ଏଇ ଭାରତରେ

ଇଞ୍ଜିନିୟରିଂ ପଢ଼ା ଛାଡ଼ି ପ୍ରବୀଣ ନାୟକ ବର୍ଜ୍ୟ ଦାଉରୁ ଦିଲ୍ଲୀକୁ ସୁରକ୍ଷିତ ରଖିବା ପାଇଁ ଅଭିଯାନ ଚଳାଇଛନ୍ତି। ସେ ୨୦୧୮ରେ ଏଥିପାଇଁ ‘ଗାର୍ବେଜ କ୍ଲିନିକ୍‌’ ପ୍ରତିଷ୍ଠା କରି ଦିଲ୍ଲୀର ବିଭିନ୍ନ ଅଞ୍ଚଳରୁ ବର୍ଜ୍ୟ ସଂଗ୍ରହ ପାଇଁ ଏକ ଆମ୍ବୁଲାନ୍ସ ସିଷ୍ଟମ ଆରମ୍ଭ କରିଥିଲେ। ବିଭିନ୍ନ ଅଞ୍ଚଳରୁ ସଂଗୃହୀତ ବର୍ଜ୍ୟକୁ ଟ୍ରିଟ୍‌ କରୁଛନ୍ତି। କଠିନ ବର୍ଜ୍ୟକୁ ସ୍କ୍ରାପ୍‌ ଡିଲରଙ୍କୁ ଦେଉଥିବାବେଳେ ଓଦା ବର୍ଜ୍ୟରୁ ଖତ ପ୍ରସ୍ତୁତକରି କୃଷକମାନଙ୍କୁ ଯୋଗାଉଛନ୍ତି। ପ୍ରବୀଣ ବର୍ତ୍ତମାନ ସୁଦ୍ଧା ଦିଲ୍ଲୀରେ ୧୮ଟି ଗାର୍ବେଜ କ୍ଲିନିକ୍‌ ପ୍ରତିଷ୍ଠା କରିଛନ୍ତି। ବର୍ଜ୍ୟ ସଂଗ୍ରହ ପାଇଁ ଇ-ରିକ୍ସାଗୁଡ଼ିକୁ ବର୍ଜ୍ୟ ଆମ୍ବୁଲାନ୍ସ ଭାବେ ବ୍ୟବହାର କରାଯାଉଛି। ସେ ପଢୁଥିବା ସମୟରେ ଦିଲ୍ଲୀରେ ପାହାଡ଼ ଭଳି ବର୍ଜ୍ୟ ଗଦା ହେଉଥିବା ଦୃଶ୍ୟ ଦେଖିବାକୁ ପାଇଥିଲେ। ପରେ ଏକ ବର୍ଜ୍ୟଗଦା ଭୁଶୁଡ଼ି ୪ ଜଣଙ୍କ ମୃତ୍ୟୁ ହେବା ପରେ ଏହା ପ୍ରବୀଣଙ୍କୁ ପ୍ରଭାବିତ କରିଥିଲା। ଫଳରେ ସେ ଦିଲ୍ଲୀର ବର୍ଜ୍ୟ ପରିଚାଳନାରେ ପରିବର୍ତ୍ତନ ଆଣିବା ଲାଗି ପଢ଼ା ଛାଡ଼ି ବର୍ଜ୍ୟ ସଂଗ୍ରହ ଆରମ୍ଭ କରିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ପରିବାର ଲୋକେ ତାଙ୍କୁ ବିରୋଧ କରିଥିଲେ ବି ପରେ ତାଙ୍କର ଏହି କାର୍ଯ୍ୟକୁ ସମର୍ଥନ କରିବାକୁ ବାଧ୍ୟ ହୋଇଥିଲେ। ପ୍ରବୀଣଙ୍କ ବିବାହ ପରେ ତାଙ୍କ ସ୍ତ୍ରୀ ସହଯୋଗର ହାତ ବଢ଼ାଇଛନ୍ତି। ଫଳରେ ଏହି ସଂସ୍ଥା ବର୍ଷକୁ ଏବେ ୧.୫ କେଟି ଟଙ୍କାର କାରବାର କରିପାରୁଛି ଓ ପରିବେଶ ସୁଧାରିବାରେ ପ୍ରମୁଖ ଭୂମିକା ନେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri