ଏଇ ଭାରତରେ

ଯୁବକମାନଙ୍କ ପାଇଁ ପୁଣେର ହର୍ଷବର୍ଦ୍ଧନ ପଟବର୍ଦ୍ଧନ ଏକ ଆଦର୍ଶ। ୩୧ ବର୍ଷୀୟ ହର୍ଷବର୍ଦ୍ଧନ ଏମ୍‌ବିଏରେ ଡିଗ୍ରୀ ହାସଲ କରିଛନ୍ତି। ସେ ତ୍ରୟଦଶ କିମ୍ବା ଚତୁର୍ଦ୍ଦଶ ଶତାବ୍ଦୀ ମଧ୍ୟରେ ଆରମ୍ଭ ହୋଇଥିବା କୋହ୍ଲାପୁରୀ ଚପଲର ଲୋକପ୍ରିୟତା ବଢ଼ାଇବାରେ ସଫଳ ହୋଇଛନ୍ତି। ଚପଲ ତିଆରି କରିବାରେ ସେ ୨୦୧୫ରେ ମାତ୍ର ୫,୦୦୦ ଟଙ୍କା ନିବେଶ କରିଥିଲେ, ଯାହା ଏବେ ୯ କୋଟି ଟଙ୍କାରେ ପହଞ୍ଚତ୍ଲାଣି। ସେ ସେଥିରେ ପାରମ୍ପରିକ ପଦ୍ଧତିରେ ନୂଆ ଡିଜାଇନ୍‌ ଦେଉଛନ୍ତି ଓ ଏଥିପାଇଁ ହର୍ଷବର୍ଦ୍ଧନ କାନପୁର, ଆଗ୍ରା, ଚେନ୍ନାଇ ଯାଇ ସେଠାରୁ ଚପଲ ତିଆରି କୌଶଳ ଶିକ୍ଷା କରିଛନ୍ତି। ପ୍ରଥମେ ସେ ଚପଲ ତିଆରି କରି ସାଙ୍ଗମାନଙ୍କୁ ଦେଇଥିଲେ। ସେ ପୁଣେରେ ଏକ ଷ୍ଟଲ୍‌ ଖୋଲି ଦିନକରେ ୧୦୦ ଚପଲ ବିକ୍ରି କରିଥିଲେ। ପରେ ତାଙ୍କ ଚପଲର ଆଦର ବଢ଼ିବାରେ ଲାଗିଲା ଓ ଦିନକୁ ଦିନ ସେ ଅଧିକରୁ ଅଧିକ ଅର୍ଡର ପାଇବାକୁ ଲାଗିଲେ। ଏବେ ସେ ଚପଲ ତିଆରିରେ ୨୫ ଜଣ ଲୋକଙ୍କୁ ନିଯୁକ୍ତ କରିଛନ୍ତି ଓ ମାସକୁ ୧,୫୦୦ ଅର୍ଡର ପାଉଛନ୍ତି। ତାଙ୍କ ଚପଲର ମୂଲ୍ୟ ୨,୦୦୦ରୁ ଆରମ୍ଭ ହୋଇ ୫୦,୦୦୦ ଟଙ୍କା ଯାଏ ରହିଛି। କେବଳ ପୁଣେରେ ଏହି ଚପଲର ୩୫,୦୦୦ରୁ ଊର୍ଦ୍ଧ୍ୱ ଉପଭୋକ୍ତା ସୃଷ୍ଟି କରିଛନ୍ତି। ଏହାବ୍ୟତୀତ ଦେଶର ପ୍ରାୟ ସବୁ ବଡ଼ ସହର ସମେତ ୟୁରୋପ ଓ ଆମେରିକା ଭଳି ୨୭ଟି ଦେଶରେ ତାଙ୍କ ଚପଲର ଚାହିଦା ବଢ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ଭାରତ ମାତାର ଦୁଃଖ

ଏଇ କେଇଦିନ ତଳେ ସଂସଦ ଭବନରେ ପ୍ରଧାନମନ୍ତ୍ରୀ ମୋଦି ‘ବନ୍ଦେ ମାତରଂ’କୁ ନେଇ ଏକ ଦୀର୍ଘକାଳୀନ ବିଚାର ବିଶ୍ଳେଷଣ ରଖିଥିଲେ। ‘ବନ୍ଦେ ମାତରଂ’କୁ ନେଇ ପାର୍ଲାମେଣ୍ଟ...

ସୁଶାସନରେ ସମସ୍ୟା

ଅନେକ ସମୟରେ ଶାସନରେ ସୁଫଳ ପାଇବା କଷ୍ଟକର ହେଲେ ବିଫଳତାକୁ ସ୍ବୀକାରକରିବା ପରିବର୍ତ୍ତେ ରାଜନୈତିକ କୌଶଳ ବା ଦୃଷ୍ଟିକୋଣ ଉପରେ ନିର୍ଭର କରାଯାଇପାରେ, ଯାହା ଏକ...

ଏଇ ଭାରତରେ

ଭାରତୀୟ ବନ ସେବା ଅଧିକାରୀ (ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ...

ଶିକ୍ଷକ ହେବା କି ସହଜ କଥା

କେବଳ ପାଠ ପଢ଼େଇଦେଲେ ବା ବିଦ୍ୟା ସମ୍ବନ୍ଧୀୟ ଜ୍ଞାନ ଦେଇଦେଲେ କେହି ପ୍ରକୃତ ଶିକ୍ଷକ ହୋଇଯାଏ ନାହିଁ। ଏଥି ପାଇଁ ଦରକାର ବିଶାଳ ହୃଦୟ, ଦରଦୀ...

ବିମାନବନ୍ଦର କାହା ସ୍ବାର୍ଥରେ

ଆମ ଉପକୂଳ ଅଞ୍ଚଳ ଏକ ବାତ୍ୟାପ୍ରବଣ ଅଞ୍ଚଳ ଭାବେ ବ୍ରିଟିଶ ଶାସନ ସମୟରୁ ଘୋଷଣା କରାଯାଇଛି। ଏହାର ନିରାକରଣ ନିମନ୍ତେ ୧୯୭୨ ମସିହାରୁ ସରକାରୀ ସ୍ତରରେ...

ବିଶେଷଜ୍ଞ ଲୋଡ଼ା

ଆମେ ପ୍ରାୟତଃ ଅଣଦେଖା କରୁଥିବା କଥାକୁ ଇଣ୍ଡିଗୋ ଘଟଣା ପୁଣି ଥରେ ମନେପକାଇ ଦେଇଛି। ବିଶ୍ୱରେ ଦ୍ରୁତଗତିରେ ବୃଦ୍ଧିପାଉଥିବା ଆଭିଏସନ ମାର୍କେଟ ମଧ୍ୟରେ ଭାରତ ଅନ୍ୟତମ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri