ଏଇ ଭାରତରେ

ପରିସଂସ୍ଥାର ସୁରକ୍ଷା ଦୃଷ୍ଟିକୋଣରୁ ଅନେକ ବ୍ୟକ୍ତି ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି। ହେଲେ ବେଙ୍ଗାଲୁରୁର ଡିଜାଇନ୍‌ କନ୍‌ସଲ୍‌ଣ୍ଟାଣ୍ଟ ଗ୍ରାସି ଏଲିଜାବେଥ୍‌ଙ୍କ ନିଆରା ପଦକ୍ଷେପ ପ୍ରଶଂସନୀୟ। ଗ୍ରାସି ପୁରୁଣା କାଠ ସଂଗ୍ରହ କରି ସେଥିରେ ଇଣ୍ଟେରିୟର୍‌ ଡିଜାଇନ କରୁଛନ୍ତି। ଏହା ସହ ପୁରୁଣା କାଠରୁ ଆକର୍ଷଣୀୟ ତଥା ପରିବେଶ ଉପଯୋଗୀ ଫନିଚର ତିଆରି କରୁଛନ୍ତି। ସେ ବେଙ୍ଗାଲୁରୁରେ ପୁରୁଣା କାଠ ବ୍ୟବହାର କରି ୩୫-୪୦ଟି ଘର ଡିଜାଇନ କରିସାରିଲେଣି। ଘରର କବାଟ, ଝରକା ଏବଂ କିଚେନ କ୍ୟାବିନେଟ, ଚେୟାର, ଟେବୁଲ ଆଦି ତାଙ୍କ ଡିଜାଇନ୍‌ର ଆକର୍ଷଣ ପାଲଟିଛି। ନୂଆ କାଠ ଅପେକ୍ଷା ଏହା ୨୫-୩୦ ପ୍ରତିଶତ ଶସ୍ତା ହେଉଛି। ଗ୍ରାସି ପୁରୁଣା ଶାଳ, ଶାଗୁଆନ, ପଣସ ଆଦି କାଠ ସଂଗ୍ରହ କରି କାମରେ ଲଗାଉଛନ୍ତି। ସେ ଉକ୍ତ ଡିଜାଇନ କାର୍ଯ୍ୟ ଦୁଇ ଦଶନ୍ଧି ହେଲା କରିଆସୁଛନ୍ତି। ପୁରୁଣା କାଠକୁ ପଲିସ କରି ନୂତନ ରୂପ ଦେବାରେ ସେ କାରିଗରମାନଙ୍କୁ ସ୍ବତନ୍ତ୍ର ଭାବେ ପ୍ରଶିକ୍ଷଣ ଦେଉଛନ୍ତି। ପୁରୁଣା କାଠ ବ୍ୟବହାର କରାଗଲେ ଜଙ୍ଗଲ ଧ୍ୱଂସକୁ କିଛି ମାତ୍ରାରେ ରୋକାଯାଇ ପାରିବ ବୋଲି କହନ୍ତି ୫୩ ବର୍ଷୀୟ ଗ୍ରାସି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?