ଏଇ ଭାରତରେ

ଭାରତରେ ଏମିତି ଏକ ପରିବାର ଅଛି, ଯାହା ୭ ପିଢ଼ି ଧରି ଅର୍ଥାତ୍‌ ଅଷ୍ଟାଦଶ ଶତାବ୍ଦୀରୁ ଏଯାବତ୍‌ ଶ୍ରେଷ୍ଠ କଳାକାରଙ୍କୁ ସିତାର, ତାନପୁରା ଏବଂ ବୀଣା ଯୋଗାଇ ଆସୁଛି। ମହାରାଷ୍ଟ୍ରର ପୁରାତନ ଐତିହାସିକ ସହର ମିରାଜ୍‌ରେ ବାସ କରନ୍ତି ଏହି ପରିବାର। ଭାରତର ଅଧିକାଂଶ ପ୍ରତିଷ୍ଠିତ ମ୍ୟୁଜିସିଆନ ଏହି ପରିବାରଠାରୁ ବାଦ୍ୟଯନ୍ତ୍ର କ୍ରୟ କରିଥାନ୍ତି। ମରାଠା ସାମ୍ରାଜ୍ୟରେ ଅସ୍ତ୍ରଶସ୍ତ୍ର ନିର୍ମାଣ କରୁଥିଲେ ଶିକାଲଗାର ସମ୍ପ୍ରଦାୟ। ଅସ୍ତ୍ରଶସ୍ତ୍ର ଚାହିଦା କମିବା ପରେ ଏମାନେ ବାଦ୍ୟଯନ୍ତ୍ର ନିର୍ମାଣ ଆରମ୍ଭ କରିଥିଲେ।
ଏବେ ବି ସେମାନେ ହାତରେ ବାଦ୍ୟଯନ୍ତ୍ର ନିର୍ମାଣ କରୁଛନ୍ତି। ଗୋଟିଏ ତାନପୁରା ନିର୍ମାଣ କରିବା ପାଇଁ ୭/୮ ଜଣଙ୍କୁ ମାସେ ଲାଗିଯାଏ। ଉକ୍ତ ସମ୍ପ୍ରଦାୟର ପରିବାରଗୁଡ଼ିକ ପରସ୍ପର ମଧ୍ୟରେ ବୁଝାମଣା ରଖି କାମ କରୁଛନ୍ତି। ଅଧିକାଂଶ ଓ୍ବାର୍କଶପ୍‌ ବର୍ଷକୁ ୧୦୦-୧୨୫ ସିତାର କିମ୍ବା ତାନପୁରା ତିଆରି କରିପାରୁଛନ୍ତି। ତେବେ ବୈଦ୍ୟୁତିକ ବାଦ୍ୟଯନ୍ତ୍ର ବିକାଶ ହେବା ପରେ ଏହି ପରିବାରର ବ୍ୟବସାୟ ପ୍ରଭାବିତ ହୋଇଛି। ଏହି ଶିଳ୍ପରେ ଅନେକ ହଜାର ଲୋକ କାମ କରୁଥିଲେ, କିନ୍ତୁ ଏବେ ଏହା ଅନେକ ଶହରେ ସୀମିତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri