍ୟକତା ଦେଶର ବୁଦ୍ଧିଜୀବୀମାନେ ଅନୁଭବ କରିପାରିଛନ୍ତି।
ମୂଳକଥା ହେଉଛି ମାଣ୍ଡିଆକୁ ନେଇ ବିଭିନ୍ନ ପ୍ରକାର ଖାଦ୍ୟ ପଦାର୍ଥ ତିଆରି ହେବା ପରଠୁ, ଏହା ପ୍ରତି ଲୋକଙ୍କ ଆକର୍ଷଣ ବଢ଼ିଛି। ଖାଲି ଛତୁଆ, ଯାଉରେ ଏହା ସୀମିତ ନ ରହି ଏଥିରୁ ନାନା ରକମର ସ୍ନାକ୍ସ, ଜଳଖିଆ, ପିଠା ତିଆରି ହୋଇପାରୁଛି। ସେହିପରି ବାଜରା, ଯଅ, ସୁଆଁ ଭଳି ଆହୁରି ଅନେକ ପ୍ରକାର ପୁଷ୍ଟିଶସ୍ୟକୁ ବ୍ୟବହାର କରି ସୁସ୍ବାଦୁ ଓ ଶରୀରପକ୍ଷେ ହିତକାରୀ ଖାଦ୍ୟର ପ୍ରସ୍ତୁତି ଲୋକଙ୍କୁ ଆକୃଷ୍ଟ କରୁଛି। ଏମିତିରେ ସୁସ୍ଥ ଜୀବନ ବଞ୍ଚତ୍ବା ପାଇଁ ପୁଷ୍ଟିଶସ୍ୟର ଜୟଯାତ୍ରା ଆଗକୁ ଜାରି ରହିବ ବୋଲି ଆଶା କରାଯାଇପାରେ।
ଭୁବନେଶ୍ୱର, ମୋ: ୬୩୭୦୫୧୬୪୭୮


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

ମଣିଷକୃତ ବିପର୍ଯ୍ୟୟ

ପର୍ଯ୍ୟାୟକ୍ରମେ ଘଟୁନଥିବା ବିପଦକୁ ବିପର୍ଯ୍ୟୟ କୁହାଯାଏ। ଆଗକାଳରେ ଆଗରୁ ତାହା ଜାଣିହେଉନଥିଲା ବୋଲି ପର୍ଯ୍ୟାୟ-ହୀନ ବା ବିପର୍ଯ୍ୟୟ କୁହାଯାଉଛି। ତାହା ଯଦି ଭୌଗୋଳିକ କାରଣରୁ ଘଟିଥାଏ, ତାକୁ…

ଚାକିରିଆ ମାନସିକତା

ମୁଁ ପାଠ ପଢ଼ିବି। ବଡ଼ ମଣିଷ ହେବି। ବଡ଼ ଚାକିରି କରିବି। ବେସରକାରୀ ଚାକିରି ନୁହେଁ, କେବଳ ସରକାରୀ ଚାକିରି। ସମସ୍ତଙ୍କ ମୁହଁରେ ଏଇ ଗୋଟିଏ କଥା।…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri