ବନ ସଂରକ୍ଷଣରେ ବ୍ରତୀ ମଣିପୁରର ମୋଇରଙ୍ଗଥେମ ଲୋଇଆଙ୍କ ଜୀବନ ଅତ୍ୟନ୍ତ ପ୍ରେରଣାଦାୟକ। ସେ ଚାକିରି ଛାଡ଼ି ଦୀର୍ଘ ୨୦ ବର୍ଷ ହେଲା ୩୦୦ ଏକର ପାହାଡ଼ି ଜମିରେ ଜଙ୍ଗଲ ସୃଷ୍ଟିକରି ତାହାର ଯତ୍ନ ନେଉଛନ୍ତି। ଜଙ୍ଗଲରେ ସେ ୧୦୦ରୁ ଊର୍ଦ୍ଧ୍ୱ କିସମର ଗଛ ଲଗାଇଛନ୍ତି। ଏବେ ସେଥିରେ ପ୍ରାୟ ୨୫ ପ୍ରଜାତିର ଜୀବ ରହୁଛନ୍ତି। ଲୋଇଆ ରହନ୍ତି ପଶ୍ଚିମ ଇମ୍ଫାଲରେ। ବିଶ୍ୱତାପନ ରୋକିବାରେ ଲୋଇଆଙ୍କ ୨ ଦଶକ ବ୍ୟାପୀ ସଂଘର୍ଷର ସ୍ବାକ୍ଷର ବହନ କରୁଥିବା ଏହି ଜଙ୍ଗଲକୁ ବହୁ ପର୍ଯ୍ୟଟକ ମଧ୍ୟ ଆସିଥାନ୍ତି। ୨୦୦୦ରେ ସେ ଚେନ୍ନାଇରେ ପଢ଼ା ଶେଷକରି ଚାକିରି କରିଥିଲେ ଓ ତାହା ଛାଡ଼ି ଇମ୍ଫାଲ ଫେରିବା ପରେ ସହରର ବାହାର ଭାଗରେ ଥିବା ପାହାଡ଼ରେ ଜଙ୍ଗଲ କଟା ଦୃଶ୍ୟ ତାଙ୍କୁ ବ୍ୟଥିତ କରିଥିଲା। ଫଳରେ ସେ ସେଠାରେ ଏକ କୁଡ଼ିଆ ଘରେ ରହି ଗଛ ଲଗାଇବା ଆରମ୍ଭ କରିଥିଲେ। ଏଥିରେ ତାଙ୍କ ସାଙ୍ଗମାନେ ସାମିଲ ହେବା ପରେ ସେ ‘ଓ୍ବାଇଲ୍ଡ ଲାଇଫ୍ ଆଣ୍ଡ ହାବିଟାଟ ପ୍ରୋଟେକ୍ସନ ସୋସାଇଟି’ଗଠନ କରି ବୃକ୍ଷରୋପଣ କାର୍ଯ୍ୟକୁ ବ୍ୟାପକ କରିଥିଲେ। ଜଙ୍ଗଲ ସୃଷ୍ଟି କରିବା ସହ ଆଖପାଖ ଜଙ୍ଗଲର ସଂରକ୍ଷଣ ଓ ଅବୈଧ ପଶୁ ଶିକାରକୁ ରୋକିବାରେ ବି ସକ୍ଷମ ହୋଇଛନ୍ତି ୪୭ ବର୍ଷୀୟ ଲୋଇଆ।
ଏଇ ଭାରତରେ
ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…
ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା
ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…
ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ
ମୁଁ ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…
ଆଣବିକ ପ୍ରତିରୋଧ ଓ ମହାଶକ୍ତି
ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…
ଏଇ ଭାରତରେ
ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…
ତଳ ଅଫିସର
ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍ରେ ଯାତ୍ରୀଙ୍କ…
ବିଶ୍ୱ ପାଇଁ ଚେତାବନୀ
ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…
ଜୈନଧର୍ମରେ ମହିଳା
ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…
Archives

