ଏଇ ଭାରତରେ

କୋଭିଡ୍‌ ମହାମାରୀରେ ଜୀବନ ସଙ୍କଟରେ ପଡିଯାଇଛି। ବିଶେଷକରି ପିଲାମାନେ ପାଠପଢାରେ ସମସ୍ୟାର ସମ୍ମୁୁଖୀନ ହୋଇଛନ୍ତି। ଅନ୍‌ଲାଇନ୍‌ରେ ପଢୁଥିଲେ ବି କେବେ ସେମାନେ ସ୍କୁଲକୁ ଯିବେ ତାହା କହିହେଉନି। ହେଲେ ଅନ୍‌ଲାଇନ ଶିକ୍ଷାରୁୁ ଗାଁର ଗରିବ ପିଲାମାନେ ବଞ୍ଚିତ ହେଉଛନ୍ତି। ସେମାନଙ୍କ ପାଖରେ ସ୍ମାର୍ଟଫୋନ ନାହିଁ। ଅପରପକ୍ଷରେ ନେଟ୍‌ଓ୍ବର୍କ ବି ବହୁ ସ୍ଥାନରେ ଉପଲବ୍ଧ ହେଉନାହିଁ । ଏଭଳି ପରିସ୍ଥିତିକୁ ଠିକ୍‌ ଭାବେ ଉପଲବ୍ଧି କରିଛନ୍ତି ଜମ୍ମୁକଶ୍ମୀରର ରଶ୍ମି ଶର୍ମା । ଜମ୍ମୁ ନିକଟବର୍ତ୍ତୀ ଫଡି ଗାଁର ଏହି ନବବିବାହିତ ମହିଳା ଜଣକ ଘର ଘର ବୁଲି ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ରଶ୍ମି ଜମ୍ମୁ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ଜମ୍ମୁରେ ସେ ଏକ କୋଚିଂ କ୍ଲାସ୍‌ ଚଳାଉଥିଲେ। ବିବାହ ପରେ କରୋନା ମହାମାରୀ ସଂକ୍ରମଣ ବଢିବା ଯୋଗୁ ସେ ଜମ୍ମୁରୁ ତାଙ୍କ ସ୍ବାମୀଙ୍କ ସହ ଗାଁକୁ ଫେରି ଆସିଥିତ୍ତ୍ଲେ। ଗାଁରେ ଅତ୍ୟନ୍ତ ପଛୁଆ ହୋଇଥିବାରୁ ସେଠାରେ ପିଲାମାନେ ଅନ୍‌ଲାଇନଶିକ୍ଷାରୁ ବଞ୍ଚିତ ହେଉଥିବା ଦେଖି ସେମାନଙ୍କୁ ପଢାଇବା ଆରମ୍ଭ କରିଛନ୍ତି। ଘରଘର ବୁଲି ସବୁ ପିଲାଙ୍କୁ ମାଗଣାରେ ପଢାଉଛନ୍ତି। ଗାଁର ମହିଳାମାନେ ପାଠ ପଢି ନ ଥିବାରୁ ସରକାରଙ୍କ ବିଭିନ୍ନ ଯୋଜାନ ସମ୍ପର୍କରେ ଜାଣିପାରୁନାହାନ୍ତି। ଏଣୁ ରଶ୍ମି ସେମାନଙ୍କୁ ବି ପଢାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା…

ଜଳ ହିଁ ଜୀବନ

ଜଳର ଅନ୍ୟ ନାମ ଜୀବନ। ମଣିଷପାଇଁ ଉପଲବ୍ଧ ଅତ୍ୟାବଶ୍ୟକ ପ୍ରାକୃତିକ ଉପାଦାନ ମଧ୍ୟରେ ଜଳ ଅନ୍ୟତମ। କେବଳ ମଣିଷ ନୁହେଁ, ସମଗ୍ର ପ୍ରାଣୀ ଓ ଉଦ୍ଭିଦଜଗତ ପାଇଁ…

ରାଲିରେ ବୈଷୟିକ ତ୍ରୁଟି

ରାଜସ୍ଥାନ ବାଂଶୱାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ଦଶ ମିନିଟ୍‌ର ଏକ ବୈଷୟିକ ତ୍ରୁଟି ଯୋଗୁ ସ୍କ୍ରିନ୍‌ କିଛି ସମୟ ପାଇଁ ଶୂନ୍ୟ ହୋଇଯାଇଥିଲା। ଏହି ଘଟଣା…

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri