ଏଇ ଭାରତରେ

କୋଭିଡ୍‌ ମହାମାରୀରେ ଜୀବନ ସଙ୍କଟରେ ପଡିଯାଇଛି। ବିଶେଷକରି ପିଲାମାନେ ପାଠପଢାରେ ସମସ୍ୟାର ସମ୍ମୁୁଖୀନ ହୋଇଛନ୍ତି। ଅନ୍‌ଲାଇନ୍‌ରେ ପଢୁଥିଲେ ବି କେବେ ସେମାନେ ସ୍କୁଲକୁ ଯିବେ ତାହା କହିହେଉନି। ହେଲେ ଅନ୍‌ଲାଇନ ଶିକ୍ଷାରୁୁ ଗାଁର ଗରିବ ପିଲାମାନେ ବଞ୍ଚିତ ହେଉଛନ୍ତି। ସେମାନଙ୍କ ପାଖରେ ସ୍ମାର୍ଟଫୋନ ନାହିଁ। ଅପରପକ୍ଷରେ ନେଟ୍‌ଓ୍ବର୍କ ବି ବହୁ ସ୍ଥାନରେ ଉପଲବ୍ଧ ହେଉନାହିଁ । ଏଭଳି ପରିସ୍ଥିତିକୁ ଠିକ୍‌ ଭାବେ ଉପଲବ୍ଧି କରିଛନ୍ତି ଜମ୍ମୁକଶ୍ମୀରର ରଶ୍ମି ଶର୍ମା । ଜମ୍ମୁ ନିକଟବର୍ତ୍ତୀ ଫଡି ଗାଁର ଏହି ନବବିବାହିତ ମହିଳା ଜଣକ ଘର ଘର ବୁଲି ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ରଶ୍ମି ଜମ୍ମୁ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ଜମ୍ମୁରେ ସେ ଏକ କୋଚିଂ କ୍ଲାସ୍‌ ଚଳାଉଥିଲେ। ବିବାହ ପରେ କରୋନା ମହାମାରୀ ସଂକ୍ରମଣ ବଢିବା ଯୋଗୁ ସେ ଜମ୍ମୁରୁ ତାଙ୍କ ସ୍ବାମୀଙ୍କ ସହ ଗାଁକୁ ଫେରି ଆସିଥିତ୍ତ୍ଲେ। ଗାଁରେ ଅତ୍ୟନ୍ତ ପଛୁଆ ହୋଇଥିବାରୁ ସେଠାରେ ପିଲାମାନେ ଅନ୍‌ଲାଇନଶିକ୍ଷାରୁ ବଞ୍ଚିତ ହେଉଥିବା ଦେଖି ସେମାନଙ୍କୁ ପଢାଇବା ଆରମ୍ଭ କରିଛନ୍ତି। ଘରଘର ବୁଲି ସବୁ ପିଲାଙ୍କୁ ମାଗଣାରେ ପଢାଉଛନ୍ତି। ଗାଁର ମହିଳାମାନେ ପାଠ ପଢି ନ ଥିବାରୁ ସରକାରଙ୍କ ବିଭିନ୍ନ ଯୋଜାନ ସମ୍ପର୍କରେ ଜାଣିପାରୁନାହାନ୍ତି। ଏଣୁ ରଶ୍ମି ସେମାନଙ୍କୁ ବି ପଢାଉଛନ୍ତି।