ଏଇ ଭାରତରେ

ରାଜସ୍ଥାନର ଏକ ଛୋଟ ଗାଁ ବିଳାସପୁର। ଉକ୍ତ ଗାଁର ପାନଦୋକାନୀ ବିଳାସ ରାମ ମଓ୍ବୋଡ ପାନ ବିକ୍ରି କରିବା ସହ ଗାଁକୁ ପ୍ଲାଷ୍ଟିକ୍‌ ମୁକ୍ତ ରଖିବା ଲାଗି ଚଳାଇଥିବା ଅଭିଯାନ ଅନ୍ୟମାନଙ୍କ ପାଇଁ ପ୍ରେରଣା ହୋଇଛି। ସେ ପ୍ରତିମାସରେ ୫୦ କେ.ଜି. ସିଙ୍ଗଲ୍‌ ୟୁଜ୍‌ ପ୍ଲାଷ୍ଟିକ୍‌ ବର୍ଜ୍ୟ ସଂଗ୍ରହ କରୁଛନ୍ତି। ତାଙ୍କ ଗାଁ ଜଓ୍ବାଇ ଡ୍ୟାମ୍‌ ନିକଟରେ ରହିଥିବାରୁ ପ୍ରତିଦିନ ସେଠାକୁ ପର୍ଯ୍ୟଟକମାନେ ଆସନ୍ତି ଓ ସେମାନେ ବ୍ୟବହାର କରୁଥିବା ସିଙ୍ଗଲ୍‌ ୟୁଜ୍‌ ପ୍ଲାଷ୍ଟକ୍‌ ଯୋଗୁ ତାଙ୍କ ଗାଁ ପ୍ରଦୂଷିତ ହୋଇଥାଏ। ଏଣୁ ଗାଁକୁ ପ୍ଲାଷ୍ଟିକ୍‌ ମୁକ୍ତ କରିବାକୁ ସେ ବିଗତ ୧ ବର୍ଷ ହେଲା ଏହି ଅଭିଯାନ ଚଳାଇଛନ୍ତି। ପ୍ରଥମରୁ ବିଳାସ ରାମ ୧ କିମ୍ବା ୨ କେ.ଜି. ପ୍ଲାଷ୍ଟିକ୍‌ ସଂଗ୍ରହ କରୁଥିଲେ ଓ ଏବେ ୫୦ କେ.ଜି ସଂଗ୍ରହ କରୁଛନ୍ତି। ପ୍ରଥମେ ତାଙ୍କ ଦୋକାନରେ ସିଙ୍ଗଲ୍‌ ୟୁଜ୍‌ ପ୍ଲାଷ୍ଟିକ୍‌ ଏକାଠି କରୁଥିଲେ ଓ ପରେ ଗ୍ରାମବାସୀ, ସ୍କୁଲ ପିଲାଙ୍କୁ ଏହା କରିବା ଲାଗି ଉତ୍ସାହିତ କରିଥିଲେ। ଯେଉଁ ସ୍କୁଲ ପିଲା ଓ ଗ୍ରାମବାସୀ ତାଙ୍କ ନିକଟକୁ ପ୍ଲାଷ୍ଟିକ୍‌ ବର୍ଜ୍ୟ ନେଇ ଆସୁଛନ୍ତି ସେମାନଙ୍କୁ ସେ କିଛି ଜିନିଷ ଦେଉଛନ୍ତି। ୧ କେ.ଜି. ପ୍ଲାଷ୍ଟିକ ବର୍ଜ୍ୟ ବଦଳରେ ସେ ଲୋକଙ୍କୁ ଚିନି, ଗୋଟିଏ ଗଛ କିମ୍ବା ୨୫ ଟଙ୍କା ଦେଉଛନ୍ତି। ଏହି ଗାଁ ଜଓ୍ବାଇ ଡ୍ୟାମ୍‌ ନିକଟରେ ରହିଥିବାରୁ ପ୍ରତିଦିନ ସେଠାକୁ ପର୍ଯ୍ୟଟକମାନେ ଆସନ୍ତି ଓ ସେମାନେ ବ୍ୟବହାର କରୁଥିବା ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟକ୍‌ ଯୋଗୁ ତାଙ୍କ ଗାଁ ପ୍ରଦୂଷିତ ହୋଇଥାଏ। ସେ ପ୍ରତିମାସରେ ସଂଗୃହୀତ ପ୍ଲାଷ୍ଟିିକ୍‌ ବର୍ଜ୍ୟକୁ ରିସାଇକ୍ଲିଂ କମ୍ପାନୀକୁ ଦେଉଛନ୍ତି।