ବନ ସଂରକ୍ଷଣରେ ବ୍ରତୀ ମଣିପୁରର ମୋଇରଙ୍ଗଥେମ ଲୋଇଆଙ୍କ ଜୀବନ ଅତ୍ୟନ୍ତ ପ୍ରେରଣାଦାୟକ। ସେ ଚାକିରି ଛାଡ଼ି ଦୀର୍ଘ ୨୦ ବର୍ଷ ହେଲା ୩୦୦ ଏକର ପାହାଡ଼ି ଜମିରେ ଜଙ୍ଗଲ ସୃଷ୍ଟିକରି ତାହାର ଯତ୍ନ ନେଉଛନ୍ତି। ଜଙ୍ଗଲରେ ସେ ୧୦୦ରୁ ଊର୍ଦ୍ଧ୍ୱ କିସମର ଗଛ ଲଗାଇଛନ୍ତି। ଏବେ ସେଥିରେ ପ୍ରାୟ ୨୫ ପ୍ରଜାତିର ଜୀବ ରହୁଛନ୍ତି। ଲୋଇଆ ରହନ୍ତି ପଶ୍ଚିମ ଇମ୍ଫାଲରେ। ବିଶ୍ୱତାପନ ରୋକିବାରେ ଲୋଇଆଙ୍କ ୨ ଦଶକ ବ୍ୟାପୀ ସଂଘର୍ଷର ସ୍ବାକ୍ଷର ବହନ କରୁଥିବା ଏହି ଜଙ୍ଗଲକୁ ବହୁ ପର୍ଯ୍ୟଟକ ମଧ୍ୟ ଆସିଥାନ୍ତି। ୨୦୦୦ରେ ସେ ଚେନ୍ନାଇରେ ପଢ଼ା ଶେଷକରି ଚାକିରି କରିଥିଲେ ଓ ତାହା ଛାଡ଼ି ଇମ୍ଫାଲ ଫେରିବା ପରେ ସହରର ବାହାର ଭାଗରେ ଥିବା ପାହାଡ଼ରେ ଜଙ୍ଗଲ କଟା ଦୃଶ୍ୟ ତାଙ୍କୁ ବ୍ୟଥିତ କରିଥିଲା। ଫଳରେ ସେ ସେଠାରେ ଏକ କୁଡ଼ିଆ ଘରେ ରହି ଗଛ ଲଗାଇବା ଆରମ୍ଭ କରିଥିଲେ। ଏଥିରେ ତାଙ୍କ ସାଙ୍ଗମାନେ ସାମିଲ ହେବା ପରେ ସେ ‘ଓ୍ବାଇଲ୍ଡ ଲାଇଫ୍ ଆଣ୍ଡ ହାବିଟାଟ ପ୍ରୋଟେକ୍ସନ ସୋସାଇଟି’ଗଠନ କରି ବୃକ୍ଷରୋପଣ କାର୍ଯ୍ୟକୁ ବ୍ୟାପକ କରିଥିଲେ। ଜଙ୍ଗଲ ସୃଷ୍ଟି କରିବା ସହ ଆଖପାଖ ଜଙ୍ଗଲର ସଂରକ୍ଷଣ ଓ ଅବୈଧ ପଶୁ ଶିକାରକୁ ରୋକିବାରେ ବି ସକ୍ଷମ ହୋଇଛନ୍ତି ୪୭ ବର୍ଷୀୟ ଲୋଇଆ।
ଏଇ ଭାରତରେ
ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...
ଉତ୍ସବ ଓ ଭାଷଣ
ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...
ପେନ୍ସନ୍ଭୋଗୀଙ୍କ ଆଶଙ୍କା
ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍ସନଭୋଗୀଙ୍କ ପେନ୍ସନ୍ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...
ନୀରବ ଘାତକ
ବାୟୁ ପ୍ରଦୂଷଣ କୋଭିଡ୍ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...
ଏଇ ଭାରତରେ
ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...
ସତରେ ଆମେ କ’ଣ ମଣିଷ
ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...
ଭାରତର ସାଗରକେନ୍ଦ୍ର
ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...
ଓଟ ଉପରେ ବରଫ
ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...
Archives


