ଏଇ ଭାରତରେ

ଇ-ବର୍ଜ୍ୟର ପୁନଃ ଉପଯୋଗ କରି ଆକର୍ଷଣୀୟ ହସ୍ତକଳାର ପରିଚୟ ଦେଇଛନ୍ତି ବେଙ୍ଗାଲୁରୁର ବିଶ୍ୱନାଥ ମାୟାବାଡ଼ି ଦାଭାଙ୍ଗେର। ସେ ଅଦରକାରୀ କମ୍ପ୍ୟୁଟର, ଲାପଟପ୍‌, ଫୋନ୍‌ ସହ ପ୍ଲାଷ୍ଟିକ ଓ ଧାତବ ବର୍ଜ୍ୟରୁ ସୁନ୍ଦର ଗହଣା, ମୂର୍ତ୍ତି, ପ୍ରାଣୀଙ୍କ ପ୍ରତିକୃର୍ତ୍ତି, ବିଭିନ୍ନ ପ୍ରକାର ପାତ୍ର ଓ ଅସ୍ତ୍ରଶସ୍ତ୍ର ନିର୍ମାଣ କରୁଛନ୍ତି। ଏପରିକି ରୋବ ମଧ୍ୟ ତିଆରି କରିଛନ୍ତି ବିଶ୍ୱନାଥ। ଏବେ ସୁଦ୍ଧା ସେ ୨୦୦ କେଜି ଇ-ବର୍ଜ୍ୟର ପୁନଃ ଉପଯୋଗ କରିସାରିଲେଣି। ବିଶ୍ୱନାଥଙ୍କ ବୟସ ୬୦। ସେ ଓ୍ବିପ୍ରୋରେ ଜଣେ ଏକ୍‌ଜିକ୍ୟୁଟିଭ ଭାବେ କାର୍ଯ୍ୟ କରି ଅବସର ନେବାପରେ ଏହି କାର୍ଯ୍ୟ କରୁଛନ୍ତି। ସେ ସ୍କ୍ରାପ୍‌ ଡିଲରମାନଙ୍କଠାରୁ ଇ-ବର୍ଜ୍ୟ ସଂଗ୍ରହ କରନ୍ତି। ଏବେ ତାଙ୍କ ହସ୍ତକଳାର ଆଦର ବଢ଼ିଛି ଓ ଏହାକୁ ସେ ଦେଶରେ ଏବଂ ୟୁରୋପ, ଆମେରିକାରେ ବିକ୍ରି କରିପାରୁଛନ୍ତି। ଏଯାବତ୍‌ ୫୦୦ରୁ ଊର୍ଦ୍ଧ୍ୱ ପ୍ରକାର ଜିନିଷ ତିଆରି କରିସାରିଲେଣି। ତାଙ୍କ ଆକର୍ଷଣର କଳାକୃତି ମଧ୍ୟରେ ସବୁଠୁ ଆଦୃତି ଲାଭ କରିଛି ୪୨x୩୮ ଇଞ୍ଚର କାମଧେନୁ। ଏହି କଳାକୃତି ତିଆରି କରିବା ପରେ ତାଙ୍କ କାରିଗରୀ କୌଶଳର ପରିଚୟ ଦେବା ଯେତିକି ଗୁରୁତ୍ୱପୂର୍ଣ୍ଣ ନୁହେଁ, ବର୍ଜ୍ୟ ବ୍ୟବହାର କରି ପରିବେଶକୁ ସୁରକ୍ଷା କରିବା ତାହାଠାରୁ ମହତ୍ୱପୂର୍ଣ୍ଣ ବୋଲି କହନ୍ତି ବିଶ୍ୱନାଥ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri