ଏଇ ଭାରତରେ

ଲୋକଙ୍କୁ ସଚେତନ କରିବା ଲାଗି ରାମଭାଇ ଚରଣ ୫୦,୦୦୦ ଚିଠି ଲେଖି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଗୁଜରାଟର ସାବରକନ୍ଥ ଜିଲାର ଏକ ପ୍ରାଥମିକ ବିଦ୍ୟାଳୟରେ ସେ ଶିକ୍ଷକ ଥିଲେ। ଏବେ ଅବସର ନେଇସାରିଛନ୍ତି। ତାଙ୍କୁ ବର୍ତ୍ତମାନ ବୟସ ୬୨। ରାମଭାଇ ୧୦ ବର୍ଷ ବୟସରୁ ଗଛ ଲଗାଉଛନ୍ତି। ଏବେସୁଦ୍ଧା ସେ ୫ ଲକ୍ଷ ବୃକ୍ଷରୋପଣ କରିସାରିଲେଣି। ବନ୍ଧୁ ଓ ସମ୍ପର୍କୀୟ ତଥା ଜିଲାର ଅପରିଚିତ ବ୍ୟକ୍ତିଙ୍କ ଠିକଣା ଯୋଗାଡ଼ କରି ସେମାନଙ୍କ ନିକଟକୁ ସେ ପ୍ରତିଦିନ ଅତି କମ୍‌ରେ ୨୦ଟି ଚିଠି ପୋଷ୍ଟକାର୍ଡରେ ଲେଖୁଛନ୍ତି। ଚିଠି ଶେଷରେ ସେମାନଙ୍କ ମଙ୍ଗଳ କାମନା କରିବା ସହ ଜଳ ସଂରକ୍ଷଣ ଏବଂ ବୃକ୍ଷରୋପଣ କରିବାକୁ ଅନୁରୋଧ କରିଥାନ୍ତି। ୧୯୮୫ରେ ପ୍ରଥମେ ସେ ଏକ ପୋଷ୍ଟକାର୍ଡ କିଣି ତାଙ୍କ ଭଉଣୀଙ୍କ ପାଖକୁ ପଠାଇଥିବା ଚିଠିରେ ଏହି ତିନୋଟି ବାକ୍ୟ ଲେଖିଥିଲେ। ଖବରକାଗଜରେ ପ୍ରକାଶିତ ଜନ୍ମଦିନ କିମ୍ବା ବିବାହ ଉତ୍ସବକୁ ସ୍କାନ କରି ସେମାନଙ୍କ ନିକଟକୁ ଏହି ଉତ୍ସବରେ ଗୋଟିଏ ଗଛ ଲଗାଇବା ଲାଗି ଅନୁରୋଧ କରୁଛନ୍ତି। ଏପରିକି ଶୋକବାର୍ତ୍ତା ପ୍ରକାଶ ପାଇଥିଲେ ବି ତାଙ୍କ ନିକଟକୁ ସମବେଦନା ପ୍ରକାଶ କରି ଚିଠି ଲେଖିବା ସହ ଦିବଂଗତ ଆମତ୍ା ପାଇଁ ଗୋଟିଏ ଗଛ ଲଗାଇବାକୁ ଅନୁରୋଧ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri