ଏଇ ଭାରତରେ

ଛତୁଚାଷରେ ୯୦୦୦ ମହଳିାଙ୍କୁ ନିୟୋଜିତ କରି ସେମାନଙ୍କୁ ଏକ ନୂଆ ପରିଚୟ ଦେଇଛନ୍ତି ପଶ୍ଚିମବଙ୍ଗର ଦମ୍ପତି ଅନିର୍ବାଣ ଓ ପୌଲମୀ ନନ୍ଦି। ସିଲିଗୁଡ଼ି ଓ ଜଲ୍‌ପାଇଗୁଡ଼ି ଜିଲାର ୩୨ରୁ ଊର୍ଦ୍ଧ୍ୱ ଗାଁର ଏହି ମହିଳାମାନେ ସ୍ବାବଲମ୍ବୀ ହୋଇପାରିଛନ୍ତି। ସେମାନେ ୨୦୧୯ରେ ‘ଲିଭିଂ ଲାଇଫ୍‌ ହାପିଲି’ ଏନ୍‌ିଜିଓ ପ୍ରତିଷ୍ଠା କରି ତା’ଦ୍ୱାରା ଏହି କାର୍ଯ୍ୟ କରୁଛନ୍ତି। ଏହି ଦମ୍ପତି ରହୁଛନ୍ତି ସିଲିଗୁଡ଼ି ସହରରେ। ଆଇଆଇଟି ଖଡଗ୍‌ପୁରରେ ୨୦୧୬ରେ ଅନିର୍ବାଣ ଗ୍ରମୀଣ ବିକାଶ ଉପରେ ପିଏଚ୍‌ଡି କରୁଥିବା ସମୟରେ ଇକୋନୋମିକ୍ସ ଛାତ୍ରୀ ଥିଲେ ପୌଲମୀ। ସେମାନେ ପ୍ରୋଜେକ୍ଟ କାର୍ଯ୍ୟରେ ସିଲିଗୁଡ଼ି ଯିବା ସମୟରେ ସେଠାକାର ମହିଳାମାନଙ୍କୁ ରୋଜଗାର ଦେବା ଲଗି ଏଭଳି ପଦକ୍ଷେପ ନେଇଥିଲେ। ପିଲାମାନଙ୍କୁ ପଢ଼ାଇବା ଲାଗି ଉକ୍ତ ଦମ୍ପତି ମୋବାଇଲ ଲାଇବ୍ରେରି ଆରମ୍ଭ କର ଗାଁ ଗାଁ ବୁଲି ପିଲାମାନଙ୍କୁ ମାଗଣାରେ ବହି ଯୋଗାଉଛନ୍ତି। ଏବେ ଲାଇବ୍ରେରିରେ ୯,୦୦୦ ବହି ଅଛି ଓ ପାଖାପାଖି ୭୦୦୦ ପିଲା ଏଥିରୁ ଉପକୃତ ହେଉଛନ୍ତି। ସେମାନେ ୧୦ ଟଙ୍କା ଦେୟରେ ବି ପିଲାମାନଙ୍କୁ ଟିଉଶନ ଆରମ୍ଭ କରିଛନ୍ତି। ଏହି କାର୍ଯ୍ୟରେ ଆଇଆଇଟି ଓ ଶାନ୍ତି ନିକେତନ ଭଳି କଲେଜରୁ ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ପିଲା ସ୍ବେଚ୍ଛାସେବୀ ଭାବେ କାମ କରୁଛନ୍ତିି।